ଶକ୍ତିଶାଳୀ ଭୂ-କମ୍ପରେ ଥରିଲା ଜାପାନ , ସୁନାମି ସତର୍କ

ଶକ୍ତିଶାଳୀ ଭୂ-କମ୍ପରେ ଥରିଲା ଜାପାନ , ସୁନାମି ସତର୍କ
Samaya Live News Picture
Published On

ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଆଜି ଜାପାନର କ୍ୟୁଶୁ ଅଞ୍ଚଳର କୁମାମୋଟୋ ପ୍ରଦେଶରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସମୁଦ୍ରରେ ୧ ମିଟର ଉଚ୍ଚା ସୁନାମି ଲହରୀର ଆଶଙ୍କା ଦେଖା ଦେଇଥିଲା । ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଦୋହଲିଯାଇଛି ପୁରା ଜାପାନ । ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ଲୋକମାନଙ୍କୁ ସମୁଦ୍ର ଏବଂ ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

ଭୂକମ୍ପର ପ୍ରଚଣ୍ଡ ଝଟ୍‌କା ପରେ ସମୁଦ୍ରକୂଳିଆ ଅଞ୍ଚଳଗୁଡ଼ିକ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି । ସମୁଦ୍ରରେ ପ୍ରାୟ ୧ ମିଟର ବା ପ୍ରାୟ ୩ ଫୁଟ୍ ଉଚ୍ଚର ସୁନାମି ଲହଡ଼ି ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଛି । ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ।

 

Tags: