ଶ୍ରୀଲଙ୍କାରେ ସ୍ଥିତି ଜଟିଳ

ଶ୍ରୀଲଙ୍କା: ଅପ୍ରେଲ୍‌ ୦୨: ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ କଠିନ ହେବାରେ ଲାଗିଛି । ପ୍ରଥମେ କାଗଜ, ଡିଜେଲ ଓ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେବା ସାଙ୍ଗକୁ ଏବେ ଲୋକେ ସାଜିଛନ୍ତି ରକ୍ତମୁଖା । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି । […]

Samaya Live Picture
Published On

ଶ୍ରୀଲଙ୍କା: ଅପ୍ରେଲ୍‌ ୦୨: ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ କଠିନ ହେବାରେ ଲାଗିଛି । ପ୍ରଥମେ କାଗଜ, ଡିଜେଲ ଓ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେବା ସାଙ୍ଗକୁ ଏବେ ଲୋକେ ସାଜିଛନ୍ତି ରକ୍ତମୁଖା । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି । ଶ୍ରୀଲଙ୍କା ସରକାର ଶୁକ୍ରବାର ରାଷ୍ଟ୍ରପତି ଗୋତାବାୟା ରାଜପାକସେଙ୍କ ବାସଭବନ ଆଗରେ ଆର୍ଥିକ ସଙ୍କଟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଏହାକୁ ଶ୍ରୀଲଙ୍କା ସରକାର ଆତଙ୍କବାଦୀ କାର୍ଯ୍ୟକଳାପ ସହ ବିରୋଧୀ ଦଳର ଚାଲ ବୋଲି କହିଛନ୍ତି ।ଶ୍ରୀଲଙ୍କାରେ ବୃଦ୍ଧି ପାଉଥିବା ଅର୍ଥନୈତକ ସଙ୍କଟର ସମାଧାନ କରିବାରେ ବିଫଳ ହୋଇଥିବାରୁ ରାଜପାକସେଙ୍କ ବାସଭବନ ବାହାରେ ଏକାଠି ହୋଇ ତାଙ୍କ ଇସ୍ତଫା ଦାବି କରିଛନ୍ତି ଜନତା।ପରେ ସେଠାରେ ହଂସାକାଣ୍ଡ ଘଟିଥିଲା । ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ଆହତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସହ ପ୍ରାୟୋଗ କରିବା ସହ ପାଣି ମାଡ କରିଥିଲା । ଦେଶ ଭିତରେ ଆର୍ଥିକ ସଙ୍କଟ ଘନଉଥିବାବେଳେ ଏବେ ସରକାରଙ୍କ ପାଖରେ ବିଦେଶୀ ପୁଂଜିର ଘୋର ଅଭାବ । ଫଳରେ କୌଣସି ଦେଶ ଠାରୁ ଅତ୍ୟାବଶ୍ୟକ ଜିନିଷ ଆମଦାନୀ ମଧ୍ୟ କରିପାରୁନାହିଁ ଶ୍ରୀଲଙ୍କା । ଏହାସହ ଚୀନଠାରୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ବି ଚୀନ କୌଣସି ସହାୟତା ଯୋଗାଇନାହିଁ । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଶ୍ରୀଲଙ୍କାବାସୀ ଅନ୍ୟଦେଶ ମୁହାଁ ହେଉଥିବା ଖବର ଆସୁଛି ।