ଚୀନ୍‌ରେ ବଢ଼ୁଛି କରୋନା କେସ୍‌, ଆଜିଠାରୁ ସଂଘାଇରେ ଲକ୍‌ଡାଉନ୍‌ ଆରମ୍ଭ

ଦିଲ୍ଲୀ: ମାର୍ଚ୍ଚ ୨୮: କେତେକ ରାଷ୍ଟ୍ରରେ କରୋନା ସଂକ୍ରମଣ କମୁଥିଲା ବେଳେ ଚୀନ୍‌ରେ ସଂକ୍ରମଣ ବଢ଼ୁଛି । ଯାହା ବିଶ୍ୱବାସୀଙ୍କୁ ପୁଣି ସଙ୍କଟରେ ପକାଇପାରେ । ସଂକ୍ରମଣ ମାମଲା ହେତୁ ୨୬ ନିୟୁତ ଜନତା ବସବାସ କରୁଥିବା ଚୀନ୍‌ର ବୃହତ୍ତମ ନଗରୀ ସଙ୍ଘାଇରେ ଆଜି ଲକ୍‌ଡାଉନ୍‌ ଘୋଷଣା ହୋଇଛି ଓ ନମୁନା ସଂଗ୍ରହ କରାଯାଉଛି । ଏହି ଲକ୍‌ଡାଉନ୍‌ ଆଜିଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଏହାସହିତ ଚୀନ୍‌ର ପୁଦୋଙ୍ଗ୍‌ ଜିଲ୍ଲା ଓ ଆଖପାଖ […]

Samaya Live Picture
Published On

ଦିଲ୍ଲୀ: ମାର୍ଚ୍ଚ ୨୮: କେତେକ ରାଷ୍ଟ୍ରରେ କରୋନା ସଂକ୍ରମଣ କମୁଥିଲା ବେଳେ ଚୀନ୍‌ରେ ସଂକ୍ରମଣ ବଢ଼ୁଛି । ଯାହା ବିଶ୍ୱବାସୀଙ୍କୁ ପୁଣି ସଙ୍କଟରେ ପକାଇପାରେ । ସଂକ୍ରମଣ ମାମଲା ହେତୁ ୨୬ ନିୟୁତ ଜନତା ବସବାସ କରୁଥିବା ଚୀନ୍‌ର ବୃହତ୍ତମ ନଗରୀ ସଙ୍ଘାଇରେ ଆଜି ଲକ୍‌ଡାଉନ୍‌ ଘୋଷଣା ହୋଇଛି ଓ ନମୁନା ସଂଗ୍ରହ କରାଯାଉଛି । ଏହି ଲକ୍‌ଡାଉନ୍‌ ଆଜିଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ।

ଚୀନ୍‌ରେ ବଢ଼ୁଛି କରୋନା କେସ୍‌, ଆଜିଠାରୁ ସଂଘାଇରେ ଲକ୍‌ଡାଉନ୍‌ ଆରମ୍ଭ
ଏହାସହିତ ଚୀନ୍‌ର ପୁଦୋଙ୍ଗ୍‌ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ଜିଲ୍ଲା ହେଉଛି ଚୀନ୍‌ର ବଡ଼ ଫାଇନାନ୍‌ସ ପଏଣ୍ଟ । ଏହି ଜିଲ୍ଲା ବନ୍ଦ କାରଣରୁ ଦେଶରେ ଆର୍ଥିକ ସଙ୍କଟ ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି ।

ସଙ୍ଘାଇ ନଗରୀକୁ ଭାଗ କରି ପ୍ରବାହିତ ହେଉଥିବା ହୁଆଙ୍ଗ¬ୁ ନଦୀର ପଶ୍ଚିମ ପ୍ରାନ୍ତରେ ଥିବା ନଗରୀର ବିଶାଳ ତଳିଆ ଅଞ୍ଚଳରେ ମଧ୍ୟ ୫ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯିବ । ଲକ୍‌ଡାଉନ୍‌ ସମୟରେ ବାସିନ୍ଦାମାନେ ଘର ଭିତରେ ରହିବେ । ବାହାରକୁ ବାହାରି ନାହିଁ କି ବାହାର ଦୁନିଆ ସହିତ ସମ୍ପର୍କ ରଖିବେ ନାହିଁ । ଆବଶ୍ୟକ ସାମଗ୍ରୀ ଚେକ୍‌ ପଏଣ୍ଟ୍‌ମାନଙ୍କରେ ରଖାଯିବ । ଅତ୍ୟାବଶ୍ୟକ ବ୍ୟବସାୟିକ କାର୍ଯ୍ୟାଳୟ ଖୋଲା ରହିବ ଏବଂ ସର୍ବସାଧାରଣ ପରିବହନ ବନ୍ଦ ରହିବ । ସଂଘାଇରେ ଥିବ ‘ଡିଜ୍‌ନି ଥିମ୍‌ ପାର୍କ’ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ଚୀନ୍‌ରେ ବଢ଼ୁଛି କରୋନା କେସ୍‌, ଆଜିଠାରୁ ସଂଘାଇରେ ଲକ୍‌ଡାଉନ୍‌ ଆରମ୍ଭ
ସୂଚନା ଥାଉଯେ, ଚଳିତ ମାସରେ ଚୀନ୍‌ରେ ପ୍ରାୟ ୫୬ ହଜାର ଅଧିକ କରୋନା ସଂକ୍ରମଣ ମାମଲା ରିପୋର୍ଟ କରିଛି । ସେଥିରୁ ଉତ୍ତରପୂର୍ବ ପ୍ରଦେଶ ଜିଲିନ୍‌ରେ ଅଧିକାଂଶ ସଂକ୍ରମଣ ରେକର୍ଡ ହୋଇଛି ।