ପୃଥିବୀ ଆଡ଼କୁ ମାଡ଼ିଆସୁଛି ଷ୍ଟାଚୁ୍ୟଅଫ୍ ଲିବର୍ଟିଠୁ ବଡ଼ ଅଣୁଗ୍ରହ
ୱାଶିଂଟନ୍: ଡିସେମ୍ବର ୨୯: ପୃଥିବୀର କକ୍ଷ ଆଡ଼କୁ ମାଡ଼ିଆସୁଛି ଏକ ଆଷ୍ଟେରଏଡ୍ ବା ଅଣୁଗ୍ରହ । ଯାହାର ନାମ ‘୨୦୧୭ ଏଇ୩’ ବୋଲି ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୂଚନା ଦେଇଛି । ଦୁଇ ଦିନ ମଧ୍ୟରେ ପୃଥିବୀକୁ ଅତି ନିକଟବର୍ତ୍ତୀ ହେବ ଏହି ଗ୍ରହ । ଘଣ୍ଟା ପ୍ରତି ୭୫ ହଜାର କିଲୋମିଟର ବେଗରେ ପୃଥିବୀ କକ୍ଷପଥ ଆଡ଼କୁ ଆସୁଥିବା ଏହି ଗ୍ରହର ଉଚ୍ଚତା ୩୫୩ ମିଟର ଏବଂ ଏହା ପୃଥିବୀର ୧୯ ଲକ୍ଷ ମାଇଲ […]
ୱାଶିଂଟନ୍: ଡିସେମ୍ବର ୨୯: ପୃଥିବୀର କକ୍ଷ ଆଡ଼କୁ ମାଡ଼ିଆସୁଛି ଏକ ଆଷ୍ଟେରଏଡ୍ ବା ଅଣୁଗ୍ରହ । ଯାହାର ନାମ ‘୨୦୧୭ ଏଇ୩’ ବୋଲି ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୂଚନା ଦେଇଛି । ଦୁଇ ଦିନ ମଧ୍ୟରେ ପୃଥିବୀକୁ ଅତି ନିକଟବର୍ତ୍ତୀ ହେବ ଏହି ଗ୍ରହ । ଘଣ୍ଟା ପ୍ରତି ୭୫ ହଜାର କିଲୋମିଟର ବେଗରେ ପୃଥିବୀ କକ୍ଷପଥ ଆଡ଼କୁ ଆସୁଥିବା ଏହି ଗ୍ରହର ଉଚ୍ଚତା ୩୫୩ ମିଟର ଏବଂ ଏହା ପୃଥିବୀର ୧୯ ଲକ୍ଷ ମାଇଲ ପାଖାପାଖି ହେବ ବୋଲି ଆଶା କରାଯାଉଛି ।
‘ଦ ସନ୍’ ରିପୋର୍ଟ ଅନୁଯାୟୀ, ଆମେରିକାର ଷ୍ଟାଚୁ୍ୟ ଅଫ୍ ଲିବର୍ଟି ଠାରୁ ଏହି ଅଣୁଗ୍ରହ ତିନି ଗୁଣ ବଡ । ଏହି ଅଣୁଗ୍ରହ ଗତି କଲା ସମୟରେ ପୃଥିବୀର ୧୯ ଲକ୍ଷ ମାଇଲ ଦୂରତା ଦେଇ ଗତି କରିବ । ଏହା ବହୁତ କମ୍ ଦୂରତା ଅଟେ । ଯଦି ଏହି ଗ୍ରହ ତା’ର ଗତିପଥ ପରିବର୍ତ୍ତନ କରେ ତେବେ ପୃଥିବୀ ସହିତ ଧMା ହେବାର ସମ୍ଭାବନା ଅଧିକ ରହିଛି । ଯଦି ଗ୍ରହ ଧMା ହୁଏ, ତେବେ ପୃଥିବୀରେ ବହୁ କ୍ଷତି ହେବ । ଏହି ଗ୍ରହ ଉପରେ ବୈଜ୍ଞାନିକଙ୍କ ତୀକ୍ଷ୍ମ ନଜର ରହିଛି ।
ପୃଥିବୀର ଇତିହାସରେ କେବଳ ଦୁଇଟି ଆଷ୍ଟ୍ରୋଏଡ ବା ଅଣୁଗ୍ରହ ଅତି ନିକଟତର ହୋଇଥିଲେ । ‘୨୦୨୦ କୁ୍ୟଜି’ ନାମକ ଏକ ଅଣୁଗ୍ରହ ଦକ୍ଷିଣ ଭାରତ ମହାସାଗର ଉପରେ ମାତ୍ର ୧,୮୩୦ ମାଇଲ ଦେଇ ଅତିକ୍ରମ କରିଥିଲା । ୨୦୨୦ କୁ୍ୟଜି ଅତି କ୍ଷୁଦ୍ର ଥିଲା ।

ଦ୍ୱିତୀୟ ଅଣୁଗ୍ରହ ‘୨୦୨୦ ଭିଟି୪’ ଗତ ବର୍ଷ ନଭେମ୍ବରରେ ପୃଥିବୀଠାରୁ ଶହେ ମାଇଲ୍ ଦେଇ ଅତିକ୍ରମ କରିଥିଲା ।




