ବଦଳିବ ବ୍ରିଟେନ ମୁଦ୍ରା: ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସ୍ଥାନରେ ରହିବ ତୃତୀୟ ଚାର୍ଲସଙ୍କ ଚିତ୍ର
ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁପରେ ବ୍ରିଟେନର ଜନଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛ । କାରଣ ରାଣୀ ବ୍ରିଟେନର ଆଳଙ୍କାରିକ ମୁଖ୍ୟ ହେଲେ ମଧ୍ୟ ଲୋକମାନଙ୍କ ଜୀବନ ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲେ । ସବୁଠାରୁ ମୁଖ୍ୟ ପରିବର୍ତ୍ତନ ହେଉଛି.. ବ୍ରିଟିଶ ମୁଦ୍ରାକୁ ବଦଳାଯିବ । କାରଣ ବର୍ତ୍ତମାନର ନୋଟ ଓ କଏନରେ ରାଣୀଙ୍କ ଚିତ୍ର ରହିଛି । ନୂଆ ନୋଟ ଓ କଏନରେ ରାଜା ତୃତୀୟ ଚାର୍ଲସୟଙ୍କ ଚିତ୍ର ରହିବ । ତେବେ ଏବେ […]
ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁପରେ ବ୍ରିଟେନର ଜନଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛ । କାରଣ ରାଣୀ ବ୍ରିଟେନର ଆଳଙ୍କାରିକ ମୁଖ୍ୟ ହେଲେ ମଧ୍ୟ ଲୋକମାନଙ୍କ ଜୀବନ ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲେ । ସବୁଠାରୁ ମୁଖ୍ୟ ପରିବର୍ତ୍ତନ ହେଉଛି.. ବ୍ରିଟିଶ ମୁଦ୍ରାକୁ ବଦଳାଯିବ ।
କାରଣ ବର୍ତ୍ତମାନର ନୋଟ ଓ କଏନରେ ରାଣୀଙ୍କ ଚିତ୍ର ରହିଛି । ନୂଆ ନୋଟ ଓ କଏନରେ ରାଜା ତୃତୀୟ ଚାର୍ଲସୟଙ୍କ ଚିତ୍ର ରହିବ । ତେବେ ଏବେ ପ୍ରଚଳିତ ନୋଟ ଓ ମୁଦ୍ରାର ଆଇନଗତ ବୈଧତା ଜାରି ରହିବ । ଏ ସଂପର୍କରେ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କ ଅଫ ଇଂଲଣ୍ଡ ପକ୍ଷରୁ ଘୋଷଣା କରି କୁହାଯାଇଛି ଯେ ବର୍ତ୍ତମାନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାରୁ ମୁଦ୍ରାନୈତିକ କମିଟିର ବୈଠକୁ ସ୍ଥଗିତ ରଖାଯାଇଛି । ଶୋକ ପାଳନ ଶେଷ ହେବା ପରେ ନୂଆ ନୋଟ ଓ କଏନ ସଂପର୍କରେ ନିଷ୍ପତ୍ତି ନିଆଯିବ ।
ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୨ ବର୍ଷ ଲାଗିଯାଇପାରେ । ଏପରିକି ମୁଦ୍ରାରେ ନୂଆ ରାଜାଙ୍କ ଚିତ୍ର ରଖିବାକୁ ଆହୁରି ଅଧିକ ସମୟ ଲାଗିବ । ବ୍ରିଟିଶ ମୁଦ୍ରାରେ ରାଣୀ ଏଲିଜାବେଥ ୩ୟଙ୍କ ଚିତ୍ର ଗତ ୧୯୬୦ ମସିହାରୁ ରହିଛି । କେବଳ ବ୍ରିଟେନ ନୁହେଁ, ଆଉ କେତୋଟି ଦେଶର ମୁଦ୍ରା ବି ବଦଳିବ । ସେସବୁ ଦେଶଙ୍କ ମଧ୍ୟରେ ରହିଛନ୍ତି କାନାଡା, ନ୍ୟୁଜିଲାଣ୍ଡ, ବାହାମାସ, ଜାମାଇକା, ଅଷ୍ଟ୍ରେଲିଆ ।




