ପର୍ତ୍ତୁଗାଲରେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ,ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପର୍ତ୍ତୁଗାଲ : ‘ଅତିଥି ଦେବୋ ଭଵ’ ର ବାସ୍ତବତା ପର୍ତ୍ତୁଗାଲ ରେ ଦେଖିବାକୁ ମିଳିଛି I ନିଜର ନୈତିକ ମୂଲ୍ୟବୋଧ ର ପରିଚୟ ଦେଇ ଅତିଥିଙ୍କ ଜୀବନ ରକ୍ଷା କରି ନ ପାରିବIରୁ,ପର୍ତ୍ତୁଗାଲ ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦ ରୁ ଇସ୍ତଫା ଦେଇଛନ୍ତି I ମଙ୍ଗଳବାର ଦିନ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଥିବା ଏକ ଡାକ୍ତରଖାନାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଜଣେ ୩୪ ବର୍ଷିୟ ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ […]

Samaya Live Picture
Published On

ପର୍ତ୍ତୁଗାଲ : ‘ଅତିଥି ଦେବୋ ଭଵ’ ର ବାସ୍ତବତା ପର୍ତ୍ତୁଗାଲ ରେ ଦେଖିବାକୁ ମିଳିଛି I ନିଜର ନୈତିକ ମୂଲ୍ୟବୋଧ ର ପରିଚୟ ଦେଇ ଅତିଥିଙ୍କ ଜୀବନ ରକ୍ଷା କରି ନ ପାରିବIରୁ,ପର୍ତ୍ତୁଗାଲ ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦ ରୁ ଇସ୍ତଫା ଦେଇଛନ୍ତି I ମଙ୍ଗଳବାର ଦିନ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଥିବା ଏକ ଡାକ୍ତରଖାନାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଜଣେ ୩୪ ବର୍ଷିୟ ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନ ଥିବାରୁ ମହିଳାଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ହୃଦଘାତ ରେ ସେ ପ୍ରାଣ ହରାଇଥିଲେ । ତେବେ ଜରୁରୀ କାଳୀନ ସର୍ଜରୀ କରାଯାଇ ଶିଶୁକୁ ବଞ୍ଚା ଯାଇଛି ଏବଂ ଶିଶୁଟି ସୁସ୍ଥ ରହିଛି  I ଏହି ଘଟଣା ପ୍ରଚାରିତ ହେବାର କିଛି ଘଣ୍ଟା ପରେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ନିଜ ପଦ ରୁ ଇସ୍ତଫା ଦେଇଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ପର୍ତ୍ତୁଗୀଜ୍ ଖବରକାଗଜ ଡି ନୋଟିସିଆସ୍ ଅନୁଯାୟୀ,ପର୍ତ୍ତୁଗାଲର ହସ୍ପିଟାଲଗୁଡିକରେ କର୍ମଚାରୀ ଏବଂ ଡାକ୍ତରଙ୍କ ଅଭାବ, ଜରୁରୀକାଳୀନ ସେବା ବନ୍ଦ ଏବଂ ଏମିତି ଅନେକ ଘଟଣା ସାମ୍ନାକୁ ଆସି ଆସୁଛି । ଏହାକୁ ନେଇ ପର୍ତ୍ତୁଗାଲ ସ୍ୱାସ୍ଥ୍ୟ ମନ୍ତ୍ରୀ କଡା ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ I

ଡ. ମାର୍ଟା ଟେମିଡୋ ୨୦୧୮ରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ। କରୋନାର ଉଚିତ୍ ମୁକାବିଲା ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ହେଲେ ଭାରତୀୟ ମହିଳାଙ୍କ ସାମାନ୍ୟ ବେଡ୍‌ଟିଏ ନମିଳିବା କାରଣରୁ ମୃତ୍ୟୁ ଘଟିବା ଖବର ତାଙ୍କୁ ମର୍ମାହତ କରିଛି। ତାଙ୍କୁ ହୃଦବୋଧ ହୋଇଥିଲା ଯେ, ଏମିତି ସ୍ଥିତି ପାଇଁ ତାଙ୍କୁ ପଦରେ ରହିବା ଉଚିତ୍ ନୁହେଁ।

ଅନ୍ୟପଟେ ମାର୍ଟା ଟେମିଡୋଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ପର୍ତ୍ତୃଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଘଟଣାର ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ କରିବା ପାଇଁ ପଦକ୍ଷେପ ଦିଆଯିବ ବୋଲି ଟ୍ୱିଟ କରି କହିଛନ୍ତି। ଗର୍ଭବତୀ ମହିଳାଙ୍କ ମୃତ୍ୟୁ କୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନିତ ବୋଲି କହିଛନ୍ତି I ପୂର୍ବରୁ ମଧ୍ୟ ଏହି ପାରି ସମାନ ଘଟଣାରେ ୨ ଜଣ ଶିଶୁ ଙ୍କର ମୃତ୍ୟୁ ଘଟିଥିଲା I କ୍ରମାଗତ ୨ଟି ଦୁଃଖଦ ଘଟଣା ଘଟିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ନିଜ ପଦରେ ରହିବା ପାଇଁ ଉଚିତ୍‌ ମଣି ନଥିଲେ।ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ମହିଳା ୩୧ ସପ୍ତାହ ଗର୍ଭବତୀ ଥିଲେ ଏବଂ ତାଙ୍କୁ ଦେଶର ସବୁଠାରୁ ବଡ ଡାକ୍ତରଖାନା ସାଣ୍ଟା ମାରିଆ ହସ୍ପିଟାଲକୁ ନିଆଯାଇଥିଲା। ମହିଳା ଜଣକ ଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ