ଇମ୍ରାନ ଖାଁଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ
ନୂଆଦିଲ୍ଲୀ : ପାକିସ୍ଥାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଜେଲ ଦଣ୍ଡାଦେଶ । ତୋଶଖାନା -୨ ମାମଲାରେ ପାକିସ୍ତାନ କୋର୍ଟ ଇମ୍ରାନ ଖାଁ ଙ୍କ ସହିତ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ଏକ କୋଟି ଟଙ୍କା ଜୋରିମାନା ସହିତ ଜେଲ ଦଣ୍ଡାଦେଶ ହୋଇଛି । ଏହି ମାମଲା ଅତ୍ୟନ୍ତ କମ୍ ମୂଲ୍ୟରେ ଏକ ମହଙ୍ଗା ବୁଲଗାରୀ ଅଳଙ୍କାର ସେଟ୍ କିଣିବା ସହ ଜଡ଼ିତ।
ପାକିସ୍ତାନ ଦଣ୍ଡ ସଂହିତାର ଧାରା ୪୦୯ ଅନୁଯାୟୀ ଇମ୍ରାନ ଖାନ ଏବଂ ବୁଶରାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ୭ ବର୍ଷ ଦଣ୍ଡିତ କରାଯାଇଛି । ରାଓଲପିଣ୍ଡିର ସ୍ୱତନ୍ତ୍ର କୋର୍ଟ ବିଚାରପତି ଶାହରୁଖ ଅର୍ଜୁମନ୍ଦ ଏହି ରାୟ ଘୋଷଣା କରିଛନ୍ତି । ଯେଉଁଠାରେ ଇମ୍ରାନ ବର୍ତ୍ତମାନ ବନ୍ଦୀ ଅଛନ୍ତି।
Tags:




