୨୦ ଜଣ ମାଛ ଧରାଳୀଙ୍କୁ ମୁକ୍ତ କଲା ପାକିସ୍ତାନ
ନୂଆଦିଲ୍ଲୀ: ଜୁନ ୨୧: ୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ତା କବଳରୁ ଖଲାସ କରିଛି । ୫ ବର୍ଷ ତଳେ ଗୁଜୁରାଟର ପ୍ରାୟ ୨୦ ଧୀବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ହେଲେ ପାକିସ୍ତାନର ସାମୁଦ୍ରିକ ପଥ ଅତିକ୍ରମ କରିଯିବା ପରେ ସେଠାକାର ତଟରକ୍ଷା ବାହିନୀ ହାତରେ ଧରାପଡିଥିଲେ । ଗୋଟିଏ ଦେଶର ସୀମା ଅତିକ୍ରମ କରି ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ସେଠାକାର ଅଦାଲତ ସେମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ […]
ନୂଆଦିଲ୍ଲୀ: ଜୁନ ୨୧: ୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ତା କବଳରୁ ଖଲାସ କରିଛି । ୫ ବର୍ଷ ତଳେ ଗୁଜୁରାଟର ପ୍ରାୟ ୨୦ ଧୀବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ହେଲେ ପାକିସ୍ତାନର ସାମୁଦ୍ରିକ ପଥ ଅତିକ୍ରମ କରିଯିବା ପରେ ସେଠାକାର ତଟରକ୍ଷା ବାହିନୀ ହାତରେ ଧରାପଡିଥିଲେ । ଗୋଟିଏ ଦେଶର ସୀମା ଅତିକ୍ରମ କରି ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ସେଠାକାର ଅଦାଲତ ସେମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଫଳରେ ସେମାନଙ୍କୁ କରାଚିରେ ଥିବା ମାଲିର ଜିଲ୍ଳା ଜେଲରେ ରଖାଯାଇଥିଲା । ତେବେ ୫ବର୍ଷ ସଜା କାଟିବା ପରେ ସେମାନଙ୍କୁ ରବିବାର ଛାଡ କରାଯାଇଛି । ସେମାନେ ଛାଡ ପାଇଲା ପରେ ଏକ ସ୍ୱତନ୍ତ୍ର ବସରେ ସେମାନଙ୍କୁ ଲାହୋର ଅଣାଯାଇଥିଲା । ସେଠାରୁ ୱାଘା ବର୍ଡର ଦେଇ ଆଜି ସେମାନଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା । ଧୀବରଙ୍କ ପିଛା ୫୦୦୦ ଟଙ୍କା ଓ ନୂଆ ବସ୍ତ୍ର ସହିତ କିଛି ଖାଦ୍ୟ ବି ଦିଆଯାଇଥିଲା ବୋଲି ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।




