ଖୋଲିଗଲା ଆଲେନଙ୍କ ଗୁମର
ଦୁନିଆର ସବୁଠାରୁ ସୁରକ୍ଷିତ କାର୍ଯ୍ୟକ୍ରମ, ହଜାର ହଜାର ଲୋକଙ୍କ ଭିଡ, ମଞ୍ଚ ଉପରେ ଆମେରିକାର ରାଷ୍ଟ୍ରପତି ଏବଂ ହଠାତ୍ ଗୁଳିର ଶବ୍ଦ । ଏକ ଏମିତି ବ୍ୟକ୍ତି ଯିଏ ଜଣେ ଶିକ୍ଷକ, ଇଞ୍ଜିନିୟର ଓ ଗେମ୍ ଡେଭଲପର । ସେ କିପରି ଅସ୍ତ୍ର ନେଇ ଏତେ କଡା ସୁରକ୍ଷାକୁ ଭେଦି ପହଞ୍ଚିଲେ? ସେ କଣ ଏକା ଥିଲେ? ତାଙ୍କର ଟାର୍ଗେଟ୍ କିଏ ଏବଂ ସବୁଠାରୁ ବଡ ପ୍ରଶ୍ନ ଏହି ଘଟଣା ପଛର ଅସଲ ସତ୍ୟ କଣ? ଆସନ୍ତୁ ଜାଣିବା ସେହି ରହସ୍ୟମୟ ଖବର ଯାହା ସମଗ୍ର ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଛି ।
ସେ ଜଣେ ଶିକ୍ଷକ, ଜଣେ ଇଞ୍ଜିନିୟର, ଏକ ଗେମ୍ ଡେଭଲପର ଏବଂ ତାଙ୍କ ପାଖରେ ଅନେକ ଡିଗ୍ରୀ ମଧ୍ୟ ଅଛି । କିନ୍ତୁ ଏହି ସମସ୍ତ ପରିଚୟ ପଛରେ ଲୁଚିଥିବା ଏକ ଚମକôାର ଓ ଚିନ୍ତାଜନକ କାହାଣୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଘଟଣା ଘଟିଥିଲା ଆମେରିକାରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଏକ ବିଶେଷ କାର୍ଯ୍ୟକ୍ରମ ଚାଲିଥିଲା । ସମୟ ପ୍ରାୟ ୮ ଟା ଥିଲା । ସେହି ସମୟରେ କୋଲ୍ଡ ଥମାସ ଆଲେନ୍ ନାମକ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଭାବେ ସେଠାରେ ପହଞ୍ଚିଲେ । ପ୍ରଶ୍ନ ଉଠିଲା ସେ କିପରି ଏତେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରବେଶ କଲେ? ତାଙ୍କର ଉଦେ୍ଦଶ୍ୟ କଣ ଥିଲା? ପ୍ରକାଶିତ ଚିତ୍ର ଓ ସୂଚନା ଦେଖି ଲୋକମାନେ ଆଶ୍ଚର୍ଯ୍ୟରେ । କୁହାଯାଉଛି ଯେ ସେ ଅସ୍ତ୍ରଶସ୍ତ୍ର ସହିତ ଟ୍ରମ୍ପଙ୍କ ନିକଟକୁ ଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କାହିଁକି? ଏହା ଏବେ ପର୍ଯ୍ୟନ୍ତ ଏକ ରହସ୍ୟ । ଘଟଣାସ୍ଥଳ ଥିଲା ହିଲଟନ୍ ହୋଟେଲର ବଲ୍ ରୁମ୍ । ଯେଉଁଠାରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ସାଧାରଣତଃ ଏପରି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ବହୁତ କଡା ଥାଏ । ନେଲ୍ କଟର୍ ପର୍ଯ୍ୟନ୍ତ ନେବାକୁ ଦିଆଯାଏ ନାହିଁ । କିନ୍ତୁ ଏଠାରେ କିପରି ଏତେ ଅସ୍ତ୍ର ସହିତ ଜଣେ ବ୍ୟକ୍ତି ପ୍ରବେଶ କରିପାରିଲେ? ଏହା ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ ? ଖବର ଅନୁଯାୟୀ କେବଳ ଏକ ନିମନ୍ତ୍ରଣ କାର୍ଡ ଦେଖାଇ ଲବିରେ ପ୍ରବେଶ କରାଯାଉଥିଲା । ଯେଉଁଠାରେ ସଠିକ୍ ସ୍କ୍ରିନିଂ ହେଉନଥିଲା । ଏହି ସୁରକ୍ଷା ଦୁର୍ବଳତା ଦ୍ୱାରା ଆଲେନ୍ ବଲ୍ ରୁମ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହୋଇଥିବା ଅନୁମାନ କରାଯାଉଛି । ଥମାସ ଆଲେନ୍ଙ୍କ ପୃଷ୍ଠଭୂମି ମଧ୍ୟ ଆଶ୍ଚର୍ଯ୍ୟଜନକ । ସେ ଦକ୍ଷିଣ କାଲିଫର୍ନିଆର ଜଣେ ଶିକ୍ଷକ ଓ ଗେମ୍ ଡେଭଲପର ଥିଲେ । ସେ କାଲିଫର୍ନିଆ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ପଢିଥିଲେ ଏବଂ ପରେ କମ୍ପୁ୍ୟଟର ସାଇନ୍ସରେ ମାଷ୍ଟର୍ସ କରିଥିଲେ । ସେ ଏକ ପ୍ରଭାବଶାଳୀ ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ ଥିଲେ । ତଥାପି ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ତାଙ୍କ ପଡୋଶୀ ଏବଂ ଛାତ୍ରମାନେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଯେ ସେ ଏପରି କିଛି କରିପାରିବେ । ଘଟଣା ସମୟରେ ଗୁଳିର ଶବ୍ଦରେ ସମଗ୍ର ହଲ୍ ଆତଙ୍କିତ ହୋଇଯାଇଥିଲା । ଲୋକମାନେ ଭୟରେ ଲୁଚିଯାଇଥିଲେ ଏବଂ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଆଲେନ୍କୁ ଶୀଘ୍ର ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ହିଂସାତ୍ମକ ଅପରାଧ ଏବଂ ଅସ୍ତ୍ର ବ୍ୟବହାର ଅଭିଯୋଗ ଲାଗିଛି । ତଦନ୍ତ ଚାଲିଛି ଏବଂ ଅଧିକ ଅଭିଯୋଗ ମଧ୍ୟ ଆସିପାରେ । ସବୁଠାରୁ ବଡ ପ୍ରଶ୍ନ ହେଉଛି ସେ ଏହା କାହିଁକି କଲେ? ଟ୍ରମ୍ପ ତାଙ୍କ ଟାର୍ଗେଟ୍ ଥିଲେ କି? ନା ଏହା କେବଳ ଏକ ଅନିୟୋଜିତ ଆକ୍ରମଣ? ଏହି ଘଟଣା ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଶ୍ନ ଉଠାଇଛି । ଯେଉଁଠାରେ କୁହାଯାଏ ଯେ ରାଷ୍ଟ୍ରପତିଙ୍କ ସୁରକ୍ଷା ଏତେ କଡା ଯେ ପକ୍ଷୀ ମଧ୍ୟ ଉଡିପାରେନି । ସେଠାରେ ଏହିପରି ଘଟଣା କିପରି ସମ୍ଭବ ହେଲା । ଏବେ ସମସ୍ତଙ୍କ ଦୃଷ୍ଟି ତଦନ୍ତ ଉପରେ ଅଛି । ସତ୍ୟ କଣ? ଏହା ପଛରେ କିଏ ଏବଂ ଏହିପରି ଘଟଣା ପୁଣି ଘଟିବାକୁ ନ ଦେବା ପାଇଁ କଣ ପଦକ୍ଷେପ ନିଆଯିବ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତା ସମୟରେ ମିଳିବ ।



