ନେପାଳ ବିମାନ ଦୁର୍ଘଟଣାର ମିଳିଲା ‘ବ୍ଲାକବକ୍ସ’,୫ ଜଣିଆ ଟିମ କରିବେ ତଦନ୍ତ
ନେପାଳ : ନେପାଳ ବିମାନ ଦୁର୍ଘଟଣାରେ ବିମାନର ‘ବ୍ଲାକ୍ବକ୍ସ୍’ ଉଦ୍ଧାର ହୋଇଛି I ଏ ନେଇ କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍ ବାହାଦୁର୍ ଠାକୁର ସୂଚନା ଦେଇଛନ୍ତି I ଉଲ୍ଲେଖଯୋଗ୍ୟ, ‘ବ୍ଲାକ୍ବକ୍ସ୍’ କୁହାଯାଉଥିବା‘କକ୍ପିଟ୍ ଭଏସ୍ ରେକର୍ଡର୍ ତଥା ଫ୍ଲାଇଟ୍ ଡାଟା ରେକର୍ଡର୍’ରେ ଥିବା‘ଡାଟା’ରୁ ବିମାନ ଦୁର୍ଘଟଣାର କାରଣ ନିରୂପଣ କରାଯାଇପାରେ। ଏହି ବ୍ଲାକ୍ ବାକ୍ସ ମାଧ୍ୟମରେ ନେପାଳ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ I ଆଜି ଉଦ୍ଧାର କରାଯାଇଥିବା ‘ବ୍ଲାକ୍ବକ୍ସ’ ଭଲ ଅବସ୍ଥାରେ […]
ନେପାଳ : ନେପାଳ ବିମାନ ଦୁର୍ଘଟଣାରେ ବିମାନର ‘ବ୍ଲାକ୍ବକ୍ସ୍’ ଉଦ୍ଧାର ହୋଇଛି I ଏ ନେଇ କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍ ବାହାଦୁର୍ ଠାକୁର ସୂଚନା ଦେଇଛନ୍ତି I ଉଲ୍ଲେଖଯୋଗ୍ୟ, ‘ବ୍ଲାକ୍ବକ୍ସ୍’ କୁହାଯାଉଥିବା‘କକ୍ପିଟ୍ ଭଏସ୍ ରେକର୍ଡର୍ ତଥା ଫ୍ଲାଇଟ୍ ଡାଟା ରେକର୍ଡର୍’ରେ ଥିବା‘ଡାଟା’ରୁ ବିମାନ ଦୁର୍ଘଟଣାର କାରଣ ନିରୂପଣ କରାଯାଇପାରେ। ଏହି ବ୍ଲାକ୍ ବାକ୍ସ ମାଧ୍ୟମରେ ନେପାଳ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ I
ଆଜି ଉଦ୍ଧାର କରାଯାଇଥିବା ‘ବ୍ଲାକ୍ବକ୍ସ’ ଭଲ ଅବସ୍ଥାରେ ଥିବାରୁ ପାଗ ଭଲ ଥିବା ସତ୍ତ୍ବେ ଅବତରଣ ପୂର୍ବରୁ ଦୁଇ ଇଞ୍ଜିନ୍ବିଶିଷ୍ଟ ବିମାନ ‘ଏଟିଆର୍ ୭୨’ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ନିରୂପଣ କରିବାରେ ତଦନ୍ତକାରୀମାନଙ୍କୁ ସାହାଯ୍ୟ କରିପାରିବ। ନେପାଳର ବିମାନ ଦୁର୍ଘଟଣାକୁ ନେଇ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ନେପାଳ ସରକାର। ଏପଟେ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି।
ସୂଚନାନୁସାରେ,ରବିବାର (୧୫-୦୧-୨୦୨୩) ଦିନ ରବିବାର ଦିନ ୧୦.୩୩ରେ ,କାଠମାଣ୍ଡୁ ୟେଟି ଏୟାରଲାଇନ୍ସର ଏକ ବିମାନ ୬୮ ଯାତ୍ରୀଙ୍କ ସହିତ ୪ ଜଣ କ୍ରୁ ମେମ୍ବରଙ୍କୁ ଉଡାଣ ଭରିଥିବା ବେଳେ ମାତ୍ର ୨୦ ମିନିଟ ପରେ ନେପାଳର ପୋଖରାଠାରେ ବିମାନଟି ଏୟାରପୋର୍ଟରେ ଲାଣ୍ଡିଂର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ପାହାଡ଼ ଦେହରେ ଧକ୍କା ହୋଇ ସେତି ନଦୀ କୂଳରେ ଖସି ପଡ଼ିଥିଲା। ଜଳିଯାଇଥିଲା। ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ୨ଜଣ କୋରିଆନ୍, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ଯାତ୍ରୀ ରହିଥିଲେ । ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେପାଳୀ ସେନା ସୂତ୍ରରୁ ଜଣାପଡିଛି I




