ଡେମୋକ୍ରାଟ୍‌ ଦଳର ଭାରତୀୟ ବଂଶୋଦ୍ଭବଙ୍କ ଭାରତ ନେଇ ଚିନ୍ତା

ନୂଆଦିଲ୍ଲୀ: ଜୁଲାଇ ୦୭: ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଲଗାଉଥିବା କଟକଣାରୁ ଭାରତକୁ ମୁକ୍ତ ରଖିବାକୁ ଆମେରିକାର ଜଣେ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଦାବି କରିଛନ୍ତି । ଖାନ୍ନା ହେଉଛନ୍ତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜଣେ ଭାରତୀୟ ବଂଶୋଦ୍ଭବ । ସେ କହିଛନ୍ତି ଭାରତ ଏବେ ରୁଷର ମିଲିଟାରୀ ସାମଗ୍ରୀ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ଭାରତକୁ କଟକଣାରୁ ମୁକ୍ତ ରଖାଯିବା ଭାରତ-ଆମେରିକା ସାମରିକ ସହଯୋଗିତା ପାଇଁ ବେଶ ହିତକର […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୦୭: ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଲଗାଉଥିବା କଟକଣାରୁ ଭାରତକୁ ମୁକ୍ତ ରଖିବାକୁ ଆମେରିକାର ଜଣେ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଦାବି କରିଛନ୍ତି । ଖାନ୍ନା ହେଉଛନ୍ତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜଣେ ଭାରତୀୟ ବଂଶୋଦ୍ଭବ । ସେ କହିଛନ୍ତି ଭାରତ ଏବେ ରୁଷର ମିଲିଟାରୀ ସାମଗ୍ରୀ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ଭାରତକୁ କଟକଣାରୁ ମୁକ୍ତ ରଖାଯିବା ଭାରତ-ଆମେରିକା ସାମରିକ ସହଯୋଗିତା ପାଇଁ ବେଶ ହିତକର । ଏହା ପୂର୍ବରୁ ଜଣେ ପ୍ରଭାବଶାଳୀ ସିନେଟର ବବ୍‌ ମେନେନଡେଜ୍‌ କହିଥିଲେ ଯେ ଭାରତ ରୁଷଠାରୁ ଏସ-୪୦୦ କିଣୁଥିବାବେଳେ ଏହି ଦେଶ ଉପରେ ଆମେରିକା ଲଗାଉଥିବା କାଟସା କଟକଣାର ସ୍ଥିତି କଣ ? କଟକଣା ସତ୍ତେ୍ୱ ଯଦି ଭାରତ ଏସ-୪୦୦ କିଣିବା ଜାରି ରଖୁଥାଏ ତେବେ କ୍ୱାଡରେ କଣ ଭାରତର ସଦସ୍ୟତା ଜାରି ରହିବ ?ସୂଚନାଯୋଗ୍ୟ ଯେ, ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକେଫାବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାରର ଚୁକ୍ତି ହୋଇଥିଲା । କି;ୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ ଡିସେମ୍ବରରେ ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ଏହାର ମୁତୟନ କାମ ସଂପୂର୍ଣ୍ଣ ହୋଇଛି ।