ଆମେରିକାରର ଚେତାବନୀ: ୟୁକ୍ରେନ୍‌ ଉପରେ କୌଣସି ସମୟରେ ଆକ୍ରମଣ କରିପାରେ ଋଷ୍‌

ୱାସିଂଟନ୍‌: ଜାନୁଆରୀ ୧୯: ୟୁକ୍ରେନ୍‌ ସୀମାନ୍ତରେ ଲାଗିଥିବା ପରିସ୍ଥିତକୁ ଦେଖି ଆମେରିକା ସତର୍କ କରାଇଛି । ଯେକୌଣସି ସମୟରେ ରୁଷ୍‌, ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସୂଚନା ଦେଇଛି । ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ ଋଷ୍‌ର ପ୍ରତିପକ୍ଷ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କ ସହିତ ଆଲୋଚନା କରିବେ । ଏହାସହିତ , ଆମେରିକାର ୱାଇଟ୍‌ ହାଉସ୍‌ ସ୍ପୋକ୍‌ପର୍ସନ୍‌ ଜେନ୍‌ ସାକି କହିଛନ୍ତି, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ ୟୁକ୍ରେନ୍‌ ସୀମାନ୍ତକୁ […]

Samaya Live Picture
Published On

ୱାସିଂଟନ୍‌: ଜାନୁଆରୀ ୧୯: ୟୁକ୍ରେନ୍‌ ସୀମାନ୍ତରେ ଲାଗିଥିବା ପରିସ୍ଥିତକୁ ଦେଖି ଆମେରିକା ସତର୍କ କରାଇଛି । ଯେକୌଣସି ସମୟରେ ରୁଷ୍‌, ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସୂଚନା ଦେଇଛି । ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ ଋଷ୍‌ର ପ୍ରତିପକ୍ଷ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କ ସହିତ ଆଲୋଚନା କରିବେ ।

ଏହାସହିତ , ଆମେରିକାର ୱାଇଟ୍‌ ହାଉସ୍‌ ସ୍ପୋକ୍‌ପର୍ସନ୍‌ ଜେନ୍‌ ସାକି କହିଛନ୍ତି,
ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ ୟୁକ୍ରେନ୍‌ ସୀମାନ୍ତକୁ ୧ ଲକ୍ଷ ସୈନିକ ମୁତୟନ କରିଛନ୍ତି । ସ୍ପଷ୍ଟ ରୂପେ କହିବାକୁ ଗଲେ, ଦୁଇ ରାଷ୍ଟ୍ରର ସୀମାରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

ଆମେରିକାର ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀମାନଙ୍କ କହିବା ଅନୁସାରେ, ୟୁକ୍ରେନ୍‌ର ସାର୍ବଭୌମିକ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ ଜଣାଇବା ପାଇଁ ବ୍ଲିଙ୍କେନ୍‌ ପ୍ରଥମେ ୟୁକ୍ରେନ୍‌ ଗସ୍ତରେ ଯିବେ । ଏହାପରେ ସେ ଜର୍ମାନୀ ଗସ୍ତ କରି ରୁଷ୍‌ର କାର୍ଯ୍ୟକଳାପକୁ ମିଳିତ ଭାବେ ପ୍ରତିରୋଧ କରିବା ଲାଗି ୟୁରୋପୀୟ ମିତ୍ରରାଷ୍ଟ୍ରଙ୍କ ସହ ବ୍ୟାପକ ଆଲୋଚନା କରିବେ ।