ଦେଶକୁ ରକ୍ଷା କରିବାକୁ ଯାଇ ପ୍ରାଣ ହରାଇଲେ ୟୁକ୍ରେନୀୟ କଳାକାର ପାଶ୍ ଲି
ନୂଆଦିଲ୍ଳୀ: ମାର୍ଚ୍ଚ୧୦: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନକୁ ହରାଇଛନ୍ତି ୟୁକ୍ରେନ୍ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା […]
ନୂଆଦିଲ୍ଳୀ: ମାର୍ଚ୍ଚ୧୦: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନକୁ ହରାଇଛନ୍ତି ୟୁକ୍ରେନ୍ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା ଉଦ୍ଦେଶ୍ୟରେ ବାହାରି ଥିଲେ ପାଶ ଲି। ତେବେ ମାର୍ଚ୍ଚ ୬ ତାରିଖ ଦିନ ଇରପିନ୍ ଉପରେ ରୁଷର ବୋମା ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ପାଶ ଲିଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଓଡେସା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୂଚନା ଦିଆଯାଇଛି।




