ବଢୁଛି ତେଲ ଦର,ସଙ୍କଟରେ ପାକିସ୍ତାନ!

ବଢୁଛି ତେଲ ଦର,ସଙ୍କଟରେ ପାକିସ୍ତାନ!
Samaya Live News Picture
Published On

ନୂଆଦିଲ୍ଲୀ : ଦିନ ଥିଲା ପେଟ ପାଇଁ ନାଟ ଲାଗୁଥିଲା । ଏବେ ଦିନ ଆସିଛି ତେଲ ପାଇଁ ନାଟ ଲାଗିଛି । ପରିସ୍ଥିତି ସାରା ବିଶ୍ୱରେ ଏମିତି ହୋଇଛି ତେଲ କିଣିବା ପାଇଁ ଲୋକଙ୍କ ପାଖରେ ପଇସା ନାହିଁ । ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ତେଲ ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିସାରିଲାଣି । ଆସ୍ତେ ଆସ୍ତେ ସାରା ବିଶ୍ୱରେ ତେଲ ଦର ବଢିବା ସାଙ୍ଗକୁ ନିତ୍ୟ ବ୍ୟବହାର ଜିନିଷ ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଆମେରିକାର ଏପର୍ଯ୍ୟନ୍ତ ଚେତା ପଶୁନି । ଟ୍ରମ୍ପ କହୁଛନ୍ତି ଶହେ ଡଲାର କିଛି ନୁହେଁ , ଆମେ କଳେବଳେ କୌଶଳେ ଇରାନକୁ ଦବାଇ ରଖିବୁ । ଇତି ମଧ୍ୟରେ ଯୁଦ୍ଧ ମଧ୍ୟ ଭୟାବହ ହେବାରେ ଲାଗିଛି । ଇରାନରେ ବହୁତ କ୍ଷୟକ୍ଷତି ହେଉଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି ଇରାନର ଏୟାରବେସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।

WhatsApp Image 2026-03-09 at 3.15.20 PM (2)

ଘମାଘୋଟ ଯୁଦ୍ଧ ଭିତରେ ବର୍ତ୍ତମାନ ଇରାନ ପାଇଁ ଖୁସି ଖବର ଆସିଛି । ଇତି ମଧ୍ୟରେ ଇରାନ ତାର ସର୍ବୋଚ୍ଚ ନେତା ବାଛିସାରିଲେଣି । ଖାମେନିଙ୍କ ପୁଅ ଜୁନିଅର ଖାମେନି ଇରାନ ର ସର୍ବୋଚ୍ଚ ନେତା ବଛା ଯିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଆମେ ପରମାଣୁ ଅସ୍ତ୍ର ରଖିନାହୁଁ କି ଆଗକୁ ରଖିବୁନାହିଁ । ତାର କାରଣ ହେଉଛି ଆମର ଧର୍ମ ସର୍ବୋପରେ । କିନ୍ତୁ ଟ୍ରମ୍ପ କିଛି ଶୁଣୁନାହାନ୍ତି । ଜନ ଜୀବନ ଯିବା ସାଙ୍ଗରେ ଇରାନର ବହୁତ କ୍ଷୟକ୍ଷତି ହେଉଛି ଏବଂ ଜନ ସଂହାର ହେଉଛି । ଯୁଦ୍ଧର ପରିସ୍ଥିତି ଏମିତି ହେଲାଣି ଖାଇବା ତେଲଠୁ ଆରମ୍ଭ କରି ପେଟ୍ରୋଲ୍ , ସୋୟାବିନ୍, ବିଭିନ୍ନ ଖାଇବା ଦ୍ରବ୍ୟର ଦରଦାମ୍ ବଢିବାରେ ଲାଗିଛି । ଏହି ଦରଦାମ୍ ବଢିବା ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସାରା ଏସିଆକୁ ହଲାଇଦେଇଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଭଡ଼କିଉଠିଥିବା ଯୁଦ୍ଧ ପରେ ଏବେ ତେଲକୁ ନେଇ ଭୟଙ୍କର ସଙ୍କଟ ସୃଷ୍ଟି ହେଉଛି। କେଉଁଠି ପେଟ୍ରୋଲ ପମ୍ପରେ କିଲୋମିଟର ଲମ୍ବା ଲାଇନ କେଉଁଠି ଗୋଟିଏ ଲିଟର ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ଏବଂ କେଉଁଠି ତେଲକୁ ନେଇ ଗୁଳିଚାଳନା ପର୍ୟ୍ୟନ୍ତ ଘଟଣା। ସବୁଠାରୁ ଭୟଙ୍କର ପରିସ୍ଥିତି ଦେଖାଯାଉଛି ପାକିସ୍ତାନରେ, ଯେଉଁଠି କରାଚି ଠାରୁ ଇସଲାମାବାଦ ପର୍ୟ୍ୟନ୍ତ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି। ତାହେଲେ ପ୍ରଶ୍ନ ହେଉଛି ଅସଲରେ ଏହି ତେଲ ସଙ୍କଟ ପଛରେ କଣ ମହାରହସ୍ୟ ରହିଛି? ଏବଂ ଯଦି ଯୁଦ୍ଧ ଆଉ ବଢ଼ିଗଲା, ତେବେ କଣ ସାରା ଦୁନିଆ ତେଲ ସଙ୍କଟରେ ପଡ଼ିପାରେ?

WhatsApp Image 2026-03-09 at 3.16.03 PM

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ସାରା ବିଶ୍ୱରେ ତେଲକୁ ନେଇ ଭୟଙ୍କର ସଙ୍କଟ ଦେଖାଦେଇଛି। ଏହାର ପ୍ରଭାବ ଶ୍ରୀଲଙ୍କା ଠାରୁ ବାଂଲାଦେଶ ପର୍ୟ୍ୟନ୍ତ ପହଞ୍ଚିଛି। ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଲୋକଙ୍କର ଲମ୍ବା ଲମ୍ବା ଧାଡ଼ି ଲାଗିଛି। କିନ୍ତୁ ସବୁଠାରୁ ଅଧିକ ଖରାପ ପରିସ୍ଥିତି ଦେଖାଯାଉଛି ପାକିସ୍ତାନରେ। ପ୍ରଥମେ ସରକାର ହଠାତ୍ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ାଇଦେଲେ, ତା’ପରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ହଇଚଇ ମଚିଗଲା। ଅବସ୍ଥା ଏତେ ଗମ୍ଭୀର ହୋଇପଡ଼ିଛି ଯେ ମାତ୍ର ଗୋଟିଏ ଲିଟର ପେଟ୍ରୋଲ ପାଇଁ ଲୋକମାନେ ରାତି ସାରା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। କେତେକ ସ୍ଥାନରେ ପେଟ୍ରୋଲକୁ ନେଇ ଝଗଡ଼ା ମଧ୍ୟ ହେଉଛି। ସିଆଲକୋଟ ରେ ପେଟ୍ରୋଲକୁ ନେଇ ହୋଇଥିବା ବିବାଦରେ ଜଣେ ଯୁବକ ଦୁଇଜଣ ଲୋକଙ୍କୁ ଗୁଳି ମାରିଦେଇଥିବା ଖବର ସାମ୍ନାକୁ ଆସିଛି। ସେହିପରି କରାଚି ରେ ଆତଙ୍କର ପରିସ୍ଥିତି ଏବଂ ଇସଲାମାବାଦ ରେ ପେଟ୍ରୋଲ ପମ୍ପ ସମ୍ମୁଖରେ କିଲୋମିଟର ଲମ୍ବା ଲାଇନ ଦେଖାଯାଉଛି। ଲାହୋରରେ ମଧ୍ୟ ଅବସ୍ଥା ଅସମ୍ଭାଳ ହୋଇପଡ଼ିଛି। ପାକିସ୍ତାନର ବିଭିନ୍ନ ସହରରୁ ଆସୁଥିବା ଫଟୋ ଓ ଭିଡିଓରେ ପ୍ରମାଣ ମିଳୁଛି ଯେ ଦେଶରେ ତେଲ ସଙ୍କଟ ଗଭୀର ହୋଇପଡ଼ିଛି। ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ କେବଳ ୧୫ ଦିନର ଖଚଏ ଷ୍ଟକ୍ ଏବଂ ପ୍ରାୟ ୨୫ ଦିନର ପେଟ୍ରୋଲିୟମ ଷ୍ଟକ୍ ବାକି ଅଛି। ଏହି ସମୟରେ ଶାହବାଜ ଶରିଫ ସରକାର ପେଟ୍ରୋଲ ଉପରେ ୫୫ ଟଙ୍କା ପର୍ୟ୍ୟନ୍ତ ଦାମ ବଢ଼ାଇଦେଇଛନ୍ତି। ଫଳରେ ପାକିସ୍ତାନରେ ପେଟ୍ରୋଲ ଦାମ ପ୍ରାୟ ୩୨୧ ଟଙ୍କା ଓ ଡିଜେଲ ଦାମ ୩୫୫ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଇଛି।

WhatsApp Image 2026-03-09 at 3.15.20 PM (3)

ସରକାର କହୁଛନ୍ତି ଯେ ଦେଶରେ ପର୍ୟ୍ୟାପ୍ତ ତେଲ ମହଜୁଦ୍ ଅଛି ଏବଂ ଲୋକମାନେ ଭୟଭୀତ ହୁଅନ୍ତୁନାହିଁ। କିନ୍ତୁ ପେଟ୍ରୋଲ ପମ୍ପ ଡିଲରମାନଙ୍କ କହିବା କଥା ଆଉ କିଛି। ସେମାନଙ୍କ ମତରେ ଦେଶରେ ପ୍ରକୃତରେ ତେଲ ଅଭାବ ଗଭୀର ହୋଇପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କେତେକ ଅସ୍ଥାୟୀ ପଦକ୍ଷେପ ନେଇଛନ୍ତି। ଯେପରିକି ଲୋକଙ୍କୁ work from home କରିବାକୁ ପରାମର୍ଶ ଦିଆଯାଇଛି ଏବଂ କେତେକ ସ୍ଥାନରେ ସ୍କୁଲ ମଧ୍ୟ ବନ୍ଦ କରାଯାଇଛି। ଏହା ସହିତ କାତାର ମଧ୍ୟ ପାକିସ୍ତାନକୁ ଖଘଏ ଯୋଗାଣ ବନ୍ଦ କରିଦେବାକୁ ସଙ୍କେତ ଦେଇଛି। ଯାହା ଫଳରେ ଗ୍ୟାସ ଓ ରୋଷେଇ ଇନ୍ଧନ ସଙ୍କଟ ଆଉ ବଢ଼ିପାରେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଦୁନିଆର ପ୍ରାୟ ୨୦% ଅଶୋଧିତ ତେଲ ହରମୁଜ ଷ୍ଟ୍ରେଟ୍ ମାର୍ଗରେ ଯାଏ। ଯଦି ଏହି ରାସ୍ତା ଯୁଦ୍ଧ କାରଣରୁ ବନ୍ଦ ହୋଇଯାଏ, ତେବେ ପାକିସ୍ତାନରେ କେବଳ ତେଲ ନୁହେଁ ବରଂ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇପାରେ। ଏହି ପରିସ୍ଥିତିରେ ପାକିସ୍ତାନର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ଏବଂ ସରକାରଙ୍କ ଉପରେ ଭରସା ଦିନକୁ ଦିନ କମିଯାଉଛି।

Tags: