ଯୁଦ୍ଧରୁ ସିଧା ଆଲୋଚନା ଟେବୁଲ୍
ଦୁନିଆ ଶାନ୍ତ ଲାଗୁଥିଲା , କିନ୍ତୁ ଭିତରେ ଭିତରେ ଜଳୁଥିଲା ଏକ ଭୟଙ୍କର ସଂଘର୍ଷ । ଗୋଟେ ପଟେ ଯାହାଙ୍କ ଶବ୍ଦ ମାତ୍ରେ ଯୁଦ୍ଧର ନିଆଁ ଭଡକିଯାଉଥିଲାା ଅନ୍ୟ ପଟେ ଶାନ୍ତ କିନ୍ତୁ ଗଭୀର ରଣନୀତି ସହିତ । ହଠାତ୍ ମିସାଇଲ୍ ନାହିଁ ବୋମା ନାହିଁ କିନ୍ତୁ ଏକ ଚାଲ୍ ଯାହା ସମଗ୍ର ବିଶ୍ୱକୁ ହଲାଇଦେଲା । ତୈଳର ନାଡୀ ଉପରେ ଛାୟା, ଷ୍ଟକ୍ ମାର୍କେଟ୍ କମ୍ପିଗଲା , ସୁପରପାୱାର ଦେଶମାନେ ମଧ୍ୟ ନିରବ ହେଇଗଲେ ଏବଂ ସେଇ ମୁହୂର୍ତ୍ତରେ ଯିଏ କାଲି ପର୍ଯ୍ୟନ୍ତ ଯୁଦ୍ଧର ଗର୍ଜନ କରୁଥିଲେ ସେଇ ନେତା ଆଜି କହୁଛନ୍ତି ସିଜଫାୟାର । ଏହା କେବଳ ଏକ ଘଟଣା ନୁହେଁ, ଏହା ହେଉଛି ଏକ ଗୁପ୍ତ ଖେଳର ଆରମ୍ଭ, ଯେଉଁଠାରେ ଗୁଳି ଠାରୁ ଅଧିକ ଶକ୍ତିଶାଳୀ ରଣନୀତି । କିଏ ଜିତିବ, କିଏ ହାରିବ । ଆଗକୁ ଯାହା ହେବ ତାହା ଦେଖିବ ସମଗ୍ର ଦୁନିଆ ।
ଡୋନାଲ୍ଡ ଟ୍ରମ୍ପଙ୍କ ଗର୍ବ ଏବେ ଭାଙ୍ଗିପଡିଛି ଏବଂ ଏହି ଭାଙ୍ଗିବାର କାରଣ ଇରାନ । ଡୋନାଲ୍ଡ ଟ୍ରମ୍ପ ଯିଏ କାଲି ପର୍ଯ୍ୟନ୍ତ ଯୁଦ୍ଧର ଗର୍ଜନ କରୁଥିଲେ ସେଇ ନେତା ଆଜି ସିଜଫାୟାର ସିଜଫାୟାର କହୁଛନ୍ତି । ଏହା କେବଳ ଏକ ସାଧାରଣ ଘଟଣା ନୁହେଁ ଏହା ଏକ ଗ୍ଲୋବାଲ ପାୱାର ଗେମ୍ର ବଡ ଟର୍ଣ୍ଣିଙ୍ଗ ପଏଣ୍ଟ । କାହିଁକି ଟ୍ରମ୍ପ ପଛକୁ ହଟିଲେ । ଇରାନ କେବଳ ମିସାଇଲ୍ ଓ ଡ୍ରୋନ୍ ଦ୍ୱାରା ନୁହେଁ । ସେ ଖେଳିଲା ମନ, ଅର୍ଥନୀତି ଓ ରଣନୀତିର ଖେଳ ଏବଂ ଏହି ଖେଳରେ ଆମେରିକା ସହିତ ୧୨ଟି ଦେଶ ମଧ୍ୟ ଅଟକିଗଲା । ଇରାନର ୩ଟି ବ୍ରହ୍ମାସ୍ତ୍ର । ପ୍ରଥମେ ହର୍ମୁଜ୍ ଚୋକପଏଣ୍ଟ । ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବିଶ୍ୱର ତୈଳ ନାଡୀ । ଇରାନ ଏହାକୁ ଟାର୍ଗେଟ କରିବା ସହିତ , ତେଲ ମୂଲ୍ୟ ଆକାଶକୁ ଛୁଇଁଲା । ଦୁନିଆ ଭୟଭୀତ , ଆମେରିକା ଚାପରେ । ଦ୍ୱିତୀୟରେ ଆର୍ଥôକ ଯୁଦ୍ଧ । ଆମେରିକୀୟ କମ୍ପୀନୀମାନେ ତୈଳ, ଗା୍ୟାସ୍, ଡିଫେନ୍ସ ପାଇଁ ମଧ୍ୟପ୍ରାଚ୍ୟରେ କୋଟି କୋଟି ଡଲାର ନିବେଶ କରିଛନ୍ତି । କିନ୍ତୁ ଇରାନର ଆକ୍ରମଣରେ ସେଇ ସବୁ ନିବେଶ ଆପଦରେ ପଡିଗଲା । ଷ୍ଟକ୍ ମାର୍କେଟ୍ କମ୍ପିଗଲା , ୱାଲ୍ ଷ୍ଟ୍ରିଟ୍ ଭୟରେ । ତୃତୀୟରେ ପଲିଟିକାଲ୍ ପ୍ରେସର୍ । ଆମେରିକାରେ ନିର୍ବାଚନ ଆସୁଛି । ବଢୁଥିବା ତେଲ ଦର, ଜନସାଧାରଣଙ୍କ କ୍ରୋଧ । ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ପଷ୍ଟ ସନେ୍ଦଶ ଯୁଦ୍ଧ ଚାଲିଲେ ଫଣ୍ଡିଂ ବନ୍ଦ । ସୁପରପାୱାର ହୋଇ ମଧ୍ୟ ଫସିଗଲା ଆମେରିକା । ଆମେରିକା, ଇସ୍ରାଏଲ, ୟୁଏଇ, ସାଉଦି ଓ ବି୍ରଟେନ ସମସ୍ତେ ଶକ୍ତିଶାଳୀ । କିନ୍ତୁ ଏହି ଯୁଦ୍ଧ ଦେଖାଇଦେଲା ଶକ୍ତି କେବଳ ଅସ୍ତ୍ରରେ ନୁହେଁ ରଣନୀତିରେ ରହିଛି । ଇରାନର ଗେମ୍ ପ୍ଲାନ୍ ଇରାନ ଯୁଦ୍ଧକୁ ସିଧାସଳଖ ଲଢିଲା ନାହିଁ , ସେ ଖେଳିଲା ପ୍ରେସର୍ ଗେମ୍ । ତୈଳ ରୁଟ୍ ଉପରେ ଆକ୍ରମଣ, କମ୍ପାନୀଗୁଡିକୁ ଟାର୍ଗେଟ୍ ଓ ଆମେରିକା ଅର୍ଥନୀତିକୁ ଚାପ ଏବଂ ଫଳାଫଳ ଟ୍ରମ୍ପ ଆଲୋଚନା ଟେବୁଲକୁ ଆସିଗଲେ । ଏବେ ସବୁଠାରୁ ବଡ ପ୍ରଶ୍ନ ଟ୍ରମ୍ପ ଏହି ଚକ୍ରବୁ୍ୟହରୁ ବାହାରି ପାରିବେ କି । ନା ଏହା ତାଙ୍କର ରାଜନୀତିକ କ୍ୟାରିୟରର ଶେଷ । ଯୁଦ୍ଧ କେବଳ ବନ୍ଧୁକରେ ଜିତାଯାଏ ନାହିଁ । ଯୁଦ୍ଧ ଜିତାଯାଏ ସମୟ, ରଣନୀତି ଓ ମନୋବିଜ୍ଞାନରେ ଏବଂ ଏହି ଯୁଦ୍ଧରେ ଇରାନ ସେହି ଶକ୍ତିଶାଳୀ ଖେଳ ଖେଳିଛି ।



