ପାକିସ୍ତାନ ପ୍ରାନ୍ତ ବଲୋଚିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ: ୧୦ ପାକିସ୍ତାନୀ ସୈନ୍ୟ ନିହତ

ଇସ୍‌ଲାମାବାଦ : ଜାନୁଆରୀ ୨୮: ଦକ୍ଷିଣ-ପଶ୍ଚିମ ବଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୧୦ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଖବର ଗୁରୁବାର ଦିନ ସେନା ଦେଇଛି । ସେନାର ଏକ ସ୍ୱତନ୍ତ୍ର ଗଣମାଧ୍ୟମ ‘ୱିଙ୍ଗ ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ(ଆଇଏସ୍‌ପିଆର୍‌) ଏନେଇ କହିଛିଯେ, ଜାନୁଆରି ୨୫-୨୬ ତାରିଖ ରାତିରେ ଆତଙ୍କବାଦୀମାନେ ଗୁଳିବର୍ଷଣ କରିଥିଲେ । ସେହି ଗୁଳି ବିନିମୟ ସମୟରେ ୧୦ଜଣ ସୈନିକ ନିହତ […]

Samaya Live Picture
Published On

ଇସ୍‌ଲାମାବାଦ : ଜାନୁଆରୀ ୨୮: ଦକ୍ଷିଣ-ପଶ୍ଚିମ ବଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୧୦ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଖବର ଗୁରୁବାର ଦିନ ସେନା ଦେଇଛି ।

ସେନାର ଏକ ସ୍ୱତନ୍ତ୍ର ଗଣମାଧ୍ୟମ ‘ୱିଙ୍ଗ ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ(ଆଇଏସ୍‌ପିଆର୍‌) ଏନେଇ କହିଛିଯେ, ଜାନୁଆରି ୨୫-୨୬ ତାରିଖ ରାତିରେ ଆତଙ୍କବାଦୀମାନେ ଗୁଳିବର୍ଷଣ କରିଥିଲେ । ସେହି ଗୁଳି ବିନିମୟ ସମୟରେ ୧୦ଜଣ ସୈନିକ ନିହତ ହୋଇଛନ୍ତି ଏବଂ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।

ଅନ୍ୟପକ୍ଷରେ, ସେନା ତରଫରୁ ତଲାସୀ ଅଭିଯାନ ସମୟରେ ୩ଜଣ ଆତଙ୍କବାଦୀ ଧରାପଡ଼ିଛନ୍ତି । ତେବେ ଆକ୍ରମଣ ଘଟଣା ପାଇଁ କୌଣସି ଆତଙ୍କବାଦ ସଙ୍ଗଠନ ନିଜକୁ ଦାୟୀ କରିନଥିବା ଖବର ରହିଛି ।

ସୂଚନା ଥାଉଯେ, ଇରାନ୍‌ ଓ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ ବଲୋଚିସ୍ତାନରେ ଦୀର୍ଘ କାଳ ହେବ ଅସ୍ଥିରତା ଲାଗି ରହିଛି । ସେହିପରି ଚୀନ୍‌-ପାକିସ୍ତାନ ଇକୋନମିକ୍‌ କରିଡର୍‌ ପ୍ରକଳ୍ପଦ ଅଞ୍ଚଳରେ ବଲୋଚୀ ଉଗ୍ରବାଦୀ ସଂଗଠନ ଏକାଧିକ ବାର ଆକ୍ରମଣ କରୁଛନ୍ତି ।