ଭୟାବହ ଟ୍ରେନ ଦୁର୍ଘଟଣା ୨୨ ମୃତ,୩୦ ରୁ ଉର୍ଦ୍ଧ୍ବ ଆହତ
ଥାଇଲାଣ୍ଡ : ଉତ୍ତର-ପୂର୍ବ ଥାଇଲାଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ୨୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୦ ରୁ ଉର୍ଧ୍ଵ ଆହତ ହୋଇଛନ୍ତି । ଟ୍ରେନ ଉପରେ ଏକ କ୍ରେନ୍ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇ ଦୁର୍ଘଟଣା ଘଟିଥିଲା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ ଠାରୁ ୩୦ କିମି.ଦୂର ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ଘଟିଛି ଏହି ଦୁର୍ଘଟଣା । ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ଟି ହଠାତ୍ ଉପରୁ ଖସିପଡ଼ିବା ଫଳରେ ଲାଇନଚ୍ୟୁତ ହୋଇ ଟ୍ରେନରେ ନିଆଁ ଲାଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏଏଫପି ରିପୋର୍ଟ ଅନୁଯାୟୀ, ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡକୁ ଯାଉଥିବା ଏକ ଟ୍ରେନ୍ ଗୋଟିଏ ନିର୍ମାଣ କ୍ରେନ୍ ଉପରେ ଖସିପଡ଼ିବାରୁ ଲାଇନଚ୍ୟୁତ ହୋଇଥିଲା । ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ୍ ଚିନାୱଙ୍ଗ କହିଛନ୍ତି, "୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି।ବ୍ୟାଙ୍କକରୁ ୨୩୦ କିଲୋମିଟର (୧୪୩ ମାଇଲ) ଉତ୍ତର-ପୂର୍ବରେ ଅବସ୍ଥିତ ନାଖୋନ୍ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା ।
ସୂଚନାନୁସାରେ,ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡକୁ ଯାଉଥିବା ଏକ ଟ୍ରେନ୍ଉବୋନ୍ ରାଚାଥାନି ପ୍ରଦେଶକୁ ଯାଉଥିଲା । ଏକ କ୍ରେନ୍ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା ସମୟରେ ଟ୍ରାକରେ ଅତିକ୍ରମ କରୁଥିବା ଏକ ଟ୍ରେନ ଉପରେ ସିଧା ଖସି ପଡ଼ିଗଲା । ଏହାପରେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇ ନିଆଁ ଲାଗିଯାଇଥିଲା । କ୍ରେନ ଖସି ପଡିବା ଦ୍ୱାରା ଟ୍ରେନର ଛାତ ଭାଙ୍ଗିବା ସହିତ କାଚ ମଧ୍ୟ ଭାଙ୍ଗିଯାଇଥିଲା ।ଏହାତଳେ ବହୁ ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ପୋଲିସର କହିବା ଅନୁସାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇ ସମସ୍ତ ମୃତାହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା I



