ପାକିସ୍ତାନ ଉପରେ ପଡିଲା ଚୀନର ଚଡକ

ଇସଲାମାବାଦ: ମଇ ୩୧: ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍‌ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଏକ ବୈଠକରେ ଚୀନ୍‌ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରୋଡ୍ୟୁସର୍ସ ପକ୍ଷରୁ ଏ ନେଇ ଘୋଷଣା […]

Samaya Live Picture
Published On

ଇସଲାମାବାଦ: ମଇ ୩୧: ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍‌ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଏକ ବୈଠକରେ ଚୀନ୍‌ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରୋଡ୍ୟୁସର୍ସ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା । ଏଥିରେ ସାମିଲ ଥିବା ୩୦ କମ୍ପାନୀ ଶକ୍ତି, ସଞ୍ଚାର, ରେଳବାଇ ଏବଂ ଅନ୍ୟ କ୍ଷେତ୍ର ସହ ଜଡିତ । ବୈଠକରେ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡିକ ୩୦୦ ଅରବ ପାକିସ୍ତାନୀ ଟଙ୍କା ବକେୟା ପୈଠ କରିବା ସମ୍ପର୍କରେ ଅନେକ ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଚୀନ୍‌ ଅଧିକାରୀଙ୍କ ପାଇଁ ଜଟିଳ ଭିସା ପ୍ରକ୍ରିୟା ଏବଂ ଟ୍ୟାକ୍ସ ସହ ଜଡିତ ସମସ୍ୟାକୁ ମଧ୍ୟ ଚୀନ୍‌ କମ୍ପାନୀର ପଦାଧିକାରୀ ଉଠାଇଥିଲେ । ଏହି କମ୍ପାନୀ ମଧ୍ୟରୁ ୨୫ଟିର ପ୍ରତିନିଧି କହିଥିଲେ ବକେୟା ପୈଠ ବିନା ସେମାନେ ଅଧିକ ଦିନ କାମ କରିପାରିବେନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶେଷ ଥର ଚୀନ୍‌ ଗସ୍ତ ସମୟରେ ବକେୟା ପୈଠ କରିବାକୁ କହିଥିଲେ । କି;ୁ ଏହା ମଧ୍ୟ ହୋଇପାରିନାହିଁ । ତେବେ ଘଟଣାରେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ ଚୀନ୍‌ କମ୍ପାନୀମାନଙ୍କୁ କେବଳ ଆଶ୍ୱାସନା ଦେଇଛନ୍ତି । ତେବେ ଆଗକୁ କଣ ହେଉଛି, ଅବା ଏହି ବକେୟା ଚୀନ ଓ ପାକ୍‌ ମଧ୍ୟରେ ଶତ୍ରୁତା ଠିଆ କରୁଛି ତାହା ଦେଖିବାକୁ ବାକି ରହିଲା ।