ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ମୃତ୍ୟୁ, ୩୬ ଆହତ

ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୧  ମୃତ୍ୟୁ, ୩୬ ଆହତ
Samaya Live News Picture
Published On

ନୂଆଦିଲ୍ଲୀ : ଥାଇଲାଣ୍ଡର ଦକ୍ଷିଣରେ ଅବସ୍ଥିତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଫୁକେଟର ପାଟୋଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ଯାନବାହାନ ଥିବା ଏକ କର୍ମସିଆଲ ବିଲିଡିଂରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହିତ ୩୬ ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି କୋଠାରେ ପର୍ଯ୍ୟଟକଙ୍କୁ ଭଡାରେ ଦିଆଯାଉଥିବା ଗାଡି ବ୍ୟବସାୟ କରାଯାଉଥିଲା । ସୋମବାର ଭୋର ୩.୩୦ ସମୟରେ ସମସ୍ତେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା । ପରେ ପରେ ଅନେକ କୋଠାକୁ ନିଆଁ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ  ନିୟନ୍ତ୍ରଣ କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ଆହତଙ୍କ ମଧ୍ୟରୁ ପନ୍ଦର ଜଣ ଥାଇ ନାଗରିକ ଏବଂ ଜଣେ ମିଆଁମାରର ଥିଲେ । ମୃତକ କିମ୍ବା ଆହତଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନଥିଲେ ।

ସୂଚନାନୁସାରେ, ଫାଙ୍ଗ ମୁଆଙ୍ଗ ସାଇ କୋର ରୋଡ ସ୍ଥିତ ଏକ କର୍ମସିଆଲ ବିଲିଡିଂରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପ୍ରଥମ ମହଲାରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ମୋଟରସାଇକେଲରେ ନିଆଁ ଲାଗିଥିଲା ଏବଂ ଶୀଘ୍ର ଉପରକୁ ବ୍ୟାପି ଯାଇଥିଲା । ଫଳରେ ଉପର ମହଲାରେ ରହୁଥିବା ଲୋକ ଫସି ଯାଇଥିଲେ । ୧୧ ଜଣଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ଯାନବାହନ ରହୁଥିବାରୁ ଗାଡି ଇନ୍ଧନ ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା ।

Tags: