ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ୍‌ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଏବଂ ଦେଶରୁ ପଳାୟନ କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମସଂଘେ ଶ୍ରୀଲଙ୍କାରେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ସାଂସଦଙ୍କ ୧୩୪ ଭୋଟ୍‌ ପାଇ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ସେ ୬ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ତେବେ ନବ ରାଷ୍ଟ୍ରପତି ରାନିଲ୍‌ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଡଲାସ୍‌ ଅଲାହାେªରୁମା ଏବଂ […]

Samaya Live Picture
Published On

କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଏବଂ ଦେଶରୁ ପଳାୟନ କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମସଂଘେ ଶ୍ରୀଲଙ୍କାରେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ସାଂସଦଙ୍କ ୧୩୪ ଭୋଟ୍‌ ପାଇ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ସେ ୬ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ତେବେ ନବ ରାଷ୍ଟ୍ରପତି ରାନିଲ୍‌ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଡଲାସ୍‌ ଅଲାହାେªରୁମା ଏବଂ ବାମପନ୍ଥୀ ଦଳ ଜେଭିପି ପ୍ରାର୍ଥୀ ଅନୁର କୁମାର ଦିଶାନାୟକେଙ୍କୁ ପରାସ୍ତ କରିଛନ୍ତି ।

ବିଜୟ ହାସଲ କରିବା ପରେ ରାନିଲ୍‌ ସଂସଦକୁ ସମ୍ବୋଧନ କରିବା ଅବସରରେ ବାଚସ୍ପତିଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସଂସଦ ପ୍ରକୋଷ୍ଠ ବାହାରେ ଥିବା ସଂସଦ ପରିସର ମଧ୍ୟରେ ଶପଥ ଗ୍ରହଣ କରିବା ଲାଗି ତାଙ୍କୁ ଅନୁମତି ମିଳୁ ।

ଅନ୍ୟପଟରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ଭୋଟ୍‌ ଚାଲିଥିବାବେଳେ, କଲମ୍ବୋରେ ରାଷ୍ଟ୍ରପତିଙ୍କ ସଚିବାଳୟରେ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରାନିଲଙ୍କ ବିରୋଧରେ ଜନସାଧାରଣଙ୍କ ନିରବ ବିରୋଧ ପ୍ରଦର୍ଶନ କରିଥିଲେ ।