କାର୍ଗୋ ବିମାନ ଦୁର୍ଘଟଣା , ୫ ମୃତ, ୫ ଜଣ ଆହତ

କାର୍ଗୋ ବିମାନ ଦୁର୍ଘଟଣା , ୫ ମୃତ, ୫ ଜଣ ଆହତ
Samaya Live News Picture
Published On

ଆମେରିକା : ରନୱେରୁ ବାହାରିଗଲା କାର୍ଗୋ ବିମାନ । ଆମେରିକାର ଫ୍ଲୋରିଡା ସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରି ଯିବା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି । ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ  21 Air Flight 7598 ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ କରିବା ସମୟରେ ବିମାନ ରନୱେ ରୁ ବାହାରକୁ ସୀମା ପାର ହୋଇ ନିକଟସ୍ଥ ଏକ ରାସ୍ତା ଏବଂ ପାର୍କିଂ ଭିତରକୁ ପଶିଯାଇଥିଲା । ସେଠାରେ ଅନେକ ଗାଡ଼ିକୁ ଧକ୍କା ଦେବା ସହ ଏଥିରେ ନିଆଁ ଲାଗିଯାଇଥିଲା ।

ଏଥିରେ ୫ ଜଣ ପ୍ରାଣ ହରାଇବା ସହ ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଥାନୀୟ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଆମି-ଡେଡ୍ ଫାୟାର ରେସକ୍ୟୁର ପ୍ରାୟ ୨୦୦ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଫସି ରହିଥିବା ପାଇଲଟ୍ ଓ ଅନ୍ୟମାନଙ୍କୁ ବାହାର କରାଯାଇଥିଲା । ଦୁର୍ଘଟଣା ପରେ ମିଆମି ବିମାନବନ୍ଦରର ସମସ୍ତ ରନୱେକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା ।

 

Tags: