ସକ୍ରିୟ ହେଲା ବିପଦ ଜୋନ୍! ଇରାନ ପାଇଁ ଖେଳ ସମାପ୍ତ!
ନିରବ ରାତି, ସମୁଦ୍ର ଉପରେ ଗାଢ ଅନ୍ଧକାର । କିନ୍ତୁ ସେହି ଅନ୍ଧକାର ଭିତରେ କିଛି ଭୟଙ୍କର ଘଟିବାକୁ ଯାଉଛି । ହଠାତ୍ ଆକାଶକୁ ଚିରି ଦେଉଥିବା ଗର୍ଜନ ଏବଂ ଗୋଟିଏ ପରେ ଗୋଟିଏ ଅଗ୍ନିଗୋଳା ଭୂମି ଦିଗକୁ ଅଗ୍ରଗତି ହେଉଛି । ଏହା ସାଧାରଣ ଆକ୍ରମଣ ନୁହେଁ ଏହା ହେଉଛି ଏକ ସନେ୍ଦଶ, ଏକ ଚେତାବନୀ ଓ ଏକ ଯୁଦ୍ଧର ଆରମ୍ଭ । ଯେତେବେଳେ ସମସ୍ତେ ଶାନ୍ତିରେ କଥା କହୁଥିଲେ । ସେତେବେଳେ ଡୋନାଲ୍ଡ ଟ୍ରମ୍ପ ନେଲେ ଏକ ଭୟଙ୍କର ନିଷ୍ପତ୍ତି । ସହଯୋଗୀମାନେ ପଛୁଆ ହେଲେ , ବିଶ୍ୱ ନିରବ ରହିଗଲା । କିନ୍ତୁ ଟ୍ରମ୍ପ ଏକା ରହିଲେ ଏବଂ ନିଷ୍ପତ୍ତି ନେଲେ । ଏହି ଯୁଦ୍ଧ ସେ ଏକା ଲଢିବେ । ଲକ୍ଷ୍ୟ ଷ୍ଟ୍ରେଟ୍ ଅଫ୍ ହରମୁଜ୍ । ଯେଉଁଠାରେ ବନ୍ଦ ହୋଇଥିବା ଏକ ରାସ୍ତା ସମଗ୍ର ବିଶ୍ୱକୁ ଅସ୍ଥିର କରିଦେଇଛି । ଆକାଶରେ ଉଡୁଛି ବୋମ୍ବର, ଭୂମିତଳେ ଲୁଚିଛି କ୍ଷେପଣାସ୍ତ୍ର ଏବଂ ମଝିରେ ଆସୁଛି ଏକ ବିସ୍ଫୋରଣ ଯାହା ପରିବର୍ତ୍ତନ କରିଦେବ ସମୟକୁ । ଏହା କେବଳ ଏକ ଆକ୍ରମଣ ନୁହେଁ , ଏହା ହେଉଛି ଶକ୍ତି, ରାଜନୀତି ଓ ପ୍ରତିଶୋଧର ଏକ ଭୟଙ୍କର ଖେଳ । ହେଲେ ଏବେ ଏହି ଅଗ୍ନିଜ୍ୱାଳା କେବଳ ଏଠି ରୋକିହେବ ନା ଏହା ପୁରା ବିଶ୍ୱକୁ ଜଳାଇଦେବ ।
ଯୁଦ୍ଧ ବିରାମର ଅନିଶ୍ଚିତ ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ଏକ ଆକ୍ରମଣାତ୍ମକ ନିଷ୍ପତ୍ତି ନେଇଛନ୍ତି । ସହେଯାଗୀ ଦେଶମାନଙ୍କରୁ ଆଶାକରା ସମର୍ଥନ ନମିଳିବା ପରେ ସେ ଏକାକୀ ଭାବେ ଇରାନ ବିରୋଧରେ ସେନା ଅଭିଯାନ ଆରମ୍ଭ କରିଦେଇଛନ୍ତି । ମୁଖ୍ୟ ଲକ୍ଷ୍ୟ ଥିଲା ଷ୍ଟ୍ରେଟ୍ ଅଫ ହରମୁଜ୍ ଏକ ସଂକୀର୍ଣ୍ଣ ସମୁଦ୍ର ପଥ ଯାହା ଦ୍ୱାରା ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ବ୍ୟବସାୟ ହୁଏ । ଇରାନ ଏହି ପଥକୁ ଅବରୋଧ କରିଥିବାରୁ ବିଶ୍ୱ ଶକ୍ତି ବାଣିଜ୍ୟ ଭୟଙ୍କର ପ୍ରଭାବିତ ହେଉଥିଲା । ଏହି ପରିସ୍ଥିତିରେ ଆମେରିକାର ସେନା ବିଶେଷକରି ଆମେରିକା ସେଣ୍ଟ୍ରାଲ କମାଣ୍ଡ ନିୟନ୍ତ୍ରଣରେ ବଡ ପରିମାଣରେ ବାୟୁ ଆକ୍ରମଣ ଆରମ୍ଭ କଲା । ଏହି ଅଭିଯାନରେ ବି-୧ ଲାନସର ବୋମ୍ବର ବିମାନ ବ୍ୟବହାର କରାଯାଇଥିଲା । ଆକ୍ରମଣର ମୁଖ୍ୟ ଅସ୍ତ୍ର ଥିଲା ୨୨୦୦ କିଲୋ ଗ୍ରାମ ଓଜନର ଭୟଙ୍କର ଜିବିୟୁ-୭୨ ବଙ୍କର ବଷ୍ଟର ବୋମାଗୁଡିକ ଗଭୀର ଭୂଗର୍ଭରେ ଲୁଚିଥିବା କ୍ଷେପଣାସ୍ତ୍ର ଘାଟି ଏବଂ କଂକ୍ରିଟ୍ ସଂରଚନାକୁ ଭେଦ କରି ଭିତରେ ବିସ୍ଫୋରଣ କରିପାରେ ।
.jpeg)
ଆମେରିକାର ଲକ୍ଷ୍ୟ ସ୍ପଷ୍ଟ ଥିଲା ଇରାନର ଉପକୂଳ କ୍ଷେପଣାସ୍ତ୍ର ଘାଟିଗୁଡିକୁ ଧ୍ୱଂସ କରି ଷ୍ଟ୍ରେଟ୍ ଅଫ୍ ହରମୁଜ୍ କୁ ପୁଣି ଖୋଲିବା । ଏହି ଘାଟିଗୁଡିକ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ଗୁରୁତର ବିପଦ ହୋଇଯାଇଥିଲା । କିନ୍ତୁ ଆକ୍ରମଣ ପରେ ବି ଇରାନ ତାଙ୍କ ମନୋଭାବ ପରିବର୍ତ୍ତନ କରିନାହିଁ । ସେମାନେ ସ୍ପଷ୍ଟ କରିଛନ୍ତି ଯେ ହର୍ମୁଜ ପଥକୁ ସହଜରେ ଖୋଲିବେ ନାହିଁ । ଏହାର ଅର୍ଥ ହେଲା ଏହି ସଂଘର୍ଷ ଏଠାରେ ଥମିବା ନୁହେଁ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଷ୍ପତ୍ତିରେ ଟଳି ରହିଛନ୍ତି ଏବଂ ଇରାନ ମଧ୍ୟ ପଛୁଆ ହେବାକୁ ପ୍ରସ୍ତୁତ ନୁହେଁ । ପରିଣାମରେ ଏହି ମୁକାବିଲା ଆଗାମୀ ଦିନରେ ଆହୁରି ଭୟଙ୍କର ଓ ବିନାଶକାରୀ ରୂପ ନେବାର ଆଶଙ୍କା ରହିଛି ।



