ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ଗିରଫ

ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ଗିରଫ
Samaya Live News Picture
Published On

ନୂଆଦିଲ୍ଲୀ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁଏମଏଲ୍) ନେତା କେ.ପି. ଶର୍ମା ଓଲି ଗିରଫ । ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ନେପାଳ ର ନୂତନ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର । କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କୁ ତାଙ୍କ ବାସଭବନରୁ ନେପାଳ ପୁଲିସ ଗିରଫ କରିଛି । ଜେନ-ଜି ଆନ୍ଦୋଳନ ସମୟରେ ନରସଂହାର ପାଇଁ ତାଙ୍କୁ ଗିରଫ କରାଯାଇଛି । 
ଗତ ବର୍ଷ ଜେନ-ଜି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରଙ୍କ ମୃତ୍ୟୁ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବାଦ ସମୟରେ ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଏଥିରେ ଅନେକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ପୂର୍ବ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦାୟୀ କରାଯାଇଛି । ରିପୋର୍ଟ ଅନୁଯାୟୀ, ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆଧାର କରି ଗିରଫ କରାଯାଇଛି।

Tags: