ଋଷ୍‌କୁ ଏକଘରିଆ କଲା ଆମେରିକା: ଋଷ୍‌ ବିରୋଧରେ ଘୋଷଣା ହେଲା ଏହି ନିଷ୍ପତ୍ତି

ଦିଲ୍ଲୀ: ମାର୍ଚ୍ଚ ୦୨: ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ମହଙ୍ଗା ପଡ଼ିଛି । ୟୁରୋପୀୟ ଦେଶ ଓ ନାଟୋ ସଂଘର କଥା ନମାନି ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ଆରମ୍ଭ କରିଛି । ଯୁଦ୍ଧର ପରିଣାମ କ’ଣ ହେବ ସେ କଥା ପୁଟିନ୍‌ ଭୁଲିଯାଇନ୍ତି । ଏଣୁ ପୁଟିନ୍‌ଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଓ ଭବିଷ୍ୟରେ ଅନ୍ୟ କୌଣସି ରାଷ୍ଟ୍ର ଏହିପରି ଭୁଲ୍‌ ଯେପରି ନକରୁ ସେଥିପାଇଁ ଆମେରିକା […]

Samaya Live Picture
Published On

ଦିଲ୍ଲୀ: ମାର୍ଚ୍ଚ ୦୨: ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ମହଙ୍ଗା ପଡ଼ିଛି । ୟୁରୋପୀୟ ଦେଶ ଓ ନାଟୋ ସଂଘର କଥା ନମାନି ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ଆରମ୍ଭ କରିଛି । ଯୁଦ୍ଧର ପରିଣାମ କ’ଣ ହେବ ସେ କଥା ପୁଟିନ୍‌ ଭୁଲିଯାଇନ୍ତି । ଏଣୁ ପୁଟିନ୍‌ଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଓ ଭବିଷ୍ୟରେ ଅନ୍ୟ କୌଣସି ରାଷ୍ଟ୍ର ଏହିପରି ଭୁଲ୍‌ ଯେପରି ନକରୁ ସେଥିପାଇଁ ଆମେରିକା ଋଷ୍‌ ବିରୋଧରେ ଏକ ବଡ଼ ଘୋଷଣା କରିଛି ।

ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ଋଷିଆର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କଥା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ସାରା ବିଶ୍ୱରେ ଋଷିଆ କିଭଳି ଏକଘରିକିଆ ହୋଇଯାଇଛି ସେନେଇ ସୂଚନା ସେ ଦେଇଛନ୍ତି । ଋଷ ବିରୋଧରେ ନିଆଯାଇଥିବା ସମସ୍ତ ପଦକ୍ଷେପ ବାବଦରେ ସୂଚନା ଦେବ ସହ ୟୁକ୍ରେନକୁ କିଭଳି ସହାୟତା କରାଯାଇପାରିବ ସେନେଇ ଆମେରିକା ରାଷ୍ଟ୍ରପତି ଦେଶବାସୀଙ୍କୁ କହିଛନ୍ତି ।

ଋଷ୍‌କୁ ଏକଘରିଆ କଲା ଆମେରିକା: ଋଷ୍‌ ବିରୋଧରେ ଘୋଷଣା ହେଲା ଏହି ନିଷ୍ପତ୍ତି

ଆମେରିକା ରାଷ୍ଟ୍ରପତି କହିଛନ୍ତି-
ଋଷ୍‌ର ବିମାନ ଆମେରିକା ବାୟୁସୀମାରେ ଆଉ ପ୍ରବେଶ କରିପାରିବ ନାହିଁ । କେବଳ ଆମେରିକା ନୁହେଁ ନାଟୋର ସଦସ୍ୟ ରାଷ୍ଟ୍ର ମଧ୍ୟ ଏଭଳି ପଦକ୍ଷେପ ନେଇ ସାରିଛନ୍ତି ।
ରାଷ୍ଟ୍ରପତି ପୁଟିନଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଇତିହାସରେ ଏହି ଯୁଦ୍ଧ ଏକ କଳାଦାଗ ହୋଇ ରହିବ ।

ୟୁକ୍ରେନ ବିରୋଧରେ ଯୁଦ୍ଧ କାରଣରୁ ଋଷ୍‌ର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟି ରହିବେ ବୋଲି ଆମେରିକା ରାଷ୍ଟ୍ରପତି ସିଧାସଳଖ କହିଛନ୍ତି ।

ଯୁଦ୍ଧର ପରିଣାମ ଭୁଲି ପୁଟିନ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଛନ୍ତି । ସେ କେବଳ ୟୁକ୍ରେନର ସେନା ସହ ଲଢେଇ କରୁନାହିଁ ବରଂ ଋଷ୍‌ର ସାଧାରଲୋକଙ୍କ ସହ ମଧ୍ୟ ଲଢେଇ କରୁଛନ୍ତି ।

ଯଦିଓ ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହେବ ନାହିଁ , କି;ୁ ଋଷ୍‌ ବିରୋଧରେ ସବୁପ୍ରକାର କଟକଣା ଲଗାଇବାକୁ ନିଷ୍ପତି କରିସାରିଛି । ଏହା ସହିତ ନାଟୋ ସଦସ୍ୟ ରାଷ୍ଟ୍ରର ଇଞ୍ଚେ ମଧ୍ୟ ଜାଗା ଅକ୍ତିଆର କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ୍‌ ।

ଏକଛତ୍ରବାଦୀଙ୍କୁ ନିଜ କୁକର୍ମର ପରିଣାମ ଭୋଗିବାକୁ ନପଡିଲେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇପଡନ୍ତି । ଫଳରେ ଏହାର ଫଳ ଆମେରିକା ଓ ପୂରାବିଶ୍ୱକୁ ଭୋଗିବାକୁ ପଡେ । ଏଭଳି ସଙ୍କଟଜନକ ସ୍ଥିତିରେ ଆମେରିକା ଏହାର ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହିତ ମଜଭୁତ ସହିତ ଛିଡା ହୋଇଛି ।

ଋଷ୍‌କୁ ଶିକ୍ଷା ଦେବା ପାଇଁ ଏକାଠି କାମ କରୁଛନ୍ତି ୟୁରୋପୀୟ ସଂଘ । ଋଷ୍‌ର ଶାସକଙ୍କ ବିମାନ, ଜାହାଜ, ଓ ବିଳାଶପୂର୍ଣ୍ଣ ଅଟ୍ଟାଳିକା ଆଦିକୁ ଜବତ କରାଯାଉଛି ।

ଋଷ୍‌କୁ ଏକଘରିଆ କଲା ଆମେରିକା: ଋଷ୍‌ ବିରୋଧରେ ଘୋଷଣା ହେଲା ଏହି ନିଷ୍ପତ୍ତି

ଆମେରିକା ରାଷ୍ଟ୍ରପତି ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସେମାନଙ୍କ ନାଗରିକ ପର୍ଯ୍ୟନ୍ତ ସମସ୍ତେ ପୁଟିନ୍‌ ଆକ୍ରମଣକୁ ନିର୍ଭିକତା, ସାହସ ଓ ନିଷ୍ଠାର ସହିତ ସାମ୍ନା କରିଛନ୍ତି, ଯାହା ବିଶ୍ୱକୁ ପ୍ରେରଣା ଯୋଗାଇଛି । ଋଷ୍‌ ଏବଂ ରାଷ୍ଟ୍ରପତି ପୁଟିନ୍‌ ଉପରେ କଠୋର ପ୍ରତିବନ୍ଧକ ଲଗାଇବାରେ ୟୁରୋପ ଓ ନଟୋ ସହଯୋଗୀମାନେ ଆମେରିକାର ନିଷ୍ପତ୍ତ ସହିତ ଠିଆ ହେବା ଓ ରଣନୀତିକୁ ସହଯୋଗ କରୁଥିବାରୁ ବାଇଡେନ୍‌ ସେମାନଙ୍କୁ ପ୍ରଶଂସା କରିଛନ୍ତି ।