ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭୀଷିକା : ୟୁରୋପକୁ ଗ୍ୟାସ ବନ୍ଦ ଧମକ ଦେଲେ ପୁଟିନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭୀଷିକା : ୟୁରୋପକୁ ଗ୍ୟାସ ବନ୍ଦ ଧମକ ଦେଲେ ପୁଟିନ

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଭାବରେ ଆରମ୍ଭ କରିଛନ୍ତି ଭୟଙ୍କର ଯୁଦ୍ଧ ।  ଫଳରେ ୟୁରୋପୀୟ ଗ୍ୟାସ ମୂଲ୍ୟ 50 % ରୁ ଅଧିକ ବୃଦ୍ଧି ପାଇଛି । ୟୁରୋପର ଶକ୍ତି କେନ୍ଦ୍ର ହର୍ମୁଜ୍ ପ୍ରଣାଳୀର ବାଧା ଯୋଗୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି ତୈଳ ଯୋଗାଣ ପଥ । ଏହି ସମୟରେ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାର ଧମକ ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ଇରାନରେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗ୍ୟାସ୍ ଅଭାବ ମସ୍କୋରୁ ଅନ୍ୟ ଦେଶକୁ ରପ୍ତାନି କରିବାର ସୁଯୋଗ ଦେଇପାରେ ।

ସମ୍ବନ୍ଧିତ ଖବର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

 ଜାନୁଆରି ୨୬ ତାରିଖରେ ୟୁରୋପୀୟ ସଂଘ ରୁଷ ଗ୍ୟାସ୍ ଆମଦାନି ଉପରେ ବ୍ୟାପକ ନିଷେଧକୁ ମଞ୍ଜୁର କରିବା ପରେ ପୁଟିନଙ୍କ ଏଭଳି ମନ୍ତବ୍ୟ ଆସିଛି । ଏହି ଯୋଜନାରେ ରୁଷ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍‌ଏନ୍‌ଜି) ଓ ପାଇପ୍‌ଲାଇନ୍‌ ଗ୍ୟାସ୍‌କୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ କହିଥିଲା । ଯାହା ଦ୍ୱାରା ୨୦୨୭ ଶେଷ ସୁଦ୍ଧା ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବ ।

ସମ୍ବନ୍ଧିତ ଖବର ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି

କ୍ରେମଲିନ୍ ସାମ୍ବାଦିକ ପାଭେଲ୍ ଜାରୁବିନ୍‌ଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ୍ ୟୁରୋପ ପ୍ରତିବନ୍ଧକ ଲାଗୁ କରିବା ପୂର୍ବରୁ ଗ୍ୟାସ୍ ରପ୍ତାନି ବନ୍ଦ କରିବାକୁ କହିଛନ୍ତି । ୟୁରୋପୀୟ ସଂଘ ଗୋଟିଏ ମାସ ମଧ୍ୟରେ ରୁଷୀୟ ଗ୍ୟାସ୍ କ୍ରୟ ଉପରେ କଟକଣା ଲାଗୁ କରିବାକୁ ଯୋଜନା କରୁଥିବା ପୁଟିନ କହିଛନ୍ତି । ଏବେ ରୁଷ ପାଇଁ ଅନ୍ୟ ବଜାରଗୁଡ଼ିକ ଖୋଲିବାରେ ଲାଗିଛି। ବର୍ତ୍ତମାନ ୟୁରୋପୀୟ ବଜାରକୁ ଯୋଗାଣ ବନ୍ଦ କରିବା ଆମ ପାଇଁ ଅଧିକ ଲାଭଦାୟକ ହୋଇପାରେ। ଖୋଲିଥିବା ନୂଆ ବଜାରକୁ ଯିବା ପାଇଁ ଆମେ ଯୋଜାନ କରୁଛୁ ବୋଲି ପୁଟିନ କହିଛନ୍ତି।

ସମ୍ବନ୍ଧିତ ଖବର ରାଜସ୍ବ ମନ୍ତ୍ରୀ ଅସୁସ୍ଥ ଏମ୍ସ ରେ ଭର୍ତ୍ତି

Tags: