ଜଳୁଛି ବାଙ୍ଗଲାଦେଶ , ତୀବ୍ର ହେଉଛି ଉତ୍ତେଜନାର ସ୍ୱର

ଜଳୁଛି ବାଙ୍ଗଲାଦେଶ , ତୀବ୍ର ହେଉଛି ଉତ୍ତେଜନାର ସ୍ୱର
Samaya Live News Picture
Published On

ବିଦେଶ ରେ ହିନ୍ଦୁ କେତେ ସୁରକ୍ଷିତ ? ହିଂସାରେ ଜଳୁଛି ବାଙ୍ଗଲାଦେଶ,ତେଜୁଛି ଉତେଜନାର ସ୍ୱର l ହିନ୍ଦୁଙ୍କ ଜୀବନ ବିପଦ ରେ, ଏଥିପାଇଁ ଦାୟୀ କିଏ ? କଣ ହେବକି ନୂଆ ପରିବର୍ତ୍ତନ ? ନା ଏହିଭଳି ହିନ୍ଦୁ ଙ୍କ ଜୀବନ ପଡୁଥିବ ବଳି ?

ଦିନକୁ ଦିନ ବୃଦ୍ଧି ପାଉଛି ବାଙ୍ଗଲାଦେଶ ହିଂସା , ତେଜୁଛି ହିନ୍ଦୁ ବିରୋଧୀ ହିଂସା , ଅସମ୍ଭାଳ ହେଉଛି ଦେଶର ପରିସ୍ଥିତି l  ଗତବର୍ଷ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇନକିଲାବ୍ ମଞ୍ଚ ର ଉଷ୍ମାନ ହାଦି ଗତ ସପ୍ତାହ ରେ  ଅଜଣା ବାଇକ ଆରୋହୀ ଙ୍କ ଗୁଳି ଆକ୍ରମଣ ରେ ଆହତ ହୋଇ  ସିଙ୍ଗାପୁର ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା , ଏହାପରେ ବାଙ୍ଗଲାଦେଶ ରେ ହିଂସା ନେଇଥିଲା ତୀବ୍ର ରୂପ l ସ୍ଥିତି ଏପରି ଅସମ୍ଭାଳ ହୋଇଯାଇଥିଲା ଯେ  ବାଙ୍ଗଲାଦେଶ ର ସଂସ୍ଥାପକ ଶେଖ ମୁଜିଉର ରହମାନ ଙ୍କ ଘର ଓ ସଂସ୍କୃତିକ  କେନ୍ଦ୍ର ଛାୟା ନଉତ କୁ ମଧ୍ୟ କ୍ଷତି ଘଟାଇ ଥିଲେ ଉତେଜନା କାରୀ l ଏବଂ  ସେଥିରୁ ବାଦ ପଡି ନଥିଲେ ଜଣେ ନିରୀହ ହିନ୍ଦୁ ଯୁବକ, ଯାହାଙ୍କ ନାମ ଥିଲା ଦିପୁ ଚନ୍ଦ୍ର ଦାସ , ବୟସ ମାତ୍ର ୩୦ ବର୍ଷ ଓ ସେ ସ୍ଥାନୟ ଗୋଟିଏ କପଡା ମିଲ ରେ କାମ କରି ଭଡାରେ ରହୁଥିଲେ l  ଅତି ଘୃଣ୍ୟ ଭାବରେ ଉତ୍ତେଜନାକାରୀ ଙ୍କ ବର୍ବରତାର ଶିକାର ହୋଇ ନିଜ ଜୀବନ ହାରିଥିଲେ ଦିପୁ l କଣ ହିନ୍ଦୁ ହେବା ଦିପୁ ଙ୍କର ଥିଲା ଭୁଲ ନା ବାଙ୍ଗଲାଦେଶ ରେ ବାସିନ୍ଦା ହେବାଟା ଥିଲା ଭୁଲ ? 

WhatsApp Image 2025-12-23 at 11.18.40 AM

ଉପଦ୍ରବକାରୀ ଙ୍କ ବର୍ବରତା ଏପରି ରୂପ ନେଇଥିଲା ଯେ ଦିପୁ ଙ୍କୁ ପିଟି ପିଟି ମାରି ଦେଇଥିଲେ , କେବଳ ଏତିକି ରେ ଥମି ନଥିଲା ଉପଦ୍ରବି ଙ୍କ ହିଂସା , ଏହାପରେ ଦିପୁ ର ମୃତ ଦେହ କୁ ଗୋଟିଏ ଗଛ ରେ ଟାଙ୍ଗି ଜାଳି ଦେଇଥିଲେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆ ରେ ଭାଇରଲ କରିଥିଲେ l ଯାହା ପ୍ରମାଣ କରିଥିଲା ଯେ ବାଙ୍ଗଲାଦେଶ ରେ ହିନ୍ଦୁ ସମ୍ପୂର୍ଣ ଅସୁରକ୍ଷିତ l 

ଛାତ୍ର ନେତା ଉସ୍ମାନ ହାଦି ଙ୍କ ମୃତ୍ୟୁର କିଛି ଦିନ ପରେ ସୋମବାର  ଦିନ ବଙ୍ଗଳାଦେଶ ରେ ଆଉ ଜଣେ ନେତାଙ୍କ ର ମଧ୍ୟ ଗୁଳି ଫୁଟି ମୃତ୍ୟୁ ହୋଇଛି, ଡେଲି ଷ୍ଟାର ର ରିପୋର୍ଟ ଅନୁସାରେ ପୀଡିତ ନେତାଙ୍କ ନାମ ମୋତାଲେବ ସିକଦାର , ଯାହାଙ୍କୁ ଉପଦ୍ରବକାରୀ ଖୁଲାନାରେ ମୁଣ୍ଡରେ ଗୁଳି ମାରିଥିଲେ l ମିଳିଥିବା ସୂଚନା ଅନୁସାରେ ସିକଦାର ନେସନାଲ ସିଟିଜେନ ପାର୍ଟି ର ନେତା ଅଟନ୍ତି l

WhatsApp Image 2025-12-23 at 11.19.07 AM 

ସିକଦାରଙ୍କୁ  ଗମ୍ଭୀର ସ୍ଥିତିରେ ଖୁଲନା ମେଡିକାଲ ରେ ଭର୍ତି କରାଯାଇଥିଲା, ଡାକ୍ତର କହିଥିଲେ ଯେ ଗୁଳି କାନ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ପଶି ବାହାରି ଯାଇଥିଲା, ମିଳିଥିବା ସୂଚନା ଅନୁସାରେ ବର୍ତମାନ ସେ ବିପଦ ମୁକ୍ତ ଅଛନ୍ତି, ଏହି ଆକ୍ରମଣ ଢାକା ବିଶ୍ୱବିଦ୍ୟାଳୟ ର କଟରପନ୍ଥୀ ଛାତ୍ର ନେତା ଉସ୍ମାନ ଙ୍କ ହତ୍ୟା ର ବିରୋଧ ରେ ପ୍ରଦଦର୍ଶନ ସମୟ ରେ ହୋଇଥିଲା l

WhatsApp Image 2025-12-23 at 11.19.07 AM (1)

ଗତ ଗୁରୁବାର ଦିନ ଦିପୁ ଙ୍କ ଉପରେ ଗୋଟିଏ ଗୋଷ୍ଠୀ ଈଶନିନ୍ଦା ର ଗମ୍ଭୀର ଆରୋପ ଲଗାଇଥିଲେ , ସୂଚନା ଯୋଗ୍ୟ ଯେ ଦିପୁ ପେଙ୍ଗବର ମହମଦ ଙ୍କ ଉପରେ ଆପତ୍ତି ଜନକ ଟିପ୍ପଣୀ ଦେଇଥିଲେ , ଏବଂ ଏହାପରେ ଉପଦ୍ରବ କାରୀ ଙ୍କ ହିଂସା ର ଶିକାର ହୋଇଥିଲା ଦିପୁ , ଭାରତର ୨ ଟି ପଡୋଶୀ ମୁସଲିମ  ରାଷ୍ଟ୍ର ରେ ଆଜି ହିନ୍ଦୁ ଅସୁରକ୍ଷିତ l ଏହା କଣ ମାନବାଧିକାର ଉଲଂଘନ ନୁହେଁ କି ?

 

Tags: