ଦିନକରେ ୧୨ଜଣଙ୍କୁ ଫାଶୀ ଦେଲା ଇରାନ୍‌: ତଥ୍ୟ ଲୁଚାଉଛି ସରକାର

ପ୍ୟାରିସ୍‌: ଜୁନ୍‌ ୦୮: ଦିନରେ ଇରାନ୍‌ରେ ୧୨ଙ୍କୁ ଫାଶୀ ଦିଆଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୧୧ ଜଣ ପୁରୁଷ ରହିଛନ୍ତି । ସେମାନେ ସମସ୍ତେ ବାଲୁଚି ଜାତିର ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି । ଘଟଣାଟି ଗତ ସୋମବାର ଦିନ ଘଟିଥିଲା ବେଳେ ଏହାକୁ ଇରାନ୍‌ ସରକାର ଦବାଇ ଦେବାକୁ ଚାହିୁଁଛନ୍ତି । କିନ୍ତୁ ନର୍‌େୱରେ ଥିବା ‘ଇରାନ୍‌ ମାନବ ଅଧିକାର’ ସଙ୍ଗଠନ ଏହି ଖବରକୁ ସର୍ବସମ୍ମୁଖରେ ପ୍ରକାଶ କରିଛି । […]

Samaya Live Picture
Published On

ପ୍ୟାରିସ୍‌: ଜୁନ୍‌ ୦୮: ଦିନରେ ଇରାନ୍‌ରେ ୧୨ଙ୍କୁ ଫାଶୀ ଦିଆଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୧୧ ଜଣ ପୁରୁଷ ରହିଛନ୍ତି । ସେମାନେ ସମସ୍ତେ ବାଲୁଚି ଜାତିର ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି । ଘଟଣାଟି ଗତ ସୋମବାର ଦିନ ଘଟିଥିଲା ବେଳେ ଏହାକୁ ଇରାନ୍‌ ସରକାର ଦବାଇ ଦେବାକୁ ଚାହିୁଁଛନ୍ତି । କିନ୍ତୁ ନର୍‌େୱରେ ଥିବା ‘ଇରାନ୍‌ ମାନବ ଅଧିକାର’ ସଙ୍ଗଠନ ଏହି ଖବରକୁ ସର୍ବସମ୍ମୁଖରେ ପ୍ରକାଶ କରିଛି ।

ଇରାନ୍‌ ମାନବ ଅଧିକାର ସଙ୍ଗଠନ ସୂଚନା ଅନୁସାରେ, ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ଦକ୍ଷିଣପୂର୍ବସ୍ଥିତ ଜାହେଦାନ୍‌ କାରାଗାରରେ ୧୨ ଜଣଙ୍କୁ ଫାଶୀ ଦିଆଯାଛି । ସେମାନଙ୍କ ମଧ୍ୟରୁ ୬ଜଣ ନରହତ୍ୟା ଏବଂ ୬ଜଣଙ୍କୁ ଡ୍ରଗ୍‌ ମାମଲା ପାଇଁ ଫାଶୀ ଦିଆଯାଇଛି । ଫାଶୀ ପାଇଥିବା ମହିଳା ଜଣକ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୯ରେ ଗିରଫ କରାଯାଇଥିଲା ବୋଲି ଖବର ରହିଛି ।

ଅନ୍ୟପକ୍ଷରେ ଇରାନ୍‌ରେ ବେଆଇନ୍‌ ଘୋଷିତ ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଅଫ୍‌ ରେଜିଷ୍ଟାନ୍‌ସ’ ମଧ୍ୟ ଏହି ଖବରକୁ ପ୍ରକାଶ କରିଛି । ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଅଫ୍‌ ରେଜିଷ୍ଟାନ୍‌ସ’ ସୂଚନା ଅନୁସାରେ, ୨୦୨୧ରେ ଅନୂ୍ୟନ ୩୩୩ଜଣ ଲୋକଙ୍କୁ ଫାଶୀ ଦିଆଯାଇଥିଲା । ୨୦୨୦ ତୁଳନାରେ ୨୦୨୧ର ଫାଶୀ ସଂଖ୍ୟା ୨୫% ଅଧିକ ରହିଛି ।

ମୃତ୍ୟୁଦଣ୍ଡକୁ ଉଚ୍ଛେଦ କରିବା ଲାଗି ଆହ୍ୱାନ ଦେଇ ‘ଇରାନ୍‌ ମାନବ ଅଧିକାର’ ନିର୍ଦ୍ଦେଶକ ମହମ୍ମଦ୍‌ ଆର୍ମି-ମୋଗାଦ୍ଦମ କହିଛନ୍ତି, ଫାଶୀ ପାଇଥିବା ଅଧିକାଂଶ କଏଦୀ ନରହତ୍ୟା ଏବଂ ଡ୍ରଗ୍‌ ମାମଲା ଭଳି ମାମଲାରେ ସମ୍ପୃକ୍ତ ଥିବା ବେଳେ ସରାକରୀ କର୍ତ୍ତୃପକ୍ଷ ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛି । ମତଭେଦ ଦବାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଫାଶୀ ଦିଆଯାଇଛି ।