୪ ବର୍ଷ ବୟସରୁ ହୋଇଥିଲା ଅପହରଣ, ସ୍ମରଣ ଶକ୍ତି ଯୋଗେ ନକ୍‌ସା କରି ୩୩ ବର୍ଷ ପରେ ଘରକୁ ପହଞ୍ଚିଲେ

ୟୁନାନ୍‌ ପ୍ରଦେଶ: ଚୀନ୍‌ର ୟୁନାନ୍‌ ପ୍ରଦେଶର ଜଣେ ଯୁବକ ୩୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ଘରକୁ ଫେରିବାର ନିଆରା କାହାଣୀ କୌଣସି ଚଳଚ୍ଚିତ୍ର କାହଣୀଠାରୁ କମ୍‌ ନୁହେଁ । ୪ ବର୍ଷ ବୟସରୁ ଲି ଜିଙ୍ଗବାଇଙ୍କୁ ପଡ଼ୋଶୀ ଅପହରଣ କରି ଘରଠାରୁ ଦୂର ଏକ ହଜାର କିଲୋମିଟର ନେଇଯାଇଥିଲେ । କିନ୍ତ୍‌ୁ ଜିଙ୍ଗବାଇ ନିଜ ସ୍ମରଣ ଶକ୍ତି ଯୋଗେ ୩୩ ବର୍ଷ ପରେ ଘରକୁ ଫେରିଛନ୍ତି । ଘର ଲୋକ ଜିଙ୍ଗବାଇଙ୍କୁ ଦେଖି […]

Samaya Live Picture
Published On

ୟୁନାନ୍‌ ପ୍ରଦେଶ: ଚୀନ୍‌ର ୟୁନାନ୍‌ ପ୍ରଦେଶର ଜଣେ ଯୁବକ ୩୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ଘରକୁ ଫେରିବାର ନିଆରା କାହାଣୀ କୌଣସି ଚଳଚ୍ଚିତ୍ର କାହଣୀଠାରୁ କମ୍‌ ନୁହେଁ । ୪ ବର୍ଷ ବୟସରୁ ଲି ଜିଙ୍ଗବାଇଙ୍କୁ ପଡ଼ୋଶୀ ଅପହରଣ କରି ଘରଠାରୁ ଦୂର ଏକ ହଜାର କିଲୋମିଟର ନେଇଯାଇଥିଲେ । କିନ୍ତ୍‌ୁ ଜିଙ୍ଗବାଇ ନିଜ ସ୍ମରଣ ଶକ୍ତି ଯୋଗେ ୩୩ ବର୍ଷ ପରେ ଘରକୁ ଫେରିଛନ୍ତି । ଘର ଲୋକ ଜିଙ୍ଗବାଇଙ୍କୁ ଦେଖି ଖୁସିରେ କାନ୍ଦି ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି । ଜିଙ୍ଗବାଇଙ୍କ ମାଆ ପୁଅକୁ ଦେଖିବା ମାତ୍ରେ ଚିହ୍ନି ଯାଇଥିଲେ ଏବଂ ଘରୁ ଦୌଡ଼ି ଆସି ପୁଅକୁ କୋଳାଗ୍ରତ କରିଥିଲେ ।
୪ ବର୍ଷ ବୟସରୁ ହୋଇଥିଲା ଅପହରଣ, ସ୍ମରଣ ଶକ୍ତି ଯୋଗେ ନକ୍‌ସା କରି ୩୩ ବର୍ଷ ପରେ ଘରକୁ ପହଞ୍ଚିଲେ
ଏହି ଦୃଶ୍ୟ ଦେଖି ଗ୍ରାମବାସୀଙ୍କ ଆଖିରେ ମଧ୍ୟ ଲୁହ ଭରିଥିଲା ।

ଜିଙ୍ଗବାଇଙ୍କ ସୂଚନା ଅନୁସାରେ, ୩୩ ବର୍ଷ ପୂର୍ବେ ଅପହରଣ ହୋଇଯିବା ପରେ ସେ ନିଜ ଘର ଓ ଗ୍ରାମର ରାସ୍ତାଘାଟକୁ ମନେ ପକାଇ ଏକ ନକ୍‌ସା ପ୍ରସ୍ତୁତ କରିଥିଲେ ।
୪ ବର୍ଷ ବୟସରୁ ହୋଇଥିଲା ଅପହରଣ, ସ୍ମରଣ ଶକ୍ତି ଯୋଗେ ନକ୍‌ସା କରି ୩୩ ବର୍ଷ ପରେ ଘରକୁ ପହଞ୍ଚିଲେ

ସେହି ନକ୍‌ସାକୁ ସେ ସୋସିଆଲ ମିଡିଆରେ ସେୟାର୍‌ କରିଥିଲେ । ସେୟାର୍‌ କରିବାର ଦୀର୍ଘ ଦିନ ପରେ ଲୋକମାନେ ସେହି ନକ୍‌ସାକୁ ଚିହ୍ନି ଜିଙ୍ଗବାଇଙ୍କୁ ଠିକଣା ଦେଇଥିଲେ ।
୪ ବର୍ଷ ବୟସରୁ ହୋଇଥିଲା ଅପହରଣ, ସ୍ମରଣ ଶକ୍ତି ଯୋଗେ ନକ୍‌ସା କରି ୩୩ ବର୍ଷ ପରେ ଘରକୁ ପହଞ୍ଚିଲେ

ନିଜ ପରିବାର ଲୋକଙ୍କୁ କେବେ ଦେଖିପାରିବେ ବୋଲି ଜିଙ୍ଗବାଇ ଆଶା କରିନଥିଲେ, ନିଜ ସ୍ମରଣ ଶକ୍ତି ଏବଂ ସୋସିଆଲ୍‌ ମିଡିଆ କାରଣରୁ ଆଜି ସେ ନିଜ ଘରେ ପହଞ୍ଚିପାରିଛନ୍ତି ବୋଲି କହିଥିଲେ ।