ଶ୍ରୀଲଙ୍କାରେ ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର କଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ ଓ ଏହାକୁ ନେଇ ପ୍ରତିବାବଦ କରୁଥିବା ପ୍ରତିବାଦିକାରୀଙ୍କୁ ନଜରରେ ରଖି ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପାଞ୍ଚ ଦିନ ପାଇଁ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଯାହା ଗତ ୫ ତାରିଖରେ ଶେଷ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ଗତକାଲି ମଧ୍ୟ ରାତ୍ରିରୁ ହିଁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି କୁ ପ୍ରତ୍ୟାହାର କରି ନେଇଛନ୍ତି । ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବା ଓ […]

Samaya Live Picture
Published On

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ ଓ ଏହାକୁ ନେଇ ପ୍ରତିବାବଦ କରୁଥିବା ପ୍ରତିବାଦିକାରୀଙ୍କୁ ନଜରରେ ରଖି ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପାଞ୍ଚ ଦିନ ପାଇଁ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଯାହା ଗତ ୫ ତାରିଖରେ ଶେଷ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ଗତକାଲି ମଧ୍ୟ ରାତ୍ରିରୁ ହିଁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି କୁ ପ୍ରତ୍ୟାହାର କରି ନେଇଛନ୍ତି । ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବା ଓ ସାଂସଦ ତାଙ୍କୁ ଇସ୍ତଫା ଦେବା ପାଇଁ କହିବାରୁ ରାଷ୍ଟ୍ରପତି ଗୋତବୟା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରିଥିବା ନେଇ ସୂଚନା ମିଳିଛି ।

ଜରୁରୀକାଳୀନ ପରିସ୍ଥିତ ଜାରି କରାଯିବା ହେତୁ ପ୍ରତିବାଦକାରୀମାନଙ୍କୁ ଅଟକ ରଖିବା ଓ ସେମାନଙ୍କ ସମ୍ପତ୍ତି ଜବତ କରିବା ଲାଗି ରାଷ୍ଟ୍ରପତି ପ୍ରଭୁତ୍ୱ କ୍ଷମତା ପାଇଥିଲେ । କି;ୁ, ସାଂସଦମାନେ ତାଙ୍କୁ ଇସ୍ତଫା ଦେବା ପାଇଁ କହିବାରୁ ରାଷ୍ଟ୍ରପତି ବାଧ୍ୟ ହୋଇ ଘୋଷିତ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି । ଶାସକ ଦଳ ମେଣ୍ଟରେ ଥିବା ୧୧ଟି ରାଜନେତିକ ଦଳ ମଙ୍ଗଳବାର ଦିନ ପାର୍ଲାମେଣ୍ଟ୍ରେ କହିଲେ ଯେ-‘ସେମାନେ ସ୍ୱାଧୀନ ସାଂସଦ ଭାବେ କାର୍ଯ୍ୟ କରିବେ ।’ ଅର୍ଥମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀମାନେ ସମୂହ ଇସ୍ତଫା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ, ରାଜପକ୍ଷେଙ୍କ ଦଳରେ ଥିବା କେତେଜଣ ସଂସାଦ ମଧ୍ୟ ସରକାରଙ୍କ ଓ ତାଙ୍କ ନୀତି ନିୟମଠାରୁ ଦୂରେଇ ରହିଲେ । ଫଳରେ ୨୨୫ ଆସନ ବିଶିଷ୍ଟ ଗୃହରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ଉପରେ ସନ୍ଦେହ ଆସିଲା ।

ଏକ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଓ ଆର୍ଥିକ ପରିସ୍ଥିତି ଉପରେ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ ଦୃଷ୍ଟି ରଖିଛି । ଯଦି ରାଷ୍ଟ୍ରପତି ଗୋତବୟା କିଛି ବି ମନମୁଖୀ କାର୍ଯ୍ୟ କରନ୍ତି, ତେବେ ଆର୍ଥିକ ପାଣ୍ଠି ଦେଶକୁ ମିଳିନପାରେ ବୋଲି ସୂଚନା ମିଳିଛି ।