ବ୍ରିଟେନ୍‌ ସଂସଦରେ ବୁଲଡୋଜର ପ୍ରସଙ୍ଗ

ନୂଆଦିଲ୍ଲୀ: ମଇ ୦୨: ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋଜର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନ ବ୍ୟବହାର କରୁଥିବା କହିଛନ୍ତି। ବ୍ରିଟେନ୍ ସାଂସଦଙ୍କ ଏହି ଟିପ୍ପଣୀ ଉପରେ କେନ୍ଦ୍ର ମନ୍ତ୍ରୀ କିରିଣ ରିଜିଜୁ ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୦୨: ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋଜର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନ ବ୍ୟବହାର କରୁଥିବା କହିଛନ୍ତି। ବ୍ରିଟେନ୍ ସାଂସଦଙ୍କ ଏହି ଟିପ୍ପଣୀ ଉପରେ କେନ୍ଦ୍ର ମନ୍ତ୍ରୀ କିରିଣ ରିଜିଜୁ ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି କହିଛନ୍ତି ମୁଁ ସେହି ଯୁବ ବ୍ରିଟିଶ ସାଂସଦଙ୍କୁ ଦୋଷ ଦେଉ ନାହିଁ, ଯିଏ ସତ୍ୟତା ବିଷୟରେ ଅଜ୍ଞ । ଏହା ତ ଟୁକଡେ ଟୁକଡେ ଗ୍ୟାଙ୍ଗ ପକ୍ଷରୁ ଆରମ୍ଭ କରାଯାଇଥିବା ନକରାତ୍ମକ ଅଭିଯାନର ପରିଣାମ। ଏମାନଙ୍କ ଉଦ୍ଦେଶ୍ୟ ଦେଶର ବଡ ଉପଲବ୍ଧିକୁ ବଦନାମ କରିବା। ନରେନ୍ଦ୍ର ମୋଦୀ ସରକାର ଭାରତରେ ଆଇନର ଶାସନକୁ ବିଶ୍ଵାସ କରନ୍ତି ବୋଲି ସେ କହିଛନ୍ତି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିକଟରେ ଭାରତ ଯାତ୍ରା ସମୟରେ ଗୁଜରାଟର ଜେସିବି ମେସିନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହା ପରଠୁ ବ୍ରିଟେନରେ ମଧ୍ୟ ବୁଲଡୋଜରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।