ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ନିର୍ବାଚନ : ଲିଜ୍‌ ଟ୍ରସଙ୍କୁ ଅଧିକ ସମର୍ଥନ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଉଭୟ ପ୍ରାର୍ଥୀ ଦେଶ ବିଭିନ୍ନ ଅଞ୍ଚଳ ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି । କଞ୍ଜରଭେଟିଭ ଦଳର ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସେମାନେ ଏବେ ବ୍ୟସ୍ତ ଅଛନ୍ତି । ରୁଷି ସୁନକ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହୁଅ;ୁ ବୋଲି ଭାରତୀୟମାନେ ସ୍ୱପ୍ନ […]

Samaya Live Picture
Published On

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଉଭୟ ପ୍ରାର୍ଥୀ ଦେଶ ବିଭିନ୍ନ ଅଞ୍ଚଳ ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି । କଞ୍ଜରଭେଟିଭ ଦଳର ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସେମାନେ ଏବେ ବ୍ୟସ୍ତ ଅଛନ୍ତି ।

ରୁଷି ସୁନକ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହୁଅ;ୁ ବୋଲି ଭାରତୀୟମାନେ ସ୍ୱପ୍ନ ଦେଖୁଛନ୍ତି ।

କି;ୁ ହାୱା କାହା ସପକ୍ଷରେ ରହିଛି ? ଇଂଲଣ୍ଡର ବେଟିଂ ଏକ୍ସଚେଞ୍ଜ ସଂସ୍ଥା ସ୍ମାର୍କେଟସର ପୂର୍ବାନୁମାନ ଅନୁସାରେ ହାୱା ଧୀରେ ଧୀରେ ଲିଜଙ୍କ ସପକ୍ଷରେ ବୋହିବା ଆରମ୍ଭ କରିଛି । ସେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ ୯୦ ପ୍ରତିଶତ ଥିବାବେଳେ ଋଷି ସମ୍ଭାବନା ମାତ୍ର ୧୦ ପ୍ରତିଶତ । ଗତ ସପ୍ତାହରେ ଯେତେବେଳେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦିତା ଲିଜ୍‌ ଓ ଋଷିଙ୍କ ମଧ୍ୟରେ ରହିଯାଇଥିଲା, ସେତେବେଳେ ଲିଜଙ୍କ ସମ୍ଭାବନା ୬୦ ପ୍ରତିଶତ ଥିବାବେଳେ ଋଷିଙ୍କ ସମ୍ଭାବନା ୪୦ ପ୍ରତିଶତ ଥିଲା ।

କି;ୁ ଏବେ ଏହି ଦୌଡ଼ରେ ଋଷି ପଛେଇଯାଇଛନ୍ତି । ପୂର୍ବରୁ କଞ୍ଜରଭେଟିଭ ଦଳରେ ମନେ କରାଯାଉଥିଲା ଯେ ଋଷି ଜଣେ ଭଲ ପ୍ରଚାରକ ହେବେ ଓ କର୍ମୀଙ୍କୁ ପ୍ରଭାବିତ କରିପାରିବେ । କି;ୁ ଏବେ ଲିଜ୍‌ ଟ୍ରସ ଏ କ୍ଷେତ୍ରରେ ତାଙ୍କୁ ପଛରେ ପକାଇଦେଇଛନ୍ତି ।