ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ ନେଇ ନାଟୋରେ ସୃଷ୍ଟି ହେଲା ଝଡ!

ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ ନେଇ ନାଟୋରେ ସୃଷ୍ଟି ହେଲା ଝଡ!

ଟ୍ରମ୍ପ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବାରୁ ନାଟୋରେ ସୃଷ୍ଟି ହେଲା ଝଡ । ଯାହାକୁ ନେଇ ଟ୍ରମ୍ପ ମଧ୍ୟ ବିଚଳିତ ଦେଖାଯାଉଛନ୍ତି । ବର୍ତ୍ତମାନ ଶୁଣିବାକୁ ମିଳୁଛି ନାଟୋରୁ ଅଲଗା ହେବାକୁ ଯାଉଛି ଆମେରିକା । ଏହି ଖବରଟିକୁ ନାଟୋ ଦେଶମାନେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି । କିନ୍ତୁ ଶୁଣିବାକୁ ମିଳୁଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ସାଂସଦ ଟଝ କଂଗ୍ରେସରେ ଏକ ବିଲ ପାସ କରିଛନ୍ତି । ଏହି ଖବରକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି । ଋଷ୍ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଆମେରିକା ସାଂସଦରେ ଡୋନାଲ୍ଡ ଟ୍ରମ୍ପଙ୍କ ସାଂସଦ ଯାହାଙ୍କ ନାମ ଥୋମାସ ମେସି ଆମେରିକା କଂଗ୍ରେସରେ ଏକ ବିଲ ପାସ କରିଛନ୍ତି ଏବଂ ସେହି ବିଲରେ ସଫା ସଫା କୁହାଯାଇଛି ଏବେ ଜରୁରୀକାଳୀନ ସମୟରେ ଆମେରିକାକୁ ନାଟୋଠାରୁ ଅଲଗା ହେଇଯିବା ଦରକାର । ମାମଲା ଏହା ରହିଛି ଯେ ନାଟୋରେ ୟୁକ୍ରେନ୍ ନିଜକୁ ସାମିଲ କରିବାକୁ ଚାହୁଁଛିି । ଏହା ସବୁଠୁ ବଡ କାରଣ । ଯେତେବେଳେ ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଲଗାତାର ଯୁଦ୍ଧ ଏପର୍ଯ୍ୟନ୍ତ ଚାଲିଛି । ଅନେକ ବର୍ଷ ହେଲାଣି ଏହି ଯୁଦ୍ଧ ଚାଲିଆସୁଛି । ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଜ୍ ଫାୟାର କରିବାକୁ କହିଆସୁଛନ୍ତି । ଏବେ ସେହି ନାଟୋ ଠାରୁ ଆମେରିକା ନିଜକୁ ଅଲଗା କରିବାକୁ ଚାହୁଁଛି । ଏହାକୁ ନେଇ ଗୋଟେ ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏକ ଇଣ୍ଟରଭ୍ୟୁ ରେ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଜାଣିବା ବିଲ ପାସ ସମ୍ବନ୍ଧୀୟ ତଥ୍ୟ । ଥୋମାସ ବିଲ ପାସ କରିବା ଜରିଆରେ ନାଟୋ ଠାରୁ ଅଲଗା ହେଇଯିବା ପାଇଁ ଦାବି କରିଛନ୍ତି । ଥୋମାସ କହିଛନ୍ତି ନାଟୋ ଏକ ବିଶ୍ୱସନୀୟ ଅନୁଷ୍ଠାନ ନୁହେଁ । କାରଣ ନାଟୋକୁ ଏକ ଉଦେ୍ଦଶ୍ୟ ପାଇଁ ବନାଯାଇଥିଲା । ନାଟୋକୁ ଉତ୍ତର ଆଟଲାଣ୍ଟିକ ସନ୍ଧି ସଙ୍ଘଠନ ବା ଏହା ଗୋଟିଏ ରାଜନୈତିକ ଏବଂ ସାମରିକ ମହାସଙ୍ଘ ଯାହା ସଦସ୍ୟ ଦେଶମାନଙ୍କ ସାମୁହିକ ସୁରକ୍ଷା ପାଇଁ ଗଠିତ ବୋଲି କୁହାଯାଏ । ଏଥିରେ ଅନେକ ଦେଶ ସାମିଲ ଅଛନ୍ତି । ହେଲେ ଏବେ ନାଟୋ ଉପରେ ଯେଉଁଭଳି ଭାବେ ପ୍ରଶ୍ନ ଉଠିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଖବର କୁ ନେଇ ଟ୍ରମ୍ପଙ୍କ ପାର୍ଟି ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ହେଲେ ଟ୍ରମ୍ପ ଏକ ଇଣ୍ଟରଭୁ୍ୟରେ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ ପ୍ରତିକ୍ରିୟାରେ ଋଷ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଂଶସା କରିଛନ୍ତି ଏବଂ ଜେଲେନ୍ସ୍କି ଙ୍କୁ ନିଚା ଦେଖାଇବାକୁ ଚେଷ୍ଟା କରିଛନ୍ତି । ନାଟୋରେ ୩୦ରୁ ଅଧିକ ଦେଶ ସଦସ୍ୟ ଅଛନ୍ତି ମୁଖ୍ୟତଃ ଇଉରୋପ ଏବଂ ଉତ୍ତର ଆମେରିକା । ଏହାର ମୁଖ୍ୟ କାମ ସଦସ୍ୟ ଦେଶମାନଙ୍କ ସୁରକ୍ଷା ଓ ସାମରିକ ସହଯୋଗ । କୌଣସି ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ସବୁ ଦେଶ ମିଶି କରି ରକ୍ଷା କରିବେ । ଶାନ୍ତି, ସ୍ଥିରତା ଓ ସମ୍ମିଳିତ ସୁରକ୍ଷା ବଜାୟ ରଖିବା । ଏଥିପାଇଁ ୟୁକ୍ରେନ ଚାହୁଁଛି ନାଟୋରେ ସାମିଲ ହେବା ପାଇଁ । ଯାହାଦ୍ୱାରା ସବୁଦେଶ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କୁ ସାହାର୍ଯ୍ୟ କରିପାରିବେ । ଏହା ହେଉଛି ସେହି ବଡ କାରଣ ଯାହା ଋଷ ଏବଂ ୟୁକ୍ରେନ ମଧ୍ୟ ରେ ଆହୁରି ଯୁଦ୍ଧର ମାତ୍ରା ବଢାଉଛି । ସମ୍ପୂର୍ଣ୍ଣ ତଥ୍ୟ ନଥିଲେ ମଧ୍ୟ ବିଲରେ ପାରିତ ହୋଇଥିବା କିଛି ତଥ୍ୟ ଅନୁସାରେ ନାଟୋ ଆମେରିକା ହିତର ରକ୍ଷା କରିପାରୁନାହିଁ । ନାଟୋର ପୂର୍ବ ବିସ୍ତାର ହେଉଛି । ଋଷ ଏବଂ ଆମେରିକା ମଧ୍ୟରେ ଯେଉଁ ବିବାଦ ହେଉଛି ତାହା ମଧ୍ୟ ନାଟୋ ପାଇଁ ହେଉଛି । ନାଟୋ ବିଶ୍ୱସନୀୟ ସଂଗଠନ ନୁହେଁ । ନାଟୋର ସ୍ଥାପନା ଶୀତଳଯୁଦ୍ଧ ସମୟରେ ସୋଭିଏତ ସଂଘକୁ ସନ୍ତୁଳନ କରିବାକୁ ହୋଇଥିଲା । ଆଜି ସୋଭିଏତ ସଂଘ ନାହିଁ । ଟଝଝଜ ଧାରା ଶେଷ ହୋଇସାରିଛି । ଏଥିପାଇଁ ପ୍ରସ୍ତାବ ଅନୁସାରେ ନାଟୋର ମୂଳ ଉଦେ୍ଦଶ୍ୟ ଯାହା ରହିଛି ସେହି ଲକ୍ଷ୍ୟରୁ ସେ ଦୂରେଇ ସାରିଛି । ନାଟୋ ଟଝଝଜ କୁ ନିୟନ୍ତ୍ରଣ କରିବା ପାଇଁ ବନାଯାଇଥିଲା । ହେଲେ ଆଜି ଯେତେବେଳେ ନାଟୋ ନାହିଁ ଅନ୍ୟ ଦେଶମାନେ ସେମାନଙ୍କ ଉଦେ୍ଦଶ୍ୟ ଏବେ ଅଲଗା କରିସାରିଛନ୍ତିି । ସେଥିପାଇଁ ଟ୍ରମ୍ପ କହିଛନ୍ତି ନାଟୋ ଏବେ ଶେଷ ହେବା ଦିଗରେ ଗତି କରୁଛି ।   ସୋଭିଏତ ସଂଘର ପତନ ପରେ ପଶ୍ଚିମ ପ୍ରତିଶ୍ରୁତି ଦେଇଥିଲା ନାଟୋ ପୂର୍ବ ଆଡକୁ ଗତି କରିବ ନାହିଁ । କିନ୍ତୁ ୧୯୯୯ ପରେ ନାଟୋ ପୂର୍ବ ଆଡକୁ ଗତି କରୁଥିବାର ନଜର ଆସୁଛି । ଯେଉଁଥିପାଇଁ ଋଷ୍ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନାଟୋ ସହ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ।

ସମ୍ବନ୍ଧିତ ଖବର ଫଟୋଗ୍ରାଫିରେ ପ୍ରଥମ ମହିଳା

Tags: