ପିଓକେକୁ ନେବାକୁ ଚକ୍ରାନ୍ତ କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ପାକ-ଅଧିକୃତ କଶ୍ମୀର, ଯାହାକୁ ପାକିସ୍ତାନ ଆଜାଦ୍ କଶ୍ମୀର ବୋଲି କହୁଛି, ତାହାର ସ୍ୱାଧୀନତା ଛଡ଼ାଇନେବାକୁ ମସୁଧା କରୁଛି ପାକିସ୍ତାନ । ପିଓକେ ସମ୍ବିଧାନରେ ୧୫ତମ ସଂଶୋଧନ ଆଗତ କରି ପିଓକେକୁ ନିଜ ସହ ମିଶାଇଦେବାକୁ ଯୋଜନା କରୁଛି ପାକିସ୍ତାନ । ପାକିସ୍ତାନ ସରକାରଙ୍କ ଏହି ଚକ୍ରାନ୍ତକୁ ପିଓକେର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି । ଏହା ବିରୋଧରେ ପିଓକେ ଲୋକମାନେ ରାସ୍ତାକୁ ଓହ୍ଲାଇ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ପିଓକେର ୧୦ଟି ଯାକ […]
ନୂଆଦିଲ୍ଲୀ: ପାକ-ଅଧିକୃତ କଶ୍ମୀର, ଯାହାକୁ ପାକିସ୍ତାନ ଆଜାଦ୍ କଶ୍ମୀର ବୋଲି କହୁଛି, ତାହାର ସ୍ୱାଧୀନତା ଛଡ଼ାଇନେବାକୁ ମସୁଧା କରୁଛି ପାକିସ୍ତାନ । ପିଓକେ ସମ୍ବିଧାନରେ ୧୫ତମ ସଂଶୋଧନ ଆଗତ କରି ପିଓକେକୁ ନିଜ ସହ ମିଶାଇଦେବାକୁ ଯୋଜନା କରୁଛି ପାକିସ୍ତାନ । ପାକିସ୍ତାନ ସରକାରଙ୍କ ଏହି ଚକ୍ରାନ୍ତକୁ ପିଓକେର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି । ଏହା ବିରୋଧରେ ପିଓକେ ଲୋକମାନେ ରାସ୍ତାକୁ ଓହ୍ଲାଇ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି ।
ପିଓକେର ୧୦ଟି ଯାକ ଜିଲ୍ଲାରେ ଲୋକମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପିଓକେ ପାଇଁ ଥିବା ପାକିସ୍ତାନ ସରକାରଙ୍କ ଏହି ୧୫ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପିଓକେକୁ ପୂର୍ବରୁ ଦିଆଯାଇଥିବା କେତେକ ପ୍ରଶାସନିକ ଓ ଆର୍ଥିକ ସ୍ୱାୟତ୍ତତା ଲୋପପାଇବ । ଏହା ଫଳରେ ପିଓକେ ପାକିସ୍ତାନର ଏକ ରାଜ୍ୟଭାବେ ପରିଗଣିତ ହୋଇପାରିବ ।
ଏହାକୁ ହିଁ ପିଓକେ ବାସୀ ବିରୋଧ କରୁଛନ୍ତି । ଏହା ପାକିସ୍ତାନର ସାମ୍ରାଜ୍ୟବାଦୀ ମନୋଭାବକୁ ପଦାରେ ପକାଇଦେଇଛି ବୋଲି ପିଓକେର ଜଣେ ସାମାଜିକ କର୍ମୀ ସବିର ଚୌଧୁରୀ କହିଛନ୍ତି । ଏହା ବିରୋଧରେ ଲୋକମାନେ ସ୍ୱର ଉତ୍ତୋଳନ କର;ୁ ବୋଲି ସେ ଆହ୍ୱାନ କରିଛନ୍ତି । ପାକିସ୍ତାନ ନିୟନ୍ତ୍ରଣରେ ଥିବା ଜମ୍ମୁ ଓ କଶ୍ମୀର ଭାରତର ଏକ ଅଭିନ୍ନ ଅଂଗ ହୋଇଥିବାବେଳେ ତାହାକୁ ନିଜ ସହିତ ମିଶାଇଦେବାକୁ ପାକିସ୍ତାନ କରୁଥିବା ମସୁଧାକୁ ଭାରତ ସରକାର ମଧ୍ୟ ପ୍ରବଳ ବିରୋଧ କରିବାର ସମ୍ଭାବନା ରହିଛି ।




