ମହାକାଶରେ ସଫା ହେବ ପୋଷାକ !

ମହାକାଶରେ ପ୍ରତିଦିନ କିଛି ନା କିଛି ନୂଆ ଗବେଷଣା କରାଯାଉଛି । ଯେଉଁ ଗବେଷଣା କାରଣରୁ ଅନେକ ଭିନ୍ନଭିନ୍ନ ତଥ୍ୟ ସାମନାକୁ ଆସୁଛି । ଏଥର ଜିରୋ ଗ୍ରାଭିଟିରେ ଅନେକ ଗବେଷଣା ହେବାକୁ ଅଛି । ସ୍ପେସ୍‌ ଷ୍ଟେସନ୍‌ରେ ପୋଷାକ ସଫା ହୋଇପାରିବ କି ନାହିଁ ତାକୁ ନେଇ ଗବେଷଣା କରାଯିବ । ଏହି ମିଶନ ପ୍ରଥମ ଘରୋଇ ମିଶନ ଯେଉଁଥିରେ ମହାକାଶଚାରୀ ମାନେ ସ୍ପେସ୍‌ରେ ରହି ଗବେଷଣା କରିବେ । ଏହି ଅଭିଯାନ ୮ଦିନ ପାଇଁ […]

Samaya Live Picture
Published On

ମହାକାଶରେ ପ୍ରତିଦିନ କିଛି ନା କିଛି ନୂଆ ଗବେଷଣା କରାଯାଉଛି । ଯେଉଁ ଗବେଷଣା କାରଣରୁ ଅନେକ ଭିନ୍ନଭିନ୍ନ ତଥ୍ୟ ସାମନାକୁ ଆସୁଛି । ଏଥର ଜିରୋ ଗ୍ରାଭିଟିରେ ଅନେକ ଗବେଷଣା ହେବାକୁ ଅଛି । ସ୍ପେସ୍‌ ଷ୍ଟେସନ୍‌ରେ ପୋଷାକ ସଫା ହୋଇପାରିବ କି ନାହିଁ ତାକୁ ନେଇ ଗବେଷଣା କରାଯିବ । ଏହି ମିଶନ ପ୍ରଥମ ଘରୋଇ ମିଶନ ଯେଉଁଥିରେ ମହାକାଶଚାରୀ ମାନେ ସ୍ପେସ୍‌ରେ ରହି ଗବେଷଣା କରିବେ ।

ଏହି ଅଭିଯାନ ୮ଦିନ ପାଇଁ ଚାଲିବ, ଯେଉଁ ରହଣି ଭିତରେ ସେମାନେ ପ୍ରାୟ୨୬ଟି ଗବେଷଣା କରିବେ । ଏଥିରେ ବିଭିନ୍ନ ପ୍ରକାରର ପରୀକ୍ଷା ସାମିଲ ଅଛି । ଭବିଷ୍ୟତରେ କକ୍ଷପଥରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ସାଟେଲାଇଟ୍‌ ମିଶନ ସମ୍ବନ୍ଧରେ ଏହି ଗବେଷଣାରେ ତଥ୍ୟ ମିଳିବ । ଯାହା ଆଗକୁ ଚନ୍ଦ୍ର ଓ ମଙ୍ଗଳରେ ହେବାକୁ ଥିବା ବିଭିନ୍ନ ମିଶନରେ ସହଯୋଗ କରିବ । ତେବେ ଏଥିରେ ପୋଷାକ ସଫାକୁ ନେଇ ହେବାକୁ ଥିବା ଗବେଷଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ସ୍ପେସରେ ମହାକାଶଚାରୀ ମାନେ ଗୋଟିଏ ପୋଷାକକୁ ଅଧିକ ଦିନ ଧରି ପିନ୍ଧିଥାଆନ୍ତି ଅଥବା ଏହାକୁ ନୁଆ ପୋଷାକ ସହ ବଦଳାଇଥାଆନ୍ତି । ବର୍ତ୍ତମାନ ପ୍ରୋକଫର ଆଣ୍ଡ ଗ୍ୟାମ୍ବେଲ୍‌ କମ୍ପାନୀ ଏକ ଡିର୍ଟଜେଣ୍ଟର ନିର୍ମାଣ କରିଛି ଯାହା ସ୍ପେସ୍‌ରେ ବ୍ୟବହାର କରାଯାଇପାରିବ । ଏହା ଏକ ଡିଗ୍ରେଡେବୁଲ୍‌ ପାଉଡର ଯାହାକୁ ବିଶେଷ ଭାବେ ଜିରୋ ଗ୍ରାଭିଟିରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି । ସ୍ପେସ୍‌ରେ ଏହାକୁ ବ୍ୟବହାର କରି ପୋଷାକ ସଫା କରାଯିବ । ଏହି ବ୍ୟତିତ ଅନେକ ପରୀକ୍ଷଣ ଏହି ସମୟରେ ହେବ । ଏହି ୧୦ ଦିନର ଗବେଷଣା ପରେ ଅନେକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।