ଟ୍ରମ୍ପଙ୍କ ବାସଭବନରେ ଏଫବିଆଇ ଚଢ଼ାଉ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ବାସଭବନରେ ଚଢାଉ କରାଯାଇଥିବାର ସୂଚନା ମିଳିଛି । ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍‌ ଘରେ ଚଢାଉ କରିଛି । ଏହି ସମୟରେ ତାଙ୍କର ଟ୍ରେଜେରିକୁ ମଧ୍ୟ ଭଙ୍ଗାଯାଇଛି । ରାଷ୍ଟ୍ରପତି ପଦରୁ ହଟିବା ପରେ ଟ୍ରମ୍ପ ବହୁ ପରିମାଣର ରେକର୍ଡ ନେଇଯିବା ନେଇ ଅଭିଯୋଗ ଉଠିବା ପରେ ଏହି ଚଢାଉ ହୋଇଥାଇପାରେ ବୋଲି କୁହାଯାଉଛି । ଆମେରିକାର ନ୍ୟାୟ […]

Samaya Live Picture
Published On

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ବାସଭବନରେ ଚଢାଉ କରାଯାଇଥିବାର ସୂଚନା ମିଳିଛି । ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍‌ ଘରେ ଚଢାଉ କରିଛି । ଏହି ସମୟରେ ତାଙ୍କର ଟ୍ରେଜେରିକୁ ମଧ୍ୟ ଭଙ୍ଗାଯାଇଛି ।

ରାଷ୍ଟ୍ରପତି ପଦରୁ ହଟିବା ପରେ ଟ୍ରମ୍ପ ବହୁ ପରିମାଣର ରେକର୍ଡ ନେଇଯିବା ନେଇ ଅଭିଯୋଗ ଉଠିବା ପରେ ଏହି ଚଢାଉ ହୋଇଥାଇପାରେ ବୋଲି କୁହାଯାଉଛି । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢାଉ ଆରମ୍ଭ ହୋଇଥିଲା, ଯାହାକି ଅନେକ ଘଣ୍ଟା ଧରି ଚାଲିଥିଲା ।

ତେବେ ଟ୍ରମ୍ପଙ୍କ ବାସଭବନରେ ହୋଇଥିବା ଚଢାଉ ସମ୍ପର୍କରେ ଆମେରିକା ନ୍ୟାୟ ବିଭାଗ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି । ଦି ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି ଯେ ବହୁ ସଂଖ୍ୟକ ଏଫବିଆଇ ଏଜେଣ୍ଟ ତାଙ୍କ ମାର-ଏ-ଲାଗୋ ଘରେ ଚଢାଉ କରିଛନ୍ତି । ତେବେ ଏହି ଘଟଣାରେ ଏଫବିଆଇ ମୁଖ୍ୟାଳୟ ଏବଂ ମିଆମି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିରବତା ଅବଲମ୍ବନ କରାଯାଇଛ ।

ନ୍ୟୁୟର୍କ ଟାଇମ୍ସ ଏହି ଘଟଣାରେ ଚଢାଉରେ ସମ୍ପୃକ୍ତ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନାରୁ ଜଣାଯାଇଛି ଯେ କାର୍ଯ୍ୟକାଳ ଶେଷ ହେବା ପରେ ଟ୍ରମ୍ପ ହ୍ୱାଇଟ୍‌ ହାଉସରୁ ଫ୍ଲୋରିଡା ଘରକୁ ନେଇଥିବା ଡକ୍ୟୁମେଣ୍ଟ ବାକ୍ସ ଖୋଜାଯାଉଛି । ଏଣେ ଟ୍ରମ୍ପ କହିଛନ୍ତି ଯେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ସେ ଯେପରି ପ୍ରାର୍ଥୀ ନ ହୁଅନ୍ତି, ସେଥିଲାଗି ଏଭଳି ଚଢାଉ କରାଯାଉଛି ।