ପୁତିନଙ୍କ ଗୁପ୍ତ ଚିଠି ! ଭୟଭୀତ ହେଲା ସାରା ଦୁନିଆ
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ନେଇ ଏକ ଏମିତି ଖୁଲାସା ହୋଇଛି ଯାହା ସାରା ପୃଥିବୀରେ ହଇଚଇ ସୃଷ୍ଟି କରିଛି । ଏହି ଖୁଲାସା ଆମେରିକା ପକ୍ଷରୁ କରାଯାଇଛି । ଆମେରିକା ପୁତିନଙ୍କର ଗୋଟିଏ ଗୁପ୍ତ ଚିଠି ଜାରି କରିଛି । ଏହି ଚିଠି ଭାରତ ପାଇଁ ବହୁତ ଖାସ୍ । ପ୍ରତ୍ୟେକ ଭାରତୀୟଙ୍କୁ ଏହା ଜାଣିବା ଦରକାର । ୨୪ ବର୍ଷ ପୂର୍ବେ ପୁତିନ୍ ଆମେରିକାକୁ ଗୋଟିଏ ଗୁପ୍ତ ଚିଠିରେ ଏମିତି କଣ ଲେଖିଥିଲା ଯାହା ଆଜି ପର୍ଯ୍ୟନ୍ତ ଆମେରିକାର ସମସ୍ତ ରାଷ୍ଟ୍ରପତିଙ୍କୁ ଚାପରେ ରଖିଛି । ଯଦି ଏହି ଚିଠିରେ ଲେଖା ଥିବା କଥାକୁ ସେ ସମୟରେ ମାନି ନିଆଯାଇଥାନ୍ତା ତେବେ ଆଜି ଭାରତର ଭାଗ୍ୟ ଓ ଚିତ୍ର ଦୁହେଁ ବଦଳିଯାଇଥାନ୍ତା । କିନ୍ତୁ ଆମେରିକା ଏବଂ ପଶ୍ଚିମାତ୍ୟ ଦେଶମାନେ ନିଜ ସ୍ୱାର୍ଥ ପାଇଁ ପୁତିନଙ୍କ କଥାକୁ ଅଣଦେଖା କରିଦେଇଥିଲେ ।

ବାସ୍ତବରେ ଆମେରିକାର ଜାତୀୟ ସୁରକ୍ଷା ଆର୍କାଇଭ୍ ତଥ୍ୟ ଅଧିକାର ଆଇନ ଅନୁସାରେ ପୁତିନଙ୍କ ଗୋଟିଏ ଚିଠି ଜାରି କରିଛି । ପୁତିନ୍ ଏହି ଚିଠିଟି ୨୪ ବର୍ଷ ପୂର୍ବେ ସେହି ସମୟର ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶଙ୍କୁ ଲେଖିଥିଲେ । ଏହି ଚିଠିରେ ପୁତିନ ପାକିସ୍ତାନକୁ ସାରା ପୃଥିବୀ ପାଇଁ ଏକ ବଡ ବିପଦ ବୋଲି କହିଥିଲେ । ପୁତିନ ପଶ୍ଚିମାତ୍ୟ ଦେଶମାନଙ୍କୁ କହିଥିଲେ ଯେ ପାକିସ୍ତାନକୁ ରୋକିବା ପାଇଁ କିଛି ଦୃଢ ପଦକ୍ଷେପ ନେବା ଦରକାର । ଏହି ଚିଠିରେ ପୁତିନ୍ ଜର୍ଜ ବୁଶ୍ଙ୍କୁ ଲେଖିଥିଲେ ଯେ ପାକିସ୍ତାନ ଆସଲରେ ଏକ ସେନାଶାସିତ ଦେଶ, ଅର୍ଥାତ୍ ସେନାର ନିୟନ୍ତ୍ରଣରେ ଅଛି । ପାକିସ୍ତାନ କୌଣସି ଲୋକତାନ୍ତ୍ରିକ ଦେଶ ନୁହେଁ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ଦେଶ ପାଖରେ ପରମାଣୁ ଅସ୍ତ୍ର ଥିବା ଦୁନିଆ ପାଇଁ ଗଭୀର ଆଶଙ୍କାର କଥା ବୋଲି ପୁତିନ୍ ସତର୍କ କରିଥିଲେ । ପୁତିନଙ୍କ ଏହି ସତର୍କବାଣୀ ସତ୍ତ୍ୱେ ପଶ୍ଚିମାତ୍ୟ ଦେଶମାନେ ପାକିସ୍ତାନକୁ ସହେଯାଗ ଜାରି ରଖିଥିଲେ । ପୁତିନ୍ ଚାହୁଁନଥିଲେ ଯେ ପାକିସ୍ତାନ ବଳି ଦେଶ ପାଖରେ ପରମାଣୁ ଅସ୍ତ୍ର ରହୁ । ଏହି ବିଷୟରେ ପଶ୍ଚିମାତ୍ୟ ଦେଶମାନଙ୍କ ସହ ଖୋଲାମେଲା ଆଲୋଚନା ପାଇଂ ସେ ପୂରାପୂରି ପ୍ରସ୍ତୁତ ଥିଲେ । ଯଦି ସେ ସମୟରେ ପୁତିନଙ୍କ କଥା ମାନି ନିଆଯାଇଥାନ୍ତା ତେବେ ଆଜି ପାକିସ୍ତାନ ଭାରତ ପାଇଁ ଏତେ ବଡ ବିପଦ ହୋଇ ଉଠୁନଥାନ୍ତା । ପୁତିନ୍ ନିଜ ଚିଠିରେ ବିଶେଷ ଭାବେ ଏ.କ୍ୟୁ. ଖାନ୍ ନେଟୱର୍କ ବିଷୟରେ ସାରା ପୃଥିବୀକୁ ସତର୍କ କରିଥିଲେ । ଏହି ନେଟୱର୍କର କେନ୍ଦ୍ର ବିନ୍ଦୁରେ ଅବ୍ଦୁଲ କାଦିର ଖାନ୍ ଥିଲେ । ଯାହାଙ୍କୁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ବୋଲି ମନାଯାଏ ।

ଅବ୍ଦୁଲ କାଦିର ଖାନ୍ କେବଳ ଗୁପ୍ତ ଡକ୍ୟୁମେଣ୍ଟ ଚୋରି କରି ପାକିସ୍ତାନ ପାଇଂ ପରମାଣୁ ଅସ୍ତ୍ର ତିଆରି କରିନଥିଲେ ବରଂ ତା ସହ ପରମାଣୁ ପ୍ରଯୁକ୍ତିକୁ ଇରାନ, ଉତ୍ତର କୋରିଆ ଏବଂ ଲିବିଆ ପରି ଦେଶମାନଙ୍କୁ ମଧ୍ୟ ବିକ୍ରି କରିଦେଇଥିଲେ । ପୁତିନ୍ ଏହି ଏ.କ୍ୟୁ. ଖାନ୍ ନେଟୱର୍କକୁ ସାରା ପୃଥିବୀ ପାଇଁ ଏକ ଭୟଙ୍କର ବିପଦ ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ୨୦୦୪ ମସିହାରେ ଏହି ନେଟୱର୍କର ଖୁଲାସା ହୋଇଗଲା । ପରେ ନିଜେ ଏ.କ୍ୟୁ. ଖାନ୍ ଟିଭିରେ ଆସି ଭୁଲକୁ ସ୍ୱୀକାର କରିଥିଲେ । ଏବେ ପର୍ଯ୍ୟନ୍ତ ମଧ୍ୟଋଷ ସହିତ ଭାରତ ଏବଂ ଇସ୍ରାଏଲ୍ ନିରନ୍ତର ଭାବେ ପୃଥିବୀକୁ ଏହି ସତର୍କବାଣୀ ଦେଇଆସୁଛନ୍ତି ଯେ ପାକିସ୍ତାନ ପରି ଦେଶମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥିବା ଉଚିତ୍ ନୁହେଁ । ନଭେମ୍ବର ୨୦୨୫ ମସିହାରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଥିଲା ଯେ ପାକିସ୍ତାନର ଇତିହାସ ଅବୈଧ ପରମାଣୁ କାର୍ଯ୍ୟକଳାପ ଓ ଏହି ଏ.କ୍ୟୁ. ଖାନ୍ ନେଟୱର୍କ ସହିତ ଜଡିତ ରହିଛି । ଖୁଦ୍ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରଗୁଡିକୁ ଧ୍ୱଂସ କରିଦିଆଯିବା ଉଚିତ୍ । ୨୪ ବର୍ଷ ପୂର୍ବେ ପୁତିନ୍ କହିଥିଲେ ଯଦି ପାକିସ୍ତାନର ସ୍ଥିତି ଖରାପ ହୋଇଯାଏ । ତେବେ ସେଠାର ପରମାଣୁ ଅସ୍ତ୍ର ଭୁଲ ହାତରେ ପଡିପାରେ । ପୁତିନଙ୍କ ଏହି କଥା ଅପରେସନ୍ ସିନ୍ଦୁର ସମୟରେ ସଠିକ୍ ପ୍ରମାଣିତ ହେଲା । ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନର ଆତଙ୍କବାଦୀ ସଂଗଠନମାନେ ଖୋଲାଖୋଲି ଘୋଷଣା କରିଥିଲେ ଯେ ଯଦି ତାଙ୍କ ପାଖକୁ ପାକିସ୍ତାନର ପରମାଣୁ ଅସ୍ତ୍ର ଆସିଯାଏ । ତେବେ ସେମାନେ ଭାରତକୁ ଧ୍ୱଂସ କରିଦେବେ । ବର୍ତ୍ତମାନ ଆପଣ ଭାବନ୍ତୁ ଯଦି ୨୪ ବର୍ଷ ପୂର୍ବେ ପୁତିନଙ୍କ କଥା ମାନି ନିଆଯାଇଥାନ୍ତା ତେବେ ଭାରତରେ ଏତେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇନଥାନ୍ତା ।



