ପୁଣି ଘନେଇଲା ରିଷି ସନକଙ୍କ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ଆଶା, ଲିଜ୍ ଟ୍ରସ୍ ଦେଲେ ପଦରୁ ଇସ୍ତଫା
ଦିଲ୍ଲୀ: ଲିଜ୍ ଟ୍ରସ୍ ବିଟ୍ରେନ୍ର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏକ ପ୍ରକାର ବିବାଦ ଦେଖାଯାଇଛି । ଏହିପରିକି ନିଜ ଦଳର କିଛି ଲୋକ ଲିଜ୍ଙ୍କୁ ବିରୋଧ କରିଛନ୍ତି । ବିଦାବ ଓ ବିରୋଧ ବଢ଼ୁଥିବାରୁ ମାତ୍ର ୬ ସପ୍ତାହ ମଧ୍ୟରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୋରିସ୍ ଜନ୍ସନ୍ଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ସୂଚନା ଅନୁସାରେ, ଲିଜ୍ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ଼ ଧରଣର […]
ଦିଲ୍ଲୀ: ଲିଜ୍ ଟ୍ରସ୍ ବିଟ୍ରେନ୍ର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏକ ପ୍ରକାର ବିବାଦ ଦେଖାଯାଇଛି । ଏହିପରିକି ନିଜ ଦଳର କିଛି ଲୋକ ଲିଜ୍ଙ୍କୁ ବିରୋଧ କରିଛନ୍ତି । ବିଦାବ ଓ ବିରୋଧ ବଢ଼ୁଥିବାରୁ ମାତ୍ର ୬ ସପ୍ତାହ ମଧ୍ୟରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୋରିସ୍ ଜନ୍ସନ୍ଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ସୂଚନା ଅନୁସାରେ, ଲିଜ୍ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ଼ ଧରଣର ଆର୍ଥିକ ଓ ରାଜନୈତିକ ସଙ୍କଟ ଘନେଇଥିଲା । ଏହାକୁ ସଠିକ୍ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ମୁକାବିଲା କରିପାରିନଥିଲେ । ଯାହାକୁ ନେଇ କେବଳ ବିରୋଧୀ ନୁହେଁ ନିଜର ଦଳର ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ ଲିଜ୍ । ସପ୍ତାହକ ଭିତରେ ଅର୍ଥ ସଚିବ ଓ ଗୃହ ସଚିବ ଇସ୍ତଫା ଦେବା ପରେ ଲିଜ୍ ଟ୍ରସଙ୍କ ପଦ ଉପରକୁ ବିପଦ ମାଡିଆସିଥିଲା । ଫଳରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କିଏ ବିଟ୍ରେନ୍ର ଆଗାମୀ ପ୍ରଧାନମନ୍ତ୍ରୀ ହେବ, ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଲିଜ୍ଙ୍କ ସହିତ ଭାରତୀୟ ବଂଶୋଦ୍ଭବ ରିଷି ସନକ ରହିଥିଲେ । ଏଣୁ ଲିଜ୍ଙ୍କ ପରେ ରିଷି ସନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଆଶା କରାଯାଉଛି ।




