ଇରାନ ଟାର୍ଗେଟ୍ ରେ ଆମାଜନ

ଇରାନ ଟାର୍ଗେଟ୍ ରେ  ଆମାଜନ
Samaya Live News Picture
Published On

ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଏବେ ଆସିଛି ପୁଣି ଏକ ବଡ ଖବର । ରିପୋର୍ଟ ଅନୁସାରେ ଇରାନ ପକ୍ଷରୁ ଆମେରିକୀୟ ଟେକ୍ ଇନ୍ଫ୍ରାଷ୍ଟ୍ରକ୍ଚର କୁ ଟାର୍ଗେଟ୍ କରାଯାଇଛି । ବିଶେଷକରି ଆମାଜନର ଡାଟା ସେଣ୍ଟର ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାହାରିନରେ ଥିବା ଆମାଜନ୍ ଡାଟା ସେଣ୍ଟର ନିକଟରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ତେବେ ସିଧାସଳଖ ହିଟ୍ ନହେଲେ ମଧ୍ୟ ଏହାର ପ୍ରଭାବରେ ଡାଟା ସେଣ୍ଟରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ଘଟଣା ପରେ ଆମାଜନ୍ ୱେବ୍ ସର୍ଭିସେସ୍ ଉପରେ ପ୍ରଭାବ ପଡିଥିବା ଖବର ମଧ୍ୟ ମିଳୁଛି । ଆମାଜନ୍ ୱେବ୍ ସର୍ଭିସେସ୍ ବିଶ୍ୱର ସବୁଠାରୁ ବଡ କ୍ଲାଉଡ୍ ସେବା ମଧ୍ୟରୁ ଗୋଟିଏ । ଯାହା ଉପରେ ଲକ୍ଷ ଲକ୍ଷ ୱେବସାଇଟ୍, ଆପ୍ସ ଏବଂ ଡିଜିଟାଲ୍ ସେବା ନିର୍ଭର କରୁଛନ୍ତି । ଏହି କାରଣରୁ ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ ସାରା ବିଶ୍ୱର ଡିଜିଟାଲ୍ ସେବାକୁ ପ୍ରଭାବିତ କରିପାରେ । 

ରିପୋର୍ଟ ଅନୁସାରେ ଇରାନ କେବଳ ଆମାଜନ୍ ନୁହେଁ , ବରଂ ଗୁଗଲ୍, ଆପଲ୍, ମାଇକ୍ରୋସଫ୍ଟ ଏବଂ ମେଟା ସହିତ ମୋଟ ୧୮ ଟି ଆମେରିକୀୟ ଟେକ୍ କମ୍ପାନୀକୁ ଟାର୍ଗେଟ୍ କରିବା ଚେତାବନୀ ଦେଇଛି । ଏନେଇ ଆମେରିକା ପକ୍ଷରୁ ମଧ୍ୟ କଠୋର ପ୍ରତିକ୍ରିୟା ଆସିଛି । ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଆମେରିକୀୟ କମ୍ପାନୀ କିମ୍ବା ତାଙ୍କର ଭିତ୍ତିଭୂମି ଉପରେ ଆକ୍ରମଣ ହୁଏ । ତେବେ ତାହାକୁ ଆମେରିକାର ହିତ ଉପରେ ସିଧାସଳଖ ଆକ୍ରମଣ ଭାବରେ ଦେଖାଯିବ ଏବଂ ସେଥିପାଇଁ ସାମରିକ ଏବଂ ଆର୍ଥିକ ଦୁଇ ପ୍ରକାରର ଉତ୍ତର ଦିଆଯିବ । 

ବିଶେଷଜ୍ଞଙ୍କ କହିବା ଅନୁସାରେ , ଯଦି ଏମିତି ଆକ୍ରମଣ ବଢିବ ତେବେ ଏହାର ପ୍ରଭାବ କେବଳ କମ୍ପାନୀ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଜିମେଲ୍, ୟୁଟୁ୍ୟବ୍, ଆଇକ୍ଲାଉଡ୍, ଗୁଗଲ୍ ମ୍ୟାପ୍ସ୍ ପରି ସେବା ବନ୍ଦ ହୋଇପାରେ ଏବଂ ଇଣ୍ଟରନେଟ୍ ଗତି ମଧ୍ୟ ହ୍ରାସ ପାଇପାରେ । ତଥାପି ଏକ ସକରାତ୍ମକ ପ୍ରସଙ୍ଗ ହେଉଛି ଯେ ଏହି ସମସ୍ତ ଡାଟା ସେଣ୍ଟର ବିଭିନ୍ନ ଅଞ୍ଚଳରେ ବିକୀରଣ ହୋଇଥାଏ । ଯାହା ଫଳରେ ସମ୍ପୂର୍ଣ୍ଣ ସିଷ୍ଟମ୍ ଧ୍ୱଂସ ହେବାର ସମ୍ଭାବନା କମ୍ । ବର୍ତ୍ତମାନ ପ୍ରଶ୍ନ ହେଉଛି ଇରାନ ଏହି ଆକ୍ରମଣକୁ ଆଉ ବଢାଇବ କି , ନା ସମ୍ପୂର୍ଣ୍ଣ ପରିସ୍ଥିତି ଏବେ ସାରା ବିଶ୍ୱର ନଜରରେ ରହିଛି ।

Tags: