ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍‌ଙ୍କ ଇସ୍ତଫା

ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍‌ଙ୍କ ଇସ୍ତଫା
Samaya Live News Picture
Published On

ନୂଆଦିଲ୍ଲୀ : ବ୍ରିଟେନ ରାଜନୀତିରେ ବଡ଼ ହଲଚଲ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲେବର ପାର୍ଟି ନେତା କିର୍ ଷ୍ଟାରମର । ନୂଆ ପ୍ରଧାନମନ୍ତ୍ରୀ ନାମ ଘୋଷଣା ହେବା ଯାଏଁ କିର୍ ଷ୍ଟାରମର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ଦଳୀୟ ଚାପ ଏବଂ ଦେଶରେ ଅର୍ଥନୈତିକ ଅସ୍ଥିରତାକୁ ନେଇ ତାଙ୍କ ଉପରେ କ୍ରମାଗତ ଭାବେ ଚାପ ବଢ଼ୁଥିଲା, ଯାହା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।  ୧୪ ବର୍ଷ କ୍ଷମତାରେ ଥିବା କଞ୍ଜରଭେଟିଭ୍‌ ପାର୍ଟିକୁ ଗାଦିଚ୍ୟୁତ କରି ଜୁଲାଇ ୨୦୨୪ ନିର୍ବାଚନରେ ଲେବର ପାର୍ଟିରୁ କିର୍ ଷ୍ଟାରମର ବିଜୟ ହୋଇଥିଲେ । ତେବେ ଗତ ୧୦ ବର୍ଷ ଭିତରେ କିର୍ ଷ୍ଟାରମର ୬ଷ୍ଠ ପ୍ରଧାନମନ୍ତ୍ରୀ, ଯିଏ ପଦ ଛାଡୁଛନ୍ତି ।

ସୂଚନାନୁସାରେ, ୨୦୨୪ଜୁଲାଇ ନିର୍ବାଚନରେ ୧୭୪ ଆସନରେ ବହୁମତ ହାସଲ କରିଥିଲା କିର୍ ଷ୍ଟାରମରଙ୍କ ଲେବର ପାର୍ଟି । ସେତେବେଳେ, ଏହାକୁ ଲେବର ପାର୍ଟି ପାଇଁ ଏକ ନିର୍ଣ୍ଣାୟକ ରାଜନୈତିକ ପ୍ରତ୍ୟାବର୍ତ୍ତନ ବୋଲି ବିବେଚନା କରାଯାଉଥିଲା । ତଥାପି, ଅନେକ ବିବାଦ ଏବଂ ନୀତି ପରିବର୍ତ୍ତନ ଯୋଗୁଁ ତାଙ୍କ କାର୍ଯ୍ୟକାଳ ନିରନ୍ତର ଚାପରେ ରହିଥିଲା । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍ ୟୁନିଅନ ନେତାଙ୍କ ସହ ଷ୍ଟାରମର ଆଲୋଚନା କରିବା ପରେ ସେ ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଥିଲା । ଷ୍ଟାରମରଙ୍କ ଲେବର ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଗତ ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ ଛାଡିବାରେ ସେ ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏବେ ତାଙ୍କ ଇସ୍ତଫା ପରେ ବ୍ରିଟେନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପଥ ପରିସ୍କାର ହୋଇଛି ।

ଏହି ସମୟରେ ଷ୍ଟାରମର କହିଛନ୍ତି, ଏବେ ମୋ ପାର୍ଟି ପ୍ରଶ୍ନ ପଚାରୁଛି, କ’ଣ ମୁଁ ଆଗାମୀ ସାଧାରଣ ନିର୍ବାଚନରେ ପାର୍ଟିର ନେତୃତ୍ୱ କରିବା ପାଇଁ ସଠିକ୍ ବ୍ୟକ୍ତି ? ମୁଁ ଏହି ପ୍ରଶ୍ନକୁ ନେଇ ସଂସଦୀୟ ପାର୍ଟିର ଜବାବ ଶୁଣିଛି ଏବଂ ଏହି ଉତ୍ତରକୁ ସମ୍ମାନର ସହିତ ସ୍ବୀକାର କରୁଛି । ପଦରୁ ଇସ୍ତଫା ଦେବା ସହ ସେ ତାଙ୍କ ଉତ୍ତରାଧିକାରୀକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି କିର୍ ଷ୍ଟାରମର।

 

Tags: