ବିଶ୍ୱ ଦରବାରରେ ଲଜ୍ଜିତ ଆମେରିକା

ବିଶ୍ୱ ଦରବାରରେ ଲଜ୍ଜିତ ଆମେରିକା
Samaya Live News Picture
Published On

ଆମେରିକା ଯେଉଁ ଏଫ-୧୬ ଫାଇଟର୍ ଜେଟ୍କୁ ସାରା ବିଶ୍ୱରେ ସବୁଠାରୁ ଘାତକ ବୋଲି ପ୍ରଚାର କରୁଥିଲା, ସେହି ଜେଟ୍କୁ ଏବେ ଋଷ ଆକାଶରୁ ଆଣି ମାଟିରେ ମିଶାଇଦେଇଛି । ଏହି ଘଟଣା କେବଳ ୟୁକ୍ରେନ୍ ନୁହେଁ ଆମେରିକା ଓ ଟ୍ରମ୍ପଙ୍କ ପାଇଁ ମଧ୍ୟ ଏକ ବଡ ଝଟ୍କା । ଶେଷରେ ଏଫ-୧୬ କେତେ ଶକ୍ତିଶାଳୀ ଓ କେତେ ଦୁର୍ବଳ । 
ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନିଜ ହତିଆରର ଭୟ ଦେଖାଇ ସାରା ପୃଥିବୀର ଅନେକ ଦେଶକୁ ନିଜ ହିସାବରେ ଚଲାଇବାକୁ ଚାହାନ୍ତି। ସେମାନଙ୍କ ଉପରେ କବଜା କରିବା ପାଇଁ ଚାପ ସୃଷ୍ଟି କରନ୍ତି, ଏବଂ ସେହି ହତିଆର ଗୁଡ଼ିକ ଏବେ ଟ୍ରମ୍ପଙ୍କୁ ଲଜ୍ଜିତ କରୁଛି। ଟ୍ରମ୍ପ ନିଜ ହତିଆରକୁ ବ୍ରହ୍ମାସ୍ତ୍ର ବୋଲି କହି ସାରା ବିଶ୍ୱର ଦେଶମାନଙ୍କୁ ବିକ୍ରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏବେ ସେହି ହତିଆରଗୁଡ଼ିକ ରୁଷ ହତିଆର ସାମ୍ନାରେ ମାଟିରେ ମିଶିଯାଉଛି । ଆସନ୍ତୁ ଜାଣିବା କିପରି ପୁଟିନଙ୍କର ବାହୁବଳୀ ଶକ୍ତି ଟ୍ରମ୍ପଙ୍କ ସେହି ଆକାଶୀୟ ପ୍ରଳୟକାରୀ ଯୁଦ୍ଧ ବିମାନକୁ ଏକ ଝଟକାରେ ହିଁ ଧ୍ୱଂସ କରିଦେଲା । ଯେଉଁ ବିମାନକୁ ନେଇ ଆମେରିକା ବହୁତ ଗର୍ବ କରୁଥିଲା, ସେହି ବିମାନ ଭାରତର ଶତ୍ରୁ ପାକିସ୍ତାନ ପାଖରେ ମଧ୍ୟ ବହୁତ ମାତ୍ରାରେ ଅଛି ।

WhatsApp Image 2026-01-14 at 12.42.04 PM (2)

ରୁଷର ଏହି କାର୍ୟ୍ୟବାହୀ କିପରି ଆମେରିକାକୁ ବହୁତ ବଡ଼ ଝଟକା ଦେଇଛି, ଯାହା ଆମେରିକାକୁ ଭାରି କ୍ଷତି ପହଞ୍ଚାଇବ । ପ୍ରକୃତରେ ଯେଉଁଠି ଟ୍ରମ୍ପ ୱେନେଜୁଏଲା, ଇରାନ ଓ ଗ୍ରୀନଲ୍ୟାଣ୍ଡ ସମ୍ବନ୍ଧୀୟ ଲଢେଇରେ ଫସି ରହିଛନ୍ତି, କବଜା କରିବାର ଯୋଜନା କରୁଛନ୍ତି ଏଵଂ ନୀତି ମାଧ୍ୟମରେ ଚାପ ବଢ଼ାଯାଉଛି । ଏହି ସମୟରେ ଆମେରିକା ପାଇଁ ଗୋଟିଏ ବହୁତ ଖରାପ ଖବର ସାମ୍ନାକୁ ଆସିଛି । ଟ୍ରମ୍ପଙ୍କୁ ଏହି ଝଟକା ଏମିତି ଏକ ସମୟରେ ଲାଗିଛି, ଯେତେବେଳେ ରୁଷୀ ଟ୍ୟାଙ୍କର ଉପରେ କବଜା କରିବା ପରେ ପୁଟିନ ଭୟଙ୍କର ଭାବେ କ୍ରୋଧିତ ହୋଇଛନ୍ତି ଏବଂ ଆମେରିକାଠାରୁ ପ୍ରତିଶୋଧ ନେବା ପାଇଁ ରୁଷ ପରମାଣୁ ଆକ୍ରମଣର ଧମକ ଦେଉଛି । ଖବର ଅନୁସାରେ, ରୁଷ ଆମେରିକାର ସେହି ଫାଇଟର୍ ଜେଟ୍କୁ ଗୁଳି ମାରି ଧ୍ୱଂସ କରିଦେଇଛି, ଯାହାକୁ ୟୁକ୍ରେନର ବାୟୁସେନା ବ୍ୟବହାର କରୁଥିଲା । ରୁଷ ଆମେରିକାରେ ତିଆରି ହୋଇଥିବା ୠ-୧୬ ଫାଇଟର୍ ଜେଟ୍କୁ ମାରି ଖସାଇଦେଇଛି ଏବଂ ଏହି ସୂଚନା ନିଜେ ରୁଷ ସରକାରୀ ମିଡିଆ ଦେଇଛି । ରୁଷ ସେନା ପୁଟିନଙ୍କ ବାହୁବଳୀ ବୋଲି ପରିଚିତ ଝ-୩୦୦ ଏୟାର୍ ଡିଫେନ୍ସ ସିଷ୍ଟମର ସହାୟତାରେ ଏହି ଯୁଦ୍ଧ ବିମାନକୁ ଲକ୍ଷ୍ୟ କରିଥିଲା । ରୁଷ ସେନାର କମାଣ୍ଡର୍ କର୍ଣ୍ଣଲ୍ ସାଇନ୍ ସେଭର୍ ଏହି ସୂଚନା ଦେଇଛନ୍ତି। ପ୍ରଥମେ ଏକ ମିସାଇଲ୍ ମାଧ୍ୟମରେ ବିମାନକୁ କ୍ଷତି ପହଞ୍ଚାଯାଇଥିଲା ଏବଂ ପରେ ଦ୍ୱିତୀୟ ମିସାଇଲ୍ ଦ୍ୱାରା ତାହାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରାଯାଇଥିଲା। ରୁଷ ଆମେରିକାର ଯୁଦ୍ଧ ବିମାନକୁ ଖସାଇ ଏହା ପ୍ରମାଣିତ କରିଛି ଯେ, ପଶ୍ଚିମୀ ଦେଶମାନଙ୍କର ହାଇଟେକ୍ ଫାଇଟର୍ ଜେଟ୍ମାନେ ମଧ୍ୟ ରୁଷର ଏୟାର୍ ଡିଫେନ୍ସ ସିଷ୍ଟମ୍ ସାମ୍ନାରେ ସମାନ ହୋଇପାରୁନାହାନ୍ତି। ଏହା ହେଉଛି ସେହି ୠ-୧୬ ଫାଇଟର୍ ଜେଟ୍, ଯାହା ପାକିସ୍ତାନ ପାଖରେ ମଧ୍ୟ ଅଛି । ପାକିସ୍ତାନ ପାଖରେ ବର୍ତ୍ତମାନ ସମୁଦାୟ ୭୫ଟି ୠ-୧୬ ଫାଇଟର୍ ଜେଟ୍ ଅଛି, ଯାହାକୁ ନେଇ ପାକିସ୍ତାନ ଧମକ ଦେଉଛି। କିନ୍ତୁ ୨୭ ଫେବୃଆରୀ ୨୦୧୯ ରେ ୱିଙ୍ଗ କମାଣ୍ଡର୍ ଅଭିନନ୍ଦନ୍ ତାଙ୍କ ପୁରୁଣା ଗସଏ-୨୧ ଦ୍ୱାରା ଏହି ୠ-୧୬ କୁ ମାରି ଗଳାଇ  ଦେଇଥିଲେ। ଏବେ ରୁଷ ମଧ୍ୟ ଆମେରିକାର ଏହି ୠ-୧୬ ଫାଇଟର୍ ଜେଟ୍କୁ ଧ୍ୱଂସ କରି ଟ୍ରମ୍ପଙ୍କୁ ଭାରୀ ଲଜ୍ଜାରେ ପକାଇଦେଇଛି । ଅଗଷ୍ଟ ୨୦୨୪ ଠାରୁ ଆମେରିକା ଓ ୟୁରୋପିୟ ଦେଶମାନଙ୍କ ପକ୍ଷରୁ ୟୁକ୍ରେନକୁ ୠ-୧୬ ଯୁଦ୍ଧ ବିମାନ ମିଳିବା ଆରମ୍ଭ ହୋଇଥିଲା ।

WhatsApp Image 2026-01-14 at 12.42.04 PM

ଏହି ବିମାନଗୁଡ଼ିକୁ ୟୁକ୍ରେନର ଏୟାର୍ ଡିଫେନ୍ସ କ୍ଷମତାକୁ ମଜବୁତ କରିବା ପାଇଁ ନିଯୁକ୍ତ କରାଯାଇଥିଲା। ପଶ୍ଚିମୀ ଦେଶମାନଙ୍କ ତରଫରୁ ୟୁକ୍ରେନକୁ ରୁଷ ସହ ଯୁଦ୍ଧ କରିବା ପାଇଁ ୠ-୧୬ ଦିଆଯାଇଥିଲା, ଯାହା ମାଧ୍ୟମରେ ତାଙ୍କର ଆକାଶ ସୀମାକୁ ସୁରକ୍ଷିତ ଏବଂ ମଜବୁତ କରିବାର ଚେଷ୍ଟା ହୋଇଥିଲା । ରୁଷ ଦ୍ୱାରା ୠ-୧୬ ଖସାଇ ଦିଆଯିବା ଘଟଣାଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ୟୁକ୍ରେନ ପାଖରେ ଏହି ଫାଇଟର୍ ଜେଟ୍ର ସଂଖ୍ୟା ବହୁତ ସୀମିତ ଅଛି । ପ୍ରତ୍ୟେକ ନଷ୍ଟ ତାଙ୍କର ରକ୍ଷା କ୍ଷମତା ଉପରେ ଭାରି ପ୍ରଭାବ ପକାଇପାରେ ଏବଂ ଆମେରିକା ପାଇଁ ମଧ୍ୟ ଏହା ଏକ ବଡ଼ କ୍ଷତି । କାରଣ ଯେଉଁ ୠ-୧୬ ଫାଇଟର୍ ଜେଟ୍କୁ ଆମେରିକା ସାରା ପୃଥିବୀର ଦେଶମାନଙ୍କୁ ସବୁଠାରୁ ଘାତକ ବୋଲି କହି ବିକ୍ରି କରୁଥିଲା, ପ୍ରକୃତରେ ସେଗୁଡ଼ିକ ଅକାମ୍ୟ ବୋଲି ପ୍ରମାଣିତ ହେଉଛି। ଏହିକାରଣରୁ, ଏଗୁଡ଼ିକୁ କିଣିବା ପୂର୍ବରୁ ଦେଶମାନେ ଦୁଇଥର ଭାବିବାକୁ ପଡ଼ିବ ।

Tags: