ଋଷି ସୁନକ ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି। ସବୁଠରୁ ବଡ଼ […]

Samaya Live Picture
Published On

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି। ସବୁଠରୁ ବଡ଼ କଥା ହେଉଛି ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ପ୍ରଥମ ପ୍ରଧାନମନ୍ତ୍ରୀ ହେବେ । ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ବିବାଦ କାରଣରୁ ଜନସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା।

ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୌଡ଼ରୁ ଓହରି ଯାଇଥିଲେ । ସେବେଠାରୁ ସୁନାକଙ୍କ ନାମ ପ୍ରାୟ ସ୍ଥିର ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ହାଉସ ଅଫ୍ କମନ୍ସର ନେତା ପେନି ମୋରଡେଣ୍ଟ ମଧ୍ୟ ପ୍ରତ୍ୟାହାର କରିଥିଲେ । ଫଳରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ନାଁ ଘୋଷଣା କରାଯାଇଛି । ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି ଋଷି ରାଜ I ତାଙ୍କ ସପକ୍ଷରେ ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ ସାଂସଦଙ୍କ ସମର୍ଥନ ରହିଛି। ଗତ ସପ୍ତାହରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେପ୍ଟେମ୍ବରରେ ହୋଇଥିବା ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ମଧ୍ୟ ଋଷି ସୁନକ ସାମିଲ ହୋଇଥିଲେ । ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟକୁ ସୁନକ ଯାଇଥିଲେ । ମାତ୍ର ଶେଷରେ ସେ ଲିଜ୍ ଟ୍ରସଙ୍କ ଠାରୁ ପରାସ୍ତ ହୋଇଥିଲେ।

ସେପ୍ଟେମ୍ବର ୫ରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଲିଜ୍ ୮୧,୩୨୬ଟି ଭୋଟ ପାଇଥିବା ବେଳେ ସୁନକ ୬୦,୩୯୯ଟି ଭୋଟ ପାଇଥିଲେ । ଗତ ମେ ମାସରେ ସୁନକ ଘୋଷଣା କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ ସେ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ୭୩୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହାଦ୍ବାରା ସେ ବ୍ରିଟେନର ୨୨ତମ ଧନୀ ବିବେଚିତ ହୋଇଥିଲେ। ସନକଙ୍କ ବ୍ୟତୀତ ପେନ୍ନି ମୋରଡାଣ୍ଟ ପ୍ରାର୍ଥୀ ହୋଇଥିଲେ । ୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି।