ଚୀନ୍ର ବିମାନ ଦୁର୍ଘଟଣା ଘଟଣା: ୧୯ ଘଣ୍ଟା ପରେ ମଧ୍ୟ ମିଳୁନି ମୃତଦେହ
ବେଜିଂ: ମାର୍ଚ୍ଚ ୨୨: ଚୀନ୍ର ଇଷ୍ଟର୍ଣ୍ଣ ବିମାନ ଦୁର୍ଘଟଣାକୁ ୧୯ ଘଣ୍ଟା ବିତିଗଲାଣି । ତଥାପି ଏପର୍ଯ୍ୟନ୍ତ ଜଣଙ୍କର ମଧ୍ୟ ମୃତଦେହ ମିଳୁନି । ଘଟଣାସ୍ଥଳରେ ବିମାନର ଧ୍ୱଂସାବଶେଷ ମିଳିଥିଲେ ହେଁ ଯାତ୍ରୀଙ୍କ ପତ୍ତା ନାହିଁ । ଫଳରେ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଚୀନ୍ର ରାଷ୍ଟ୍ରପତିଙ୍କ ଆଦେଶ କ୍ରମେ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରାଯାଇଛି । ୧୩୨ ଜଣ ଯାତ୍ରୀଙ୍କୁ ନେଇ ଗୁଆଙ୍ଗଝୁ ଆଡକୁ ଯାଉଥିବା ବୋଇଙ୍ଗ ୭୩୭ ବିମାନ ପାଖାପାଖି ସାଢେ ୧୧ଟା […]
ବେଜିଂ: ମାର୍ଚ୍ଚ ୨୨: ଚୀନ୍ର ଇଷ୍ଟର୍ଣ୍ଣ ବିମାନ ଦୁର୍ଘଟଣାକୁ ୧୯ ଘଣ୍ଟା ବିତିଗଲାଣି । ତଥାପି ଏପର୍ଯ୍ୟନ୍ତ ଜଣଙ୍କର ମଧ୍ୟ ମୃତଦେହ ମିଳୁନି । ଘଟଣାସ୍ଥଳରେ ବିମାନର ଧ୍ୱଂସାବଶେଷ ମିଳିଥିଲେ ହେଁ ଯାତ୍ରୀଙ୍କ ପତ୍ତା ନାହିଁ । ଫଳରେ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଚୀନ୍ର ରାଷ୍ଟ୍ରପତିଙ୍କ ଆଦେଶ କ୍ରମେ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରାଯାଇଛି ।

୧୩୨ ଜଣ ଯାତ୍ରୀଙ୍କୁ ନେଇ ଗୁଆଙ୍ଗଝୁ ଆଡକୁ ଯାଉଥିବା ବୋଇଙ୍ଗ ୭୩୭ ବିମାନ ପାଖାପାଖି ସାଢେ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପାହାଡ଼ ଉପରେ ଖସିପଡିଥିଲା । ଏଥିରେ ୧୩୩ଜଣ ଯାତ୍ରୀଙ୍କ ସହ ଚାଳକ ଦଳଙ୍କ ୯ ଜଣ କର୍ମଚାରୀ ଯାତ୍ରା କରୁଥିଲେ ।
ସୂଚନା ଅନୁସାରେ, ଦୁର୍ଘଟଣା ବିମାନଟି ଦକ୍ଷିଣ ପ୍ରାନ୍ତ ଗୁଆଙ୍ଗସିର ଏକ ପାହାଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ପାହାଡି ଇଲାକରେ ଥିବା ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏଥରୁ ପ୍ରବଳ ଧୂଆଁ ବାହାରି ସ୍ଥାନୀୟ ଅଞ୍ଚଳରେ ଭରିଯାଇଥିଲା ।

ବୋଇଙ୍ଗ୍ ୭୩୭-୮୦୦ ବିମାନ କୁନମିଙ୍ଗରୁ ଉଡାଣ ଆରମ୍ଭ କରି ଗୁଆଙ୍ଗଝୁ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଦୁର୍ଭଗ୍ୟବଶତଃ ଗୁଆଙ୍ଗସି ଇଲାକାରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଲା । ଚୀନ୍ର ବିମାନ ଉଡାଣ ସୁରକ୍ଷା ନେଟୱାର୍କ ମୁତାବକ, ଏହି ଦୁର୍ଘଟଣା ହେଉଛି ୨୦୧୦ରେ ସବୁଠୁ ବଡ ଧରଣର ବିମାନ ଦୁର୍ଘଟଣା ।




