ଚର୍ଚ୍ଚାରେ ଭାରତ-ଆମେରିକା ଟ୍ରେଡ ଡିଲ

ଚର୍ଚ୍ଚାରେ ଭାରତ-ଆମେରିକା ଟ୍ରେଡ ଡିଲ

ଟାରିଫ୍ କୁ ନେଇ ଦୀର୍ଘ ସାତ ଆଠ ମାସ ଲାଗିରହିଥିବା ବିବାଦ ର ଅନ୍ତ ଘଟିଛି କ୍ଷ ମୋଦିଙ୍କ ବଳିଷ୍ଠ କୂଟନୀତି ବଳରେ ଶେଷରେ ଆମେରିକା ତାରୀଫକୁ ହ୍ରାସ କରିବାକୁ ବାଧ୍ୟ ହେଲା କ୍ଷ କିନ୍ତୁ ଏଠି କଥା ଉଠୁଛି ରୁଷ କଣ ଚୁପ ହେଇ ବସିବ କ୍ଷ କଣ ଭାରତ ରୁଷ ମଧ୍ୟରେ ଫାଟ ଆସିଯିବ କି ?
ଭାରତ ଆମେରିକା ମଧ୍ୟରେ ହୋଇଥିବା ଟ୍ରେଡକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛିା ଆମେରିକା ଭାରତ ଉପରେ ହଟାଇଥିବା ଟାରିଫକୁ ଛାଡି ଏବେ ଚର୍ଚ୍ଚା ହେଉଛି ଯେ ଭାରତ ରୁଷଠୁ ତେଲ କିଣିବା ବନ୍ଦ କରିଦେବେ । ରୁଷ ବଦଳରେ ଆମେରିକା ବେଂ ଭେନେଜୁଏଲାଠୁ ତେଲ କିଣିବ ଭାରତା ଏହି ଦାବି  ଖୋଦ ନିଜେ ଆମେରିକା ରଷ୍ଟ୍ରପତି ଏହି ଟ୍ରେଡ ଡିଲ ପରେ କରିଛନ୍ତିା ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ଭାରତ କାହା ଚାପରେ ନାହିଁ। ଭାରତକୁ ଯେଉଁଠୁ ଲାଭ ମିଳିବ ସେଇଠୁ ତେଲ କିଣିବ ଭାରତା ଭାରତ ନା ରୁଷରୁ ତେଲ କିଣିବା ବନ୍ଦ କରିବା କଥା କହିଛି ନା ଆଉ କେଉଁ ଦେଶ ଉପରେ ନିର୍ଭର ହେବା କଥା କହିଛିା ଅନ୍ୟପକ୍ଷରେ ରୁଷ ତ ଭାରତର ରାଷ୍ଟ୍ରନୀତିକୁ ସପୋର୍ଟ ମଧ୍ୟ କରୁଛିା ଏହା ଏହା ମଧ୍ୟ କହିଛି ଯେ, ଭାରତ ବିଶ୍ୱର ଯେକୌଣସି ବ୍ୟକ୍ତିଙ୍କଠାରୁ ତେଲ କିଣିବା ପାଇଁ ମୁକ୍ତ। ତଥାପି, ଟ୍ରମ୍ପ ବିଶ୍ୱକୁ ଏବେ ଦ୍ୱନ୍ଦ୍ୱରେ ପକାଇଛନ୍ତି। କାହିଁକି ନା ଏହି ସମୟରେ, ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ, ବରଂ ଆମେରିକା ଏବଂ ଭେନେଜୁଏଲା ଭଳି ଦେଶରୁ ତେଲ କିଣିବା। ଟ୍ରମ୍ପ ବେଳି ବୟାନ ପରେ ଏବେ ରୁଷ ରାଗିଯାଇ ଭାରତ ବିଷୟରେ ଏପରି ଦାବି କରୁଛି ଯାହା ଟ୍ରମ୍ପଙ୍କ ନିଦ ହଜାଇ ଦେଇଛିା ରୁଷ ରାଷ୍ଟ୍ରଦୂତ ଡେନିସ୍ କହିଛନ୍ତି ଯେ, ରୁଷ ଭାରତର ଶ୍ରେଷ୍ଠ ତୈଳ ଯୋଗାଣକାରୀ ଭାବରେ ରହିଛି।ତାପରେ ରୁଷର ବୈଦେଶିକ ମନ୍ତ୍ରୀ ଆମେରିକାକୁ ଟାର୍ଗେଟ କରି କହିଥିଲେ ଯେ ଭାରତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ମାନଙ୍କୁ ରୁଷରୁ ତେଲ ନ କିଣିବା ପାଇଁ ବାଧ୍ୟ କରାଯାଉଛିା  ଏବଂ ସେମାନଙ୍କୁ ଅତ୍ୟଧିକ ମୂଲ୍ୟରେ ଆମେରିକୀୟ ଖଘଏ କିଣିବାକୁ ବାଧ୍ୟ କରାଯାଉଛି।
ଆମେରିକା ନିଜ ପାଇଁ ଅର୍ଥନୈତିକ ପ୍ରାଧାନ୍ୟ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ପ୍ରମୁଖ ଦେଶଗୁଡ଼ିକୁ ଏହାର ଶକ୍ତି ଉତ୍ସଗୁଡ଼ିକ ପହଂଚାଇବା ପାଇଁ ଚେଷ୍ଟା କରୁଛିା । ଆମେରିକା ସମୁଦ୍ରରେ ଅନ୍ୟଦେଶର  ଟ୍ୟାଙ୍କର୍ ବିରୁଦ୍ଧରେ ଯୁଦ୍ଧ କରୁଛି। 
ରୁଷିଆ ବୈଦେଶିକ ମନ୍ତ୍ରୀଙ୍କ ଏହି ବିବୃତ୍ତି ଏଭଳି କେ ସମୟରେ ଆସିଛି ଯେତେବେଳେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଥିଲେ ଯେ ଭାରତର ଶକ୍ତି ସମ୍ବନ୍ଧୀୟ ନିଷ୍ପତ୍ତିଗୁଡ଼ିକ ଦେଶର ଅଂଶ।ଏହାର ଅର୍ଥ ହେଉଛି ଭାରତ ଏହାର ଲାଭ ଉପରେ ଆଧାର କରି ନିଷ୍ପତ୍ତି ନେବ। ଭାରତର ଏହି ବିବୃତ୍ତି ଟ୍ରମ୍ପଙ୍କ ଦାବିର ଜବାବ ଯେଉଁଥିରେ ଭାରତ ରୁଷରୁ ତେଲ ନ କିଣିବା ବିଷୟରେ ଆଲୋଚନା କରାଯାଇଛି। ଏବଂ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ସତ୍ତ୍ୱେ, ରୁଷ ପୁଣି ଥରେ ପ୍ରମାଣ କରିଛି ଯେ ସେ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବ। ଭାରତ ସହିତ ବନ୍ଧୁତା ଲାଭ କିମ୍ବା କ୍ଷତି ଉପରେ ଆଧାରିତ ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଥିବା ସବୁଠାରୁ ପୁରୁଣା ବନ୍ଧୁତା ଉପରେ ଆଧାରିତ।
 ପ୍ରକୃତରେ, ବ୍ରିକ୍ସର ଭାରତର ଅଧ୍ୟକ୍ଷତାକୁ ନେଇ  ରୁଷ ପୂର୍ଣ୍ଣ ସମର୍ଥନ ଜଣାଇଛି। ଭାରତ ଜାନୁଆରୀ ୧, ୨୦୨୬ ରେ ଔପଚାରିକ ଭାବେ ବ୍ରିକ୍ସର ପଦବୀକୁ ସମ୍ଭାଳିଛିା 
ପୁଟିନଙ୍କ ଡାହାଣ ହାତ ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି ଯେ ଭାରତ ରୁଷ ବ୍ରିକ୍ସ ଗୋଷ୍ଠୀକରଣର ଅଧ୍ୟକ୍ଷତା କରୁଥିବାରୁ ଏହାକୁ ସକ୍ରିୟ ଭାବରେ ସମର୍ଥନ କରିବ। ସେ କହିଛନ୍ତି ଯେ ଭାରତର ବର୍ତ୍ତମାନର କାର୍ୟ୍ୟସୂଚୀ ଆଧୁନିକ ଏବଂ ଅତ୍ୟନ୍ତ ପ୍ରାସଙ୍ଗିକ, ଆତଙ୍କବାଦ ବିରୋଧୀ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାର ଅର୍ଥ ହେଉଛି ରୁଷ ଭାରତକୁ ସମର୍ଥନ କରିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ଭାରତକୁ ସବୁ ପ୍ରକାରର ସହଯୋଗ କରିବା । ଏହା ପାକିସ୍ତାନ ପାଇଁ ଏକ ବଡ଼ ଆଘାତ ଏବଂ ଟ୍ରମ୍ପଙ୍କ ପାଇଁ ଏକ ଚ୍ୟାଲେଞ୍ଜ, ଯିଏ ଭାରତକୁ ରୁଷରୁ ତେଲ ନ କିଣିବାକୁ ବାଧ୍ୟ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର ମିଶିଗଲେ ତିନି ଦେଶ ,ନରମିଲେ ଟ୍ରମ୍ପ!

Tags: