ଜି ୭ ଶିଖର ସମ୍ମିଳନୀରେ ମୋଦୀଙ୍କ ଦିଗଦର୍ଶନ
ନୂଆଦିଲ୍ଲୀ: ଜୁନ ୨୮: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଶ୍ଲାସ ଏଲୋମରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପିଏମ ମୋଦୀ ଅନେକ ବିଶ୍ୱ ନେତାଙ୍କୁ ଭେଟିଥିଲେ । ଏହାପରେ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନକୁ ସମେ୍ୱାଧିତ କରିଥିଲେ । ନିଜ ଭାଷଣରରେ ପିଏମ ମୋଦୀ ଦୁନିଆର ସବୁ ଦେଶକୁ କହିଛନ୍ତି, ଗରିବ ଦେଶ ଗୁଡିକ ପରିବେଷକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି, ଏହା କେବଳ ଏକ ଭ୍ରାନ୍ତି । […]
ନୂଆଦିଲ୍ଲୀ: ଜୁନ ୨୮: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଶ୍ଲାସ ଏଲୋମରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପିଏମ ମୋଦୀ ଅନେକ ବିଶ୍ୱ ନେତାଙ୍କୁ ଭେଟିଥିଲେ । ଏହାପରେ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନକୁ ସମେ୍ୱାଧିତ କରିଥିଲେ । ନିଜ ଭାଷଣରରେ ପିଏମ ମୋଦୀ ଦୁନିଆର ସବୁ ଦେଶକୁ କହିଛନ୍ତି, ଗରିବ ଦେଶ ଗୁଡିକ ପରିବେଷକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି, ଏହା କେବଳ ଏକ ଭ୍ରାନ୍ତି । ସୂଚନାଯୋଗ୍ୟ ଯେ, ଜି-୭ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନ ଜଳବାୟୁ, ଶକ୍ତି ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଥିଲା । ପିଏମ ମୋଦୀ କହିଥିଲେ, ଭାରତର ୧୦୦୦ରୁ ଅଧିକ ବର୍ଷର ଇତିହାସ ଏହି ଭ୍ରାନ୍ତି କିମ୍ୱା ଏହି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରୁଛି । ଭାରତ ପରିବେଷ ପ୍ରତି ନିଜର ପ୍ରତିବଦ୍ଧତାକୁ କେବେ ବି କମ କରିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆକୁ ଆଇନା ଦେଖାଇ କହିଛନ୍ତି, ଭାରତରେ ବିଶ୍ୱର ୧୭ ପ୍ରତିଶତ ଲୋକେ ବାସ କରନ୍ତି, କି;ୁ ବୈଶ୍ୱିକ କାର୍ବନ ନିର୍ଗମନରେ ଆମର ଯୋଗଦାନ କେବଳ ୫ ପ୍ରତିଶତ ରହିଛି । ଏହାର ମୁଖ୍ୟ କାରଣ ଆମ ନୀତି । ପିଏମ ମୋଦୀ କହିଛନ୍ତି ଉର୍ଜା ଉପରେ କେବେଳ ଧନୀଙ୍କ ଅଧିକାରୀ ନ ରହିବା ଦରକାର । ଗୋଟିଏ ଗରିବ ପରିବାର ମଧ୍ୟ ଉର୍ଜା ଉପରେ ସମାନ ଅଧିକାର ରହିଛି । ଭାରତର ଘରେ ଘରେ ଏଲଇଡି ବଲବ ଏବଂ ରୋଷେଇ ଗ୍ୟାସ ପହଞ୍ଚାଯାଇଛି ।




