ରାଜରାସ୍ତାକୁ ଓଲ୍ଲାଇଲେ ଜେନ-ଜେଡ଼,ବିପଦରେ ବାଲେନ ସରକାରଙ୍କ ଭବିଷ୍ୟତ

 ରାଜରାସ୍ତାକୁ ଓଲ୍ଲାଇଲେ ଜେନ-ଜେଡ଼,ବିପଦରେ ବାଲେନ ସରକାରଙ୍କ ଭବିଷ୍ୟତ
Samaya Live News Picture
Published On

ନେପାଳରେ ପୁଣି ଆରମ୍ଭ ହେଲା ଜେନ-ଜେଡ଼ ହିଂସା । ନେପାଳରେ ଯୁବ ପ୍ରଧାନମନ୍ତ୍ରୀ ଵାଲେନ ଶାହଙ୍କ ବିରୋଧରେ ତେଜୁଛି ଜେନ-ଜେଡ଼ ଙ୍କ ଆକ୍ରୋଶ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଜେନ-ଜେଡ଼ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ କାହିଁକି ଜେନ-ଜେଡ଼ ମାନେ ରାଜରାସ୍ତାକୁ ଓଲ୍ଲାଉଛନ୍ତି ତାର କାରଣ ଖୋଜିଲେ ଜଣାପଡୁଛି ଜେନ-ଜେଡ ମାନେ ପ୍ରତି କଥାରେ ସରକାରଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ବାଲେନ ସାହା ଙ୍କ ବିରୋଧରେ, ଗତ ୩ଦିନ ରେ ୩ ଯୁବକ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ ଭୂମିହୀନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ଜେନ-ଜେଡ଼ । ଭୂମିହୀନଙ୍କୁ ପୁନର୍ବାସ ନକରାଇ ଉଚ୍ଛେଦ କରାଯାଉଥିବା ନିଷ୍ପତିକୁ ନେଇ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜେଡ଼  l

ବାଲେନ ସାହା ଙ୍କ ବିରୁଦ୍ଧରେ କାହିଁକି ହେଉଛି ପ୍ରଦର୍ଶନ -

କାଠମାଣ୍ଡୁ ରେ ଜେନ-ଜେଡ଼ ଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ଜାରି ରହିଛି l ସଂଯୁକ୍ତ ରାଷ୍ଟ୍ରୀୟ ଭୂମିହୀନ ମୋର୍ଚା ର ଆହ୍ୱାନ କ୍ରମେ ' ଗରୀବଙ୍କ ଉପରେ ଅତ୍ୟାଚାର ବନ୍ଦ କର' , ମାନବାଧିକାର କୁ ସମ୍ମାନ କର, ଅବୈଧ ଗିରଫ କରିବା ବନ୍ଦ କର, ଭୂମିହୀନ ଙ୍କୁ ଆଶ୍ରୟ ଦିଅ ' ଇତ୍ୟାଦି ନାରା ଦେଇ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି  ଜେନ-ଜେଡ଼ l ଶୁକ୍ରବାର ଦିନ ରାତି ସମୟ ରେ କାଠମାଣ୍ଡୁ ର କୀର୍ତ୍ତିପୂର ସ୍ଥିତ ସରକାରୀ ଅସ୍ଥାୟୀ ଆବାସରେ  ବନ୍ୟା ପାଣି ପଶି ଯିବାରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ସେଠାରେ ଆଶ୍ରୟ ନେଇଥିବା ଅନ୍ତେବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା l ସେଠାରେ ପାଖାପାଖି ୧୫୦ ଭୂମିହୀନ ପରିବାର ରହୁଥିଲେ l

ଘଟଣା ବିଷୟରେ ଜାଣିବା ପାଇଁ ଜେନ-ଜେଡ଼ଙ୍କ ସହିତ ଜଡିତ ଯୁବା କାର୍ଯ୍ୟକର୍ତା ୧୧ ଜୁଲାଇ ଶନିବାର ଦିନ ଉକ୍ତ ସ୍ଥାନରେ ପହଂଚି ଥିଲେ, କିନ୍ତୁ ପୋଲିସ ଅଚାନକ ଭାବରେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ଏବଂ ପରେ ଗିରଫ କରିଥିଲା, ଏହି ସମୟରେ ଜଣେ କାର୍ଯ୍ୟକର୍ତା ଙ୍କୁ ଆଘାତ ଲାଗିଥିଲା, ନେପାଳୀ କଂଗ୍ରେସ ନେତା ଗଗନ ଥାପା ଆନ୍ଦୋଳନକାରୀ ଗିରଫ କୁ ନେଇ ଆପତ୍ତି ଜଣାଇବା ପରେ ଏହା ଧୀରେ ଧୀରେ ଉଗ୍ର ରୂପ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା l ଏହି ଘଟଣା ପରଠାରୁ ଜେନ-ଜେଡ଼ ଙ୍କ ବିଦ୍ରୋହ ସାରା ଦେଶରେ ତେଜିବାକୁ ଲାଗିଛି  l

ଯେଉଁ ଜେନ-ଜେଡ଼ ଙ୍କ ପାଇଁ ବାଲେନ ସାହା ଗାଦି ରେ ବସିବାକୁ ସକ୍ଷମ ହୋଇଛନ୍ତି ବର୍ତ୍ତମାନ ସେହି ଜେନ-ଜେଡ଼ ଙ୍କ ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହେବାକୁ ବସିଛି  l ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ବାଲେନ ସାହା ସରକାର କଥା ଦେଇଥିଲେ ଯେ ଯଦି ସରକାର ଗଢିବେ ତେବେ ପ୍ରଥମେ ଭୂମିହୀନ ଙ୍କୁ ଆବାସ ଦେବେ ଓ ଦେଶରୁ ବେକାରୀ ସମସ୍ୟା ଦୂର କରିବେ l କିନ୍ତୁ ଲାଗୁଚି ଆଜି ସେ ନିଜ ପ୍ରତିଶୃତି ରୁ ଓହରି ଯାଇଛନ୍ତି l ଯାହାର ପ୍ରମାଣ ଦେଉଛି ପୁନର୍ବାର ଦେଶରେ ଜେନ-ଜେଡ଼ ବିଦ୍ରୋହ l 

Tags: