କାହିଁକି ଖାଲି ଛାଡ଼ିଲେ ଖବରକାଗଜର ପ୍ରଥମ ପୃଷ୍ଠା !

ସମୟ ଲାଇଭ୍‍ ,୨୧/୧୦: ଖବର କାଗଜର ପ୍ରଥମ ପୃଷ୍ଠାରେ ଦୁନିଆର ସବୁଠାରୁ ବଡ଼ ଖବର ପ୍ରକାଶ ପାଉଥିବାବେଳେ ଅଷ୍ଟ୍ରେଲିଆର କିଛି ଖବରକାଗଜର ପ୍ରଥମ ପୃଷ୍ଠା ଖାଲି ଛଡ଼ାଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ଗଣମାଧ୍ୟମ ବିରୋଧୀ ପଦକ୍ଷେପକୁ ବିରୋଧ କରିବା ପୂର୍ବକ ଏପରି କରାଯାଇଥିବା ମିଡ଼ିଆ ସଂଗଠନ ପକ୍ଷରୁ କୁହାଯାଇଛି। ସରକାର ଗଣମାଧ୍ୟମଠାରୁ ସତ ଲୁଚାଉଛନ୍ତି ତେଣୁ ଖବରକାଗଜରେ କେଉଁ ଖବର ପ୍ରକାଶ ପାଇ ବ ବୋଲି ଖବରକାଗଜ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରୟାରେ କହିଛନ୍ତି। ପତ୍ରକାରଙ୍କ କହିବା ଅନୁଯାୟୀ […]

Samaya Live Picture
Published On

ସମୟ ଲାଇଭ୍‍ ,୨୧/୧୦: ଖବର କାଗଜର ପ୍ରଥମ ପୃଷ୍ଠାରେ ଦୁନିଆର ସବୁଠାରୁ ବଡ଼ ଖବର ପ୍ରକାଶ ପାଉଥିବାବେଳେ ଅଷ୍ଟ୍ରେଲିଆର କିଛି ଖବରକାଗଜର ପ୍ରଥମ ପୃଷ୍ଠା ଖାଲି ଛଡ଼ାଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ଗଣମାଧ୍ୟମ ବିରୋଧୀ ପଦକ୍ଷେପକୁ ବିରୋଧ କରିବା ପୂର୍ବକ ଏପରି କରାଯାଇଥିବା ମିଡ଼ିଆ ସଂଗଠନ ପକ୍ଷରୁ କୁହାଯାଇଛି। ସରକାର ଗଣମାଧ୍ୟମଠାରୁ ସତ ଲୁଚାଉଛନ୍ତି ତେଣୁ ଖବରକାଗଜରେ କେଉଁ ଖବର ପ୍ରକାଶ ପାଇ ବ ବୋଲି ଖବରକାଗଜ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରୟାରେ କହିଛନ୍ତି। ପତ୍ରକାରଙ୍କ କହିବା ଅନୁଯାୟୀ ଅଷ୍ଟ୍ରେଲିଆ ସରକାର ଲୋକତନ୍ତ୍ରକୁ ଲୁପ୍ତ କରିବା ସରକାରରେ ପରିଣତ ହେବାକୁ ଯାଉଛି। ଗଣମାଧ୍ୟମର ସ୍ୱତନ୍ତ୍ରତା ଏବେ ବିପଦରେ ଅଛି ଏବଂ ଅଷ୍ଟ୍ରେଲୀୟ ଜନତା ସତ ଜାଣିବାରୁ ବଞ୍ଚିତ ହେଉଛନ୍ତି।
ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରସନ୍‍ ଏହା ଜବାବ ରଖିଛନ୍ତି। ଗଣମାଧ୍ୟମକୁ ସ୍ୱତନ୍ତ୍ରତା ମିଳିବାର ଅଧିକାର ରହିଛି କିନ୍ତୁ ଆଇନର ଅନୁଶାସନ ସହ ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଛନ୍ତି।