ଆକ୍ଟିଭ ମୋଡରେ ନାଟୋ ଦେଶ

ଗ୍ରୀନଲ୍ୟାଣ୍ଡକୁ ଘେରିଗଲେ ନାଟୋ ସୈନ୍ୟ

ଆକ୍ଟିଭ ମୋଡରେ ନାଟୋ ଦେଶ

ଗ୍ରୀନଲ୍ୟାଣ୍ଡ ଉପରେ ଏବେ ଟ୍ରମ୍ପଙ୍କ ତୀକ୍ଷଣ ନଜରା  ।  ଦୁନିଆର ସବୁଠୁ ସୁନ୍ଦର ଜାଗା ହେଉଛି ଗ୍ରୀନଲ୍ୟାଣ୍ଡା କିନ୍ତୁ ଦୁନିଆର ସବୁଠୁ ସୁନ୍ଦର ଜାଗା ଏବେ ଅସୁରକ୍ଷିତା  ଭେନେଜୁଆଲା ପରି ଏବେ ଟ୍ରମ୍ପଙ୍କ ଆଖିରେ ଗ୍ରୀନଲ୍ୟାଣ୍ଡ ନାଚୁଥିବାବେଳେ ଏବେ ରୁଷିଆ କହୁଛି ଗ୍ରୀନଲ୍ୟାଣ୍ଡ କେହି ଦାଖଲ କରିପାରିବେନି । ଏସବୁ ଭିତରେ  ଗ୍ରୀନଲ୍ୟାଣ୍ଡ ର ସ୍ଥିତିକୁ ଦେଖି ନାଟୋ ଦେଶ ପୁରା ଆକ୍ଟିଭ ମୋଡ଼ ରେ, ଗ୍ରୀନ ଲ୍ୟାଣ୍ଡ ରେ ୬ ଦେଶର ସୈନ୍ୟ ମୁତୟନ ହୋଇସାରିଛନ୍ତିା  , ଟ୍ରମ୍ପ ଙ୍କ ପ୍ଲାନ କୁ କାଉଣ୍ଟର କଲେ ୬ ଦେଶ, ଘଇଞଙ ଦେଶ ଅଣ୍ଟା ଭିଡ଼ିଲେ ଗ୍ରୀନଲ୍ୟାଣ୍ଡ ପାଇଁ, ନାଟୋ ଦେଶ ଙ୍କ ସହ ହେବକି ଆମେରିକାର ମୁକାବିଲା ? ନା ଏଇଠି  ଡରିଯିବେ ଟ୍ରମ୍ପ ?

ସମ୍ବନ୍ଧିତ ଖବର ୨୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ

ହଁ ଆଜ୍ଞା ବର୍ତମାନ ଗ୍ରୀନଲ୍ୟାଣ୍ଡ ର ବାହାର ପାର୍ଶ୍ଵର ବିପଦ କୁ ଆକ୍ଷି ଆଗରେ ରଖି ନାଟୋ ଦେଶ ଆକ୍ଟିଭ ମୋଡ଼ ରେ ଆସି ଯାଇଛନ୍ତି, ଗ୍ରୀନଲ୍ୟାଣ୍ଡ ଗୋଟିଏ ସ୍ୱାୟତ୍ତ ଶାସିତ ଅଞ୍ଚଳ, ଯାହା ରହିଛି ଡେ଼ନମାର୍କ ଅଧୀନରେ, ବର୍ତମାନ ଡେ଼ନମାର୍କ ସହିତ ୬ ନାଟୋ ଦେଶ ସେନା ମୁତୟନ କଲେଣି, ହଁ ସେହି ଦେଶ ମାନଙ୍କ ମଧ୍ୟରେ ସ୍ୱିଡ଼େନ, ନରୱେ , ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ କାନାଡ଼ା ସାମିଲ ରହିଛନ୍ତି ।

ସମ୍ବନ୍ଧିତ ଖବର ଭୟାବହ ଟ୍ରେନ ଦୁର୍ଘଟଣା ୨୨ ମୃତ,୩୦ ରୁ ଉର୍ଦ୍ଧ୍ବ ଆହତ

WhatsApp Image 2026-01-16 at 4.15.25 PM

ସମ୍ବନ୍ଧିତ ଖବର ୨୦୦ ସିଟ ସଂଖ୍ୟକ ହେବ ବିଧାନସଭା - ମୁଖ୍ୟମନ୍ତ୍ରୀ

ଟ୍ରମ୍ପ ଆମେରିକାର ସୁରକ୍ଷାର ଦ୍ୱାହି ଦେଇ ଗ୍ରୀନ ଲ୍ୟାଣ୍ଡ କୁ କବ୍ଜା କରିବାକୁ ଧମକ ଦେଇଥିଲେ, ଏହା ସହିତ ସେ କହିଥିଲେ ରୁଷ ଓ ଚୀନ ଗ୍ରୀନ ଲ୍ୟାଣ୍ଡ ର ଫାଇଦା ଉଠାଇବାକୁ ଚାହୁଁଛନ୍ତି, କିନ୍ତୁ ବର୍ତମାନ ଡେ଼ନମାର୍କ  ଓ ଗ୍ରୀନଲ୍ୟାଣ୍ଡ ନିଜ ସହଯୋଗୀ ଦେଶ ଙ୍କ ସହିତ ମିଶି ସୈନ୍ୟ ମୁତୟନ ବଢ଼ାଇଦେଇଛନ୍ତି କ୍ଷ ଏଥିରେ ସବୁଠୁ ପ୍ରଥମ ଯୋଗଦାନ ସ୍ୱିଡ଼େନ ପକ୍ଷରୁ ହୋଇଛି, ସ୍ୱିଡ଼େନ ଡେ଼ନମାର୍କ ପକ୍ଷରୁ ଅନୁରୋଧ ପରେ ଗ୍ରୀନଲ୍ୟାଣ୍ଡ ରେ ସୈନ୍ୟ ମୁତୟନ କରିଛି କ୍ଷ ଏହାପରେ ନରୱେ ରକ୍ଷାମନ୍ତ୍ରୀ ଗ୍ରୀନଲ୍ୟାଣ୍ଡ ରେ ସୈନ୍ୟ ମତ୍ୟଂ କରିଥିଲେ ଓ କହିଥିଲେ ଯେ ଗ୍ରୀନଲ୍ୟାଣ୍ଡ ର ସୁରକ୍ଷା ପାଇଁ ନାଟୋ ଦେଶ ନିଜ ମଧ୍ୟରେ ଚର୍ଚା ଜାରି ରଖିଛନ୍ତି, ଏହାପରେ ଜର୍ମାନ ସରକାର ମଧ୍ୟ ଗ୍ରୀନଲ୍ୟାଣ୍ଡ ସୈନ୍ୟ ପଠାଇଛନ୍ତି, ଏବଂ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ସୀମାରେ ବର୍ତମାନ ଗ୍ରୀନଲ୍ୟାଣ୍ଡ ସହିତ ମିଶି ୬ ନାଟୋ ଦେଶ ସମରାଭ୍ୟାସ କରିବେ ଏବଂ ଏହା ଗୁରୁବାର ଠାରୁ ଶନିବାର ପର୍ୟ୍ୟନ୍ତ ଚାଲିବ କ୍ଷ ଯାହାର ମୁଖ୍ୟ ଉଦେଶ୍ୟ ହେଉଛି ଗ୍ରୀନଲ୍ୟାଣ୍ଡ ର ସୁରକ୍ଷା ମଜବୁତ କରିବା । ଏହାପରେ ଫ୍ରାନ୍ସ ନିଜ ସୈନ୍ୟଙ୍କୁ ଗ୍ରୀନଲ୍ୟାଣ୍ଡ ପଠାଇଛି ଏବଂ କହିଛି ଯେ ସହଯୋଗୀ ଦେଶ ଙ୍କ ସହିତ ସମରାଭ୍ୟାସ କରିବା ଜରୁରୀ ଅଟେ ।

କିନ୍ତୁ ସବୁଠୁ ଜରୁରୀ ହେଉଛି ଏହି ମିଳିତ ସମରାଭ୍ୟାସ ର ମୁଖ୍ୟ ଉଦେଶ୍ୟ କଣ ରହିଛି ତାହା ଜରୁରୀ, ଗୋଟିଏ ପକ୍ଷରେ ନାଟୋ ସହଯୋଗୀ ଦେଶ ଦେଖାଉଛନ୍ତି ଯେ ଏହା ଗୋଟିଏ ମିଳିତ ସମରାଭ୍ୟାସ ଓ ଟ୍ରମ୍ପ ଯଦି ରୁଷ ଓ ଚୀନ କୁ ଡରି ଗ୍ରୀନଲ୍ୟାଣ୍ଡ କବ୍ଜା କରିବାକୁ ଚାହୁଁଛନ୍ତି ତେବେ ଏହା ଗୋଟିଏ ଭଲ ସମାଧାନ, ଅନ୍ୟପକ୍ଷରେ ଗ୍ରୀନଲ୍ୟାଣ୍ଡ ରେ ୟୁରୋପୀୟ ଓ କାନାଡ଼ା ସୈନ୍ୟଙ୍କ ମୁତୟନ ଟ୍ରମ୍ପ ପ୍ରଶାସନକୁ ଚିନ୍ତାରେ ପକାଇଛି , କଣ ଗ୍ରୀନଲ୍ୟାଣ୍ଡ କୁ କବ୍ଜା କରିବା ପାଇଁ ସବୁଠୁ ପୁରୁଣା ସହଯୋଗୀଙ୍କ ସହିତ ଯୁଦ୍ଧକୁ ଓଲ୍ହାଇବ ?ଗୋଟିଏ ପଟରେ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିକାର କରିବା ପାଇଁ ନାଟୋ ଦେଶ ଙ୍କ ସହଯୋଗ ଚାହୁଁଥିବା ବେଳେ ଅନ୍ୟ ପଟରେ ନାଟୋ ଦେଶ ଗ୍ରୀନଲ୍ୟାଣ୍ଡ ରେ ମିଳିତ ସମରାଭ୍ୟାସ ଜାରି ରଖିଛନ୍ତି । ଏଠାରେ ଦେଖିବାକୁ ରହିଲା ଯେ ବର୍ତମାନ ଆମେରିକା ନାଟୋ ଦେଶ ଙ୍କ ସହିତ ସାଲିସ କରିବ ନା ଯୁଦ୍ଧ କରିବ ।

Tags: