ରାଣୀଙ୍କ କବର ଫଟୋ ପ୍ରକାଶ କଲା ବକିଙ୍ଗ୍‌ହାମ୍‌ ପ୍ରାସାଦ

ଲଣ୍ଡନ୍‌: ଶନିବାର ଦିନ ବକିଙ୍ଗ୍‌ହାମ୍‌ ପ୍ରାସାଦ ‘ୱିନ୍‌ସର୍‌ ରୟାଲ୍‌ ଚାପେଲ୍‌’ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ କବର ଫଟୋ ପ୍ରକାଶ କରିଛି । ଏଥିରେ ଦେଖାଯାଉଥିବା ଫଳକରେ ରାଣୀଙ୍କ ନାଁ, ତାଙ୍କ ପିତାମାତାଙ୍କ ନାଁ ଓ ସ୍ୱାମୀ ଯୁବରାଜ ଫିଲିପ୍‌ଙ୍କ ନାଁ ଖୋଦେଇ କରାଯାଇଛି । କଳା ବେଲଜିୟମ୍‌ ମର୍ମର ପଥରରେ ନିର୍ମିତ ଏହି ଫଳକଟିକୁ ରାଜା ଷଷ୍ଠ ଜର୍ଜ ସ୍ମାରକୀ ଚାପେଲରେ ସ୍ଥାପନ କରାଯାଇଛି । ୧୯୬୨ ମସିହାରେ ତାଙ୍କ ବାପାଙ୍କ ସମାଧିସ୍ଥଳ ଭାବେ ରାଣୀ […]

Samaya Live Picture
Published On

ଲଣ୍ଡନ୍‌: ଶନିବାର ଦିନ ବକିଙ୍ଗ୍‌ହାମ୍‌ ପ୍ରାସାଦ ‘ୱିନ୍‌ସର୍‌ ରୟାଲ୍‌ ଚାପେଲ୍‌’ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ କବର ଫଟୋ ପ୍ରକାଶ କରିଛି । ଏଥିରେ ଦେଖାଯାଉଥିବା ଫଳକରେ ରାଣୀଙ୍କ ନାଁ, ତାଙ୍କ ପିତାମାତାଙ୍କ ନାଁ ଓ ସ୍ୱାମୀ ଯୁବରାଜ ଫିଲିପ୍‌ଙ୍କ ନାଁ ଖୋଦେଇ କରାଯାଇଛି । କଳା ବେଲଜିୟମ୍‌ ମର୍ମର ପଥରରେ ନିର୍ମିତ ଏହି ଫଳକଟିକୁ ରାଜା ଷଷ୍ଠ ଜର୍ଜ ସ୍ମାରକୀ ଚାପେଲରେ ସ୍ଥାପନ କରାଯାଇଛି । ୧୯୬୨ ମସିହାରେ ତାଙ୍କ ବାପାଙ୍କ ସମାଧିସ୍ଥଳ ଭାବେ ରାଣୀ ଏଲିଜାବେଥ୍‌ ତାଲିକାଭୁକ୍ତ କରିଥିଲେ ।

।େୱଷ୍ଟ୍ମିନ୍‌ଷଫର୍‌ ଆବେରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତ୍ୟେଷ୍ଟି ସମାପନ ହେବା ପରେ ରାଣୀଙ୍କୁ ସୋମବାର ଦିନ ଏଠାରେ କବର ଦିଆଯାଇଥିଲା । ନୂଆ ପଥର ଫଳକର ପ୍ରଥମ ଦୁଇ ଧାଡ଼ିରେ ପିତଳ ଅକ୍ଷରରେ ଇଂରାଜୀ ଭାଷାରେ ଲେଖାଯାଇଛି:- ୬ଷ୍ଠ ଜର୍ଜ୧୮୯୫-୧୯୫୨/ଏଲିଜାବେଥ୍‌ ୧୯୦୦-୨୦୦୨ । ତା’ ତଳକୁ ରହିଛି ଏକ ‘ଗାଟର୍ର୍‌ ଷ୍ଟାର୍‌’ । ତ’ପରେ ତଳ ଦୁଇ ଧାଡ଼ିରେ ଲେଖାଯାଇଛି: ୨ୟ ଏଲିଜାବେଥ୍‌ ୧୯୨୬-୨୦୨୨/ଫିଲିପ୍‌ ୧୯୨୧-୨୦୨୧ । ଉଲ୍ଲେଖଯୋଗ୍ୟ, ରାଣୀ ଏଲିଜାବେଥ୍‌ଙ୍କ ଭଉଣୀ ରାଜଜେମା ମାର୍ଗାରେଟ୍‌ଙ୍କୁ ମଧ୍ୟ ପଶ୍ଚିମ ଲଣ୍ଡନରେ ଥିବା ୱିନ୍ସର୍‌ କାସେଲରେ ଥିବା ଚାପେଲରେ କବର ଦିଆଯାଇଥିଲା । ୭୦ ବର୍ଷ ରାଜୁତି କରିବା ପରେ ସ୍କଟିସ୍‌ ଉଚ୍ଚଭୂମିରେ ଥିବା ଗ୍ରୀଷ୍ମକାଳୀନ ଆବାସ ବାଲ୍ମୋରାଲ୍‌ କ୍ୟାସଲରେ ସେପେଫମ୍ବର ୮ ତାରିଖ ଦିନ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ପରଲୋକ ଗମନ କରିଥିଲେ । ତାଙ୍କର ପୁଅ ଚାର୍ଲସ୍‌ ଏବେ ଇଂଲଣ୍ଡର ରାଜା ହୋଇଛନ୍ତି ।