ସ୍କୁଲ ଛାତ୍ର ଫିଲ୍ମ ଦେଖିବାରୁ ୧୪ ବର୍ଷ ଜେଲଦଣ୍ଡ

ଉତ୍ତର କୋରିଆ: ଉତ୍ତର କୋରିଆ ସରକାର ନିଜର ସ୍ୱତନ୍ତ୍ର ଏବଂ ଅଜବ ନିୟମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ । ନିୟମକୁ କେହି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ନିକଟରେ ଜଣେ ସ୍କୁଲ ପିଲାଙ୍କୁ କେବଳ ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଏପରି ଦଣ୍ଡାଦେଶ ଶୁଣାଯାଇଛି ଯାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏକ ଦକ୍ଷିଣ କୋରିଆ ଫିଲ୍ମରୁ ଦେଖିବାରୁ ୧୪ ବର୍ଷୀୟ ସ୍କୁଲ ଛାତ୍ରକୁ ୧୪ ବର୍ଷର ଜେଲ […]

Samaya Live Picture
Published On

ଉତ୍ତର କୋରିଆ: ଉତ୍ତର କୋରିଆ ସରକାର ନିଜର ସ୍ୱତନ୍ତ୍ର ଏବଂ ଅଜବ ନିୟମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ । ନିୟମକୁ କେହି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ନିକଟରେ ଜଣେ ସ୍କୁଲ ପିଲାଙ୍କୁ କେବଳ ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଏପରି ଦଣ୍ଡାଦେଶ ଶୁଣାଯାଇଛି ଯାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏକ ଦକ୍ଷିଣ କୋରିଆ ଫିଲ୍ମରୁ ଦେଖିବାରୁ ୧୪ ବର୍ଷୀୟ ସ୍କୁଲ ଛାତ୍ରକୁ ୧୪ ବର୍ଷର ଜେଲ ଦଣ୍ଡ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ୧୪ ବର୍ଷୀୟ ଛାତ୍ରଙ୍କୁ କିମ୍‌ ହଙ୍ଗ୍‌-ଜିନ୍‌ ଦ୍ୱାରା ନିର୍ଦ୍ଦେଶିତ ଏକ ମିଷ୍ଟ୍ରି ଡ୍ରାମା ‘ଦ ଅଙ୍କଲ’ ଦେଖିବା ପାଇଁ ୭ ନଭେମ୍ବରକୁ ଗିରଫ କରାଯାଇଛି । ଫିଲ୍ମ ଦେଖିଥିବା ଛାତ୍ର ଜଣଙ୍କ ହାଇସନ ସିଟିର ସ୍କୁଲରେ ପଢୁଛି । ସେହି ଛାତ୍ରଙ୍କୁ ଫିଲ୍ମ ଦେଖିବାର ମାତ୍ର ୫ ମିନିଟ ଭିତରେ ଗିରଫ କରାଗଲା ଏବଂ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଉତ୍ତର କୋରିଆରେ ଏହା ପ୍ରଥମ ଘଟଣା ନୁହେଁ । ଏଭଳି ମାମଲା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଆସୋସିଏସନ ସିଷ୍ଟମ ଅଧୀନରେ ଛାତ୍ରଙ୍କ ପିତାମାତାଙ୍କୁ ମଧ୍ୟ ଦଣ୍ଡ ଦିଆଯାଇପାରେ । ଆସୋସିଏସନ ସିଷ୍ଟମ ଅନୁଯାୟୀ ଯଦି ଦାୟିତ୍ୱହୀନତା ଶିକ୍ଷା ଦ୍ୱାରା ସାଂସ୍କୃତିକ ଅପରାଧ ହୁଅ ତା’ହେଲେ ଦୋଷୀ ଲୋକଙ୍କୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ଏହାସହ ଅପରାଧୀଙ୍କୁ ୫ ବର୍ଷରୁ ଅଧିକ ଏବଂ ୧୫ ବର୍ଷ ବୟସରୁ କମ୍‌ ହୋଇଥିଲେ ତାହେଲେ ସୁଧାରତ୍ମକ ଶ୍ରମରେ ଦଣ୍ଡିତ କରାଯାଏ । କିଛି ସମୟ ପୂର୍ବରୁ ଉତ୍ତର କୋରିଆ ସରକାର ଯୁବ ଶିକ୍ଷା ସୁରକ୍ଷା ଆଇନ ପ୍ରଣୟନ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କର ଆଦର୍ଶଗତ ତାଲିମକୁ ପ୍ରୋତ୍ସାହିତ କରିବା । ଏହା ବ୍ୟତୀତ ଆସୋସିଏସନ୍‌ ସିଷ୍ଟମ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା ।

ସୂଚନା ଅନୁଯାୟୀ ଉତ୍ତର କୋରିଆର ଯୁବକମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ଚଳଚ୍ଚିତ୍ରଗୁଡ଼ିକ ବହୁତ ଲୋକପ୍ରିୟ ହେବାରେ ଲାଗିଛି ଏବଂ ଏହାର ମୁକାବିଲା ପାଇଁ ଉତ୍ତର କୋରିଆ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବାରେ ଲାଗିଛନ୍ତି ଯେ ଯେପରି ସେମାନେ ଦକ୍ଷିଣ କୋରିଆ ଫିଲ୍ମ ନଦେଖନ୍ତି । ଏଥିସହ ଏହାକୁ ଧ୍ୟାନରେ ରଖି ସରକାର ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରୁଛି ।