ବିବାଦକୁ ଭୃକ୍ଷେପ ନକରି ଭାରତରୁ ଗୋବର ଖତ ଆମଦାନୀ କଲା କୁଏତ୍‌

କୁଏତ୍‌: ଜୁନ ୧୭: ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ସାଉଦୀ ଆରବ, କତାର୍‌, କୁଏତ ଆଦି ଆରବ ଦେଶସମୂହ ଭାରତକୁ ତୀବ୍ର ସମାଲୋଚନା କରୁଥିଲେ ବି ଭାରତରୁ କୁଏତକୁ ୧୯୨,୦୦୦ କିଲୋଗ୍ରାମ୍‌ ଗୋବରଖତ ରପ୍ତାନି କରାଯାଉଥିବା କଷ୍ଟମ୍‌ ବିଭାଗସୂତ୍ରରୁ ଜଣାପଡ଼ିଛି । ଗୁରୁବାର ଦିନ କଷ୍ଟମ୍‌ ବିଭାଗର ତତ୍ତ୍ୱାବଧାନରେ ପ୍ୟାକେଟ୍‌ କରାଯାଇ ପ୍ରଥମ ଛେକ ଗୋବରଖତ କନକପୁର ରେଳ ଷ୍ଟେସରୁ କୁଏତ ଅଭିମୁଖେ ଯାଇଛି । କୁଏତର ଏକ ଘରୋଇ କମ୍ପାନିକୁ […]

Samaya Live Picture
Published On

କୁଏତ୍‌: ଜୁନ ୧୭: ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ସାଉଦୀ ଆରବ, କତାର୍‌, କୁଏତ ଆଦି ଆରବ ଦେଶସମୂହ ଭାରତକୁ ତୀବ୍ର ସମାଲୋଚନା କରୁଥିଲେ ବି ଭାରତରୁ କୁଏତକୁ ୧୯୨,୦୦୦ କିଲୋଗ୍ରାମ୍‌ ଗୋବରଖତ ରପ୍ତାନି କରାଯାଉଥିବା କଷ୍ଟମ୍‌ ବିଭାଗସୂତ୍ରରୁ ଜଣାପଡ଼ିଛି । ଗୁରୁବାର ଦିନ କଷ୍ଟମ୍‌ ବିଭାଗର ତତ୍ତ୍ୱାବଧାନରେ ପ୍ୟାକେଟ୍‌ କରାଯାଇ ପ୍ରଥମ ଛେକ ଗୋବରଖତ କନକପୁର ରେଳ ଷ୍ଟେସରୁ କୁଏତ ଅଭିମୁଖେ ଯାଇଛି । କୁଏତର ଏକ ଘରୋଇ କମ୍ପାନିକୁ ରପ୍ତାନି ହେଉଥିବା ଏହି ଗୋବରଖତ ଜୟପୁରସ୍ଥିତ ଏକ ଗୁହାଳରୁ ପଠାଯାଉଛି । ଏଥି ନିମନ୍ତେ ଦୁଇ ଦେଶ ମଧ୍ୟରେ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ଗୋବରଖତ ସଂକ୍ରାନ୍ତରେ ସମଗ୍ର ଭାରତରେ ଗବେଷଣା ଚାଲିଛି । ଫସଲ ଉତ୍ପାଦନ ବୃଦ୍ଧି କରିବା ବ୍ୟତିରେକେ, ଗୋବରଖତ ଦିଆ ଫସଲ ଖାଇଲେ କେତେକ ରୋଗରୁ ମୁକ୍ତି ମିଳୁଛି ବୋଲି କେତେକ ଗବେଷଣାରୁ ଜଣାପଡ଼ିଲାଣି । କୁଏତରେ ମଧ୍ୟ ଦୀର୍ଘ ଦିନ ହେବ ଗୋବରଖତ ଉପଯୋଗ କରି କରାଯାଉଥିବା ଜୈବକୃଷି ଉପରେ ଗବେଷଣା ଚାଲିଛି । କୁଏତରେଚାଷ ପାଇଁ ପ୍ରମୁଖ ଅସୁବିଧା ହେଉଛି ଶୁଷ୍କ ଜଳବାୟୁ ଏବଂ ପାଣି ଅଭାବ । ସେହି କାରଣରୁ କୁଏତ ଗୋବରଖତ ଉପଯୋଗ କରି ଚାଷ କରିବା ଉପରେ ଗରୁତ୍ୱାରୋପ କରିଛି ।